ବ୍ରିଜ୍‌ରେ ଚଢ଼ି କାନ୍ଦି କାନ୍ଦି ଫୋନ୍ କରୁଥିଲେ, ଯିଏ ଯେତେ ଡାକିଲେ ଶୁଣିଲେନି : ଲୋକଙ୍କ ଆଖି ଆଗରେ ଡେଇଁପଡ଼ିଲେ

NEWS7
cyber-cht-arst

ସମ୍ବଲପୁର ୧୮।୨: ମହାନଦୀ ବୁର୍ଲା ବ୍ରିଜ୍ ଉପରେ ଚଢ଼ିଥିଲେ ମହିଳା । କାନ୍ଦି କାନ୍ଦି କାହାକୁ ଫୋନ୍ କରୁଥିଲେ । ସେହି ରାସ୍ତା ଦେଇ ଯିଏ ଯାଉଥିଲେ ସେଠାରେ ଅଟକି ତାଙ୍କୁ ଦେଖୁଥିଲେ । ଆଉ ଅନୁରୋଧ କରୁଥିଲେ ଓହ୍ଲାଇ ଆସିବା ପାଇଁ । କିନ୍ତୁ ମହିଳା ଥିଲେ ଭାରି ଜିଦିଆ । ଲୋକେ ଦେଖୁ ଦେଖୁ ମହାନଦୀକୁ ଡେଇଁପଡିଲେ । କିନ୍ତୁ କେହି ତାଙ୍କୁ ଅଟକାଇ ପାରିଲେନି । ବ୍ରିଜ୍ ତଳୁ ମୃତଦେହ ଉଦ୍ଧାର କଲା ପୋଲିସ । ଏ ଘଟଣା ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଏ ଖବର ବି ପଢ଼ନ୍ତୁ:- ଫେବୃଆରୀ ୨୬ରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି, ECI ଜାରି କଲେ ନୋଟିଫିକେସନ

ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ସକାଳୁ ମହାନଦୀ ବୁର୍ଲା ବ୍ରିଜ୍ ଉପରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ । ବ୍ରିଜ୍ ଉପରେ ଚଢ଼ି ଜଣେ ମହିଳା ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ଯେତେ ବୁଝାଇଲେ ବି ମହିଳା ଜଣଙ୍କ ବୁଝିନଥିଲେ । ହଠାତ୍ ବ୍ରିଜ୍ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ । ବ୍ରିଜ୍ ତଳୁ ମିଳିଛି ସଂପୃକ୍ତ ମହିଳାଙ୍କ ମୃତଦେହ । ତେବେ ପାରିବାରିକ କଳହ ଯୋଗୁଁ ମହିଳା ଜଣଙ୍କ ଏମିତି ବ୍ରିଜ୍ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି । ମୃତ ମହିଳାଙ୍କ ପରିଚୟ ମିଳିଥିବା ବେଳେ ତାଙ୍କ ଘର ବୁର୍ଲା ସ୍ଥିତ ମହତାବ ନଗର ଅଞ୍ଚଳରେ ବୋଲି ଜଣାପଡିଛି ।

ଏ ଖବର ବି ପଢ଼ନ୍ତୁ:- ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଧାନମଣ୍ଡି ସମସ୍ୟାକୁ ନେଇ ଜୋରଦାର ହଙ୍ଗାମା

ଏ ନେଇ ଖବର ପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି l ତେବେ କାହିଁକି ମହିଳା ଜଣଙ୍କ ଏଭଳି ନିଷ୍ପତ୍ତି ନେଲେ ? ଏମିତି କ’ଣ ପାରିବାରିକ କଳହ ଥିଲା ? ଏସବୁ ଦିଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ସ୍ବାମୀ ଏବଂ ତାଙ୍କ ପରିବାର ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରିପାରେ ପୋଲିସ । ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଉନ୍ମୋଚିତ ହୋଇପାରିବ ।