ବିଗିଡିଗଲାଣି ଆଇନ ବ୍ୟବସ୍ଥା, କାନ୍ଦୁଛି ଚାଷୀକୂଳ: ସରକାରଙ୍କ ବିରୋଧରେ ବିଜେଡି କରିବ ବିକ୍ଷୋଭ

NEWS7
cyclone-fani-may-landfall-in-puri

ଭୁବନେଶ୍ୱର ୨୩/୦୨: ମଙ୍ଗଳବାର ରାଜଧାନୀରେ ଗର୍ଜିବେ ନବୀନ ଓ ତାଙ୍କ ଟିମ୍ । ପ୍ରତିବାଦ, ବିକ୍ଷୋଭ ପ୍ରଦର୍ଶନ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୋହନ ସରକାରଙ୍କ ବାହାସ୍ପଟ ବିରୋଧରେ ପ୍ରଖର ଓ ଶାଣିତ ସ୍ୱର ଉଠାଇବେ ବିଜେଡି ସୁପ୍ରିମୋ । ଚାଷୀ, ଆଇନ ଶୃଙ୍ଖଳା ଭଳି କିଛି ବୃହତ୍ ସମସ୍ୟା ନେଇ ଆସନ୍ତାକାଲି ଭୁବନେଶ୍ଵର ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇବେ ନବୀନ ଓ ତାଙ୍କ ବିଜେଡି ଟିମ୍ ।

ଚାଷୀ, ଆଇନ ଶୃଙ୍ଖଳା ବିପର୍ଜୟ ଭଳି ସଙ୍ଗୀନ ସମସ୍ୟାକୁ ଅଣଦେଖା କରୁଥିବା ଯୋଗୁଁ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି । ଶଙ୍ଖ ଭବନରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର ଓ ସଞ୍ଜୟ ଦାସ ବର୍ମା । ମୋହନ ସରକାର ଚାଷୀ ସହିତ ବିଧାନସଭାକୁ ଭ୍ରମିତ କରୁଥିବା ଅଭିଯୋଗ ଆଣିଛି ବିଜେଡି ।

ମଣ୍ଡିରେ ଚାଷୀ ମାଡ଼ ମରାଯାଉଛି । ନିର୍ଯାତନା ଦିଆଯାଉଛି । ଦେଢ଼ ଲକ୍ଷ ଚାଷୀଙ୍କ ନା ଚଞ୍ଚକତା କରି ରେଜିଷ୍ଟ୍ରେସନ ଲିଷ୍ଟରୁ ମୋହନ ସରକାର ନା କାଟିଥିବା ବିଜେଡି ଅଭିଯୋଗ କରିଛି । ଖରିଫ ଋତୁ ଚାଷ ପାଇଁ ରେଜିଷ୍ଟ୍ରେସନ୍ କରିଥିବା ଚାଷୀଙ୍କ ଲିଷ୍ଟକୁ ଏପଟ ସେପଟ କରିଛନ୍ତି ସରକାର । ସରକାରୀ ବିଜ୍ଞପ୍ତି ସତ୍ତ୍ଵେ ଧାନ ନେଉ ନାହାଁନ୍ତି ସରକାର।

ଚାଷୀଙ୍କ ଧୋକା ଓ ପ୍ରତାରଣା କରିଛି ବିଜେପି। ତେଣୁ ଭୁବନେଶ୍ୱର ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି। କେବଳ ଚାଷୀ ନୁହେଁ କେନ୍ଦ୍ରାପଡା ରାଜନଗର ରେ ଆଇନ ଶୃଙ୍ଖଳା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି। ତେଣୁ ଚାଷୀ, ଆଇନ ଶୃଙ୍ଖଳା ଭଳି ଅନେକ ଗୁରୁତର ସମସ୍ୟା କୁ ନେଇ ରାଜରାସ୍ତା କୁ ଓହ୍ଲାଇବ ବିଜେଡି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।