ପ୍ରତିଷ୍ଠା ଦିବସରେ ବର୍ଷିଲେ ଭକ୍ତ ଦାସ, କହିଲେ- ରାଜ୍ୟର ସ୍ୱାର୍ଥ ବିରୋଧରେ କାମ କରୁଛି ବିଜେପି ସରକାର

NEWS7
cyclone-bulbul-update-350-km-about-paradip-coast

ଭୁବନେଶ୍ୱର ୨୮।୧୨ : କଂଗ୍ରେସର ୧୪୦ ତମ ପ୍ରତିଷ୍ଠା ଦିବସ ପାଳିତ । ଭୁବନେଶ୍ୱର କଂଗ୍ରେସ ଭବନରେ ଭାରତୀୟ ଜାତୀୟ କଂଗ୍ରେସର ୧୪୦ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ପତକା ଉତ୍ତୋଳନ କରିବା ସହ ଓଡ଼ିଶାର ସ୍ବାର୍ଥ ରକ୍ଷା ପାଇଁ କଂଗ୍ରେସ ଲଢେଇ ଜୋରଦାର କରିବାକୁ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି।

କଂଗ୍ରେସର ଏହି ପ୍ରତିଷ୍ଠା ଦିବସରେ ଓଡ଼ିଶାର ବିଜେପି ସରକାର ଓ କେନ୍ଦ୍ର ସରକାର ଉପରେ ବର୍ଷିଲେ ଭକ୍ତ ଚରଣ ଦାସ। ଓଡ଼ିଶାର ଅବସ୍ଥା ଡବଲ ଇଞ୍ଜିନ୍ ସରକାରରେ ଆହୁରି ଖରାପ ହୋଇଛି। ଓଡ଼ିଆ ଅସ୍ମିତାର କଥା କହି ବିଜେପି ସରକାରକୁ ଆସିବା ପରେ ଓଡ଼ିଶାରେ ନାରୀ ନିର୍ଯ୍ୟାତନା ବଢ଼ିଛି । ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଟ୍ରିପଲ୍ ଇନଞ୍ଜିନ୍ ସରକାର ଓଡ଼ିଶା ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଛିନ୍ତି । ଧାନ ସଂଗ୍ରହ ପ୍ରକିୟା ଏକ ପ୍ରହସନରେ ପରିଣତ ହୋଇଛି । ଦେଢ ବର୍ଷରେ ସରକାର ଶୂନ୍ୟ ହୋଇଛି । ସମସ୍ତ ପ୍ରସଙ୍ଗକୁ ନେଇ କଂଗ୍ରେସ ଲଢେଇ କରୁଛି ଆଗକୁ ଲଢେଇ ଜାରି ରଖିବ । ଦେଶରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠାରେ କଂଗ୍ରେସର ଭୂମିକା ଥିଲା ଅତି ଗୁରୁତ୍ୱପୂର୍ଣ୍ଣ। ଶ୍ରେଷ୍ଠ ସମ୍ବିଧାନ ଗଠନ ମଧ କଂଗ୍ରେସ କରିଥିଲା। କିନ୍ତୁ ଆଜି ଦେଶରେ ଗଣତନ୍ତ୍ର ବଦଳରେ ଫାଶୀବାଦର ପ୍ରଚଳନ ଚାହୁଁଚି ବିଜେପି ସରକାର। ଦେଶରେ ଥିବା ଗଣତାନ୍ତ୍ରିକ ଅନୁଷ୍ଠାନକୁ ପଙ୍ଗୁ କରୁଛି ବିଜେପି ସରକାର।

ସେହିପରି ଦେଶରୁ ନେହୁରୁ ଓ ମହାତ୍ମାଗାନ୍ଧୀଙ୍କୁ ଜନମାନସରୁ ହଟେଇବାକୁ ଉଦ୍ୟମ କରୁଛି ବିଜେପି। ମହାତ୍ମାଗାନ୍ଧୀଙ୍କୁ ଖଳନାୟକ ବନାଇ ସାରିଲାଣି ବିଜେପି। ଧର୍ମକୁ ନେଇ ରାଜନୀତି କରୁଛି ବିଜେପି। ଦେଶର ଧର୍ମନିରପେକ୍ଷତାକୁ କୁଠାରଘାତ କରୁଛି ବିଜେପି। ସିବିଆଇ ଓ ଇଡି ପରି ସଂସ୍ଥାମାନଙ୍କୁ ହାତ ବାରିସି କରି ଦେଶରେ ଭୟର ବାତାବରଣ ସୃଷ୍ଟି କରୁଛି ବିଜେପି ସରକାର । ମୁଖ୍ୟ ନିର୍ବାଚନ ଆୟୋଗର ପରି ନିରପେକ୍ଷ ସଂସ୍ଥାକୁ ପଙ୍ଗୁ କରିଦେଇଛି ବିଜେପି ସରକାର। କୋଟି କୋଟି ଭୋଟରଙ୍କୁ ବାଦ ଦେଇ ଭୋଟ ଚୋରିରେ ମାତିଛି ବିଜେପି। ଅନ୍ତର୍ଜାତୀୟ ବଜାରରେ ଟଙ୍କାର ବ୍ୟାପକ ଅମୂଲ୍ୟାୟନ ହୋଇ ଚାଲିଛି । ଗୋଟିଏ ଡଲାର ମୂଲ୍ୟ ୯୦ ଟପିଲାଣି। ବୈଦେଶୀକ ରୁଣ ଭାର ଦୁଇ ସହ ଲକ୍ଷ କୋଟି ଟଙ୍କା ହେବାକୁ ଯାଉଛି । ଆଗକୁ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଏହାକୁ ବିରୋଧ କରିବ କଂଗ୍ରେସ। ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍, ସୁର ରାଉତରାୟ, ଶ୍ରୀକାନ୍ତ ଜେନା, ମୀନାକ୍ଷୀ ବାହୀନି ପତି, ପଞ୍ଚାନନ କାନୁନଗୋ ପ୍ରମୁଖ ବରିଷ୍ଠ କଂଗ୍ରେସ ନେତାମାନେ ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ ।