ବେରୋଜଗାର ଯୁବକ ଯୁବତୀଙ୍କୁ କରୁଥିଲେ ଟାର୍ଗେଟ, ବିହାରରୁ ଗିରଫ କୁଖ୍ୟାତ ଠକ

NEWS7
cwc-stopped-child-marriage-at-brajrajnagar-odisha-facebook-love

ଭୁବନେଶ୍ଵର: ବେରୋଜଗାର ଯୁବକ ଯୁବତୀଙ୍କୁ କରୁଥିଲେ ଟାର୍ଗେଟ। ଖବର କାଗଜ ଏବଂ ଅନଲାଇନରେ ଫେକ୍ ୱେବ୍ ସାଇଟ୍ କରି କରାଉଥିଲେ ଫର୍ମ ଫିଲପ୍। ୧୦ଟି ରାଜ୍ୟର ସମସ୍ତ ଜିଲ୍ଲାରେ ଏକାଧିକ ନକଲି ପଦବୀ ଦେବାକୁ କହି କୋଟି କୋଟି ଟଙ୍କା ଟଙ୍କା କରିଥିଲେ ଠକେଇ। ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ଖୋଲି କରୁଥିଲେ ଠକେଇ। କୁଖ୍ୟାତ ଠକକୁ ବିହାରରୁ ଗିରଫ କଲା EOW । ଗିରଫ ଅଭିଯୁକ୍ତ ହେଲେ ବିହାରର ଗୌତମ କୁମାର। ଏନେଇ ସୂଚନା ଦେଇଛନ୍ତି EOW ଏସପି।

ଖବର କାଗଜ ଏବଂ ସୋସିଆଲ ମିଡ଼ିଆ ସାଜିଥିଲା ମାଧ୍ୟମ। ନକଲି ୱେବସାଇଟ ଏବଂ ବିଜ୍ଞାପନ ଦେଇ ବିଛାଉ ଥିଲେ ଜାଲ। ଆଉ ଚାକିରି ଆଶାରେ ହୋସ ହରେଇ ଯୁବପିଢି ହେଉଥିଲେ ଠକେଇର ଶିକାର। ବେରୋଜଗାର ଯୁବକ ଯୁବତୀଙ୍କୁ ରୋଜଗାର ଦେବାକୁ କହି କୋଟିକୋଟି ଟଙ୍କା ଟଙ୍କା ଠକେଇ କରିବା ଅଭିଯୋଗ ରେ କୁଖ୍ୟାତ ଠକ୍ କୁ ବିହାରରୁ ଗିରଫକଲା EOW । ଗିରଫ ଅଭିଯୁକ୍ତ ହେଲେ ବିହାରର ଗୌତମ କୁମାର |

ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ GRKS ବିଭିନ୍ନ ଜିଲା, ବ୍ଲକ୍ cordinator , computer operator , block surveyor ନିଯୁକ୍ତି ପାଇଁ ବିଭିନ୍ନ ଖବରକାଗଜରେ ବିଜ୍ଞପ୍ତି ପ୍ରକାଶ କରିଥିଲା | ଏଥିପାଇଁ ଦରଖାସ୍ତ ଆହ୍ଵାନ କରିବା ସହ ପ୍ରତ୍ୟେକ ଆବେଦନକାରୀଙ୍କ ନିକଟରୁ ପଞ୍ଜୀକରଣ ଫି ବାବଦକୁ ୩୨୦ ଟଙ୍କା ନେଇଥିଲା | ଚାକିରି ପାଇବା ଆଶାରେ ପାଖାପାଖି ୧୦ ରାଜ୍ୟର ୧ ଲକ୍ଷ ରୁ ଅଧିକ ଯୁବକ ଯୁବତୀ ଏହି ଚାକିରି ପାଇବା ପାଇଁ ଆବେଦନ କରିବା ସହ RGKS ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିଥିବା ଜଣା ପଡ଼ିଛି।

ପରବର୍ତ୍ତୀ ସମୟରେ ଜଣାପଡିଥିଲା କି ଏହି ସଂସ୍ଥା ବିଧିବଧ ଭାବେ ଠକେଇ କରିଛି | ଏ ନେଇ ଠକେଇର ଶିକାର ହୋଇଥିବା ଯୁବକ ଯୁବତୀ ଅଭିଯୋଗ କରିବା ପରେ କ୍ରାଇମବ୍ରାଞ୍ଚ EOW ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା | ଏହାପରେ ଏହାକୁ ନେଇ ତଦନ୍ତ କରିବା ବେଳେ କମ୍ପାନୀର ମୁଖ୍ୟ ବିହାରର ମୁଖ୍ୟ ଗୌତମ କୁମାର ଦିର୍ଘଦିନ ଧରି ଫେରାର ହୋଇଯାଇଥିଲେ |

EOW ପକ୍ଷରୁ ଗୌତମ ନାମରେ NBW ଜାରି କରାଯାଇଥିଲା| ଶେଷରେ ଗୌତମଙ୍କୁ ବିହାରରୁ ଗିରଫ କରି ଟ୍ରାନ୍ଜିଟ୍ ରିମାଣ୍ଡରେ ଆଣିଛି | ପୂର୍ବରୁ ଏହି ମାମଲରେ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରା ଯାଇସାରିଛି। ସେପଟେ ଚାକିରି ପାଇଁ କୌଣସି ଜାଗାରେ ବିଜ୍ଞାପନ ବାହାରିଲେ ପ୍ରଲୋଭିତ ନହୋଇ ପ୍ରଥମେ ଭଲ ଭାବରେ ସେ କମ୍ପାନୀ ଓ ତାର ତଥ୍ୟ ଜାଣିବାକୁ ଯୁବ ପିଢ଼ିକୁ ଅପିଲ କରିଛନ୍ତି ଏସପି।