ଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ନ ଯାଇ କେରଳରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ରହିଲେ ଶଶି ଥରୁର

NEWS7
cyclone-bulbul-likely-to-landfall-in-sundarbans-130-kilometerdistance-from-paradip

ନୂଆଦିଲ୍ଲୀକେରଳ ବିଧାନସଭା ନିର୍ବାଚନ ପାଇଁ ଦଳର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବାକୁ କଂଗ୍ରେସ ହାଇକମାଣ୍ଡ ଦ୍ୱାରା ଡକାଯାଇଥିବା ଆଗାମୀ ବୈଠକରେ ଯୋଗ ଦେବେ ନାହିଁ କଂଗ୍ରେସ ସାଂସଦ ଶଶି ଥରୁର। ଏତେବଡ଼ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଥରୁରଙ୍କ ଯୋଗ ନ ଦେବା ଚର୍ଚ୍ଚାର ବିଷୟ ପାଲଟିଛି।

ବିଶେଷ ସୂତ୍ରର ମିଳିଥିବା ଖବର ଅନୁସାରେ, ନିକଟ ଘଟଣାକ୍ରମ ଥରୁରଙ୍କୁ କ୍ଷୁବ୍ଧ କରିଛି। ବିଶେଷକରି କୋଚିରେ ହୋଇଥିବା ମହାପଞ୍ଚାୟତ କାର୍ଯ୍ୟକ୍ରମରେ ରାହୁଲ ଥରୁରଙ୍କ ନାଁ ଉଲ୍ଲେଖ ନ କରିବା ଥରୁରଙ୍କ ମନରେ ଅସନ୍ତୋଷ ବଢାଇଛି। ତେବେ କଂଗ୍ରେସର ଅନ୍ୟ ଏକ ସୂତ୍ର କହୁଛି ଯେ ଥରୁର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଦଳୀୟ ବୈଠକକୁ ନ ଯାଇ କେରଳରେ ରହିବାକୁ ହାଇକମାଣ୍ଡଙ୍କ ଠାରୁ ଅନୁମତି ମାଗିଥିଲେ।

ଥରୁରଙ୍କ ନିର୍ବାଚନମଣ୍ଡଳୀ ତିରୁବନନ୍ତପୁରମରେ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କର ରୋଡ୍ ଶୋ ରହିଛି। ଏହି ସମୟରେ ସେ ତାଙ୍କର ନିର୍ବାଚନ ମଣ୍ଡଳୀରେ ରହିବାକୁ ହାଇ କମାଣ୍ଡଙ୍କ ଠାରୁ ଅନୁମତି ମାଗିଥିଲେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି।

ତେବେ କଂଗ୍ରେସର କିଛି ନେତାଙ୍କ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଥରୁର ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ଦଳୀୟ ନେତୃତ୍ୱ ଉପରେ ଅସନ୍ତୋଷ ଅଛନ୍ତି। କାରଣ ରାଜ୍ୟର ନେତୃତ୍ୱ ସହିତ ତାଙ୍କର ବିବାଦ ବିଷୟରେ ସେ ଅନେକ ଥର କେନ୍ଦ୍ରୀୟ ନେତୃତ୍ୱ ସହିତ ଆଲୋଚନା କରିଥିଲେ ବି ହାଇକମାଣ୍ଡ କୌଣସି ସମାଧାନ କରି ନାହାନ୍ତି। ଏନେଇ ଥରୁର ନିଜ ଅଶନ୍ତୋଷକୁ ନିକଟତର ନେତାଙ୍କ ସହିତ ଆଲୋଚନା ବି କରିଛନ୍ତି। ତେଣୁ ଦଳକୁ ନେଇ ଥିବା ତାଙ୍କ ମଧ୍ୟରେ ଅଶନ୍ତୋଷ ହିଁ ବୈଠକ ପରିତ୍ୟାଗର ଏକ କାରଣ ହୋଇପାରେ ବୋଲି କୁହାଯାଉଛି।