iPhone 17 ସିରିଜର ଶସ୍ତା ସ୍ମାର୍ଟଫୋନ୍ iPhone 17e ଲଞ୍ଚ; iPad Air ବି ଆଣିଲା କମ୍ପାନୀ

NEWS7
cruise-drug-case-aryan-khan-bail-to-be-heard-again-today-ncb-made-serious-allegations-in-court

ନୂଆଦିଲ୍ଲୀଟେକ୍ ଜାଏଣ୍ଟ ଆପଲ୍ ସୋମବାର (୨ ମାର୍ଚ୍ଚରେ) iPhone 17 ସିରିଜର ଶସ୍ତା ସ୍ମାର୍ଟଫୋନ୍ iPhone 17e ଲଞ୍ଚ କରିଛି। ଏଥିରେ ନୂଆ A19 ଚିପସେଟ୍, ଓ ୪୮ମେଗାପିକ୍ସେଲର ଫ୍ୟୁଜନ୍ କ୍ୟାମେରା ଦିଆଯାଇଛି। ଏହାର ବି ବେସ୍ ଭ୍ୟାରିଏଣ୍ଟ ୨୫୬ ଜିବି ରଖାଯାଇଛି। ସ୍ମାର୍ଟଫୋନ୍ ସହ କମ୍ପାନୀ ଅପଡେଟେଡ୍ M4 ପ୍ରୋସେସର୍ ସହିତ ଏକ ନୂଆ iPad Air ମଧ୍ୟ ଲଞ୍ଚ କରିଛି।

ଉଭୟ ପ୍ରଡକ୍ଟର ମୂଲ୍ୟ ₹୬୪,୯୦୦ ରୁ ଆରମ୍ଭ ହେଉଥିବା ବେଳେ ହାୟର ଭାରିଆଣ୍ଟର ମୂଲ୍ୟ ₹୮୪,୯୦୦ ଟଙ୍କା ରଖାଯାଇଛି। ତେବେ ଛାତ୍ରଛାତ୍ରୀଙ୍କ ପାଇଁ iPad Air ବଡ଼ ଡିସ୍କାଉଣ୍ଟ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ପାଇଁ ଏହା ଡିସ୍କାଉଣ୍ଟରେ ₹୫୯,୯୦୦ଟଙ୍କାରେ ମିଳିବ। ବୁକିଂ ୪ ମାର୍ଚ୍ଚ ସନ୍ଧ୍ୟା ୭:୪୫ରେ ଆରମ୍ଭ ହେବ। ବିକ୍ରି ୧୧ ମାର୍ଚ୍ଚରୁ ଆରମ୍ଭ ହେବ।

iPhone 17e ଡିଜାଇନ୍

iPhone 17e ର ଫ୍ରଣ୍ଟରେ ସିରାମିକ ଶିଲ୍ଡ -୨ ବ୍ୟବହାର କରାଯାଇଛି, ଯାହା ସ୍କ୍ରାଚ ହେବାରୁ ତିନି ଗୁଣ ଅଧିକ ସୁରକ୍ଷା ଦେବ। ବ୍ୟାକ୍ ପ୍ୟାନେଲରେ ଏକ ମ୍ୟାଟ୍ ଟେକ୍ସଚର ରହିଛି,ଫଳରେ ଫୋନ୍ଟି ହାତରୁ ଖସିବ ନାହିଁ। ତେବେ ପୂର୍ବ ମଡେଲ ଭଳି 17eରେ ସମାନ ନଚ୍ ଡିଜାଇନ୍ କାଏମ ରହିଛି। ଫୋନଟିରେ ସର୍ଟକଟ୍ ପାଇଁ ଏକ ଡେଡିକେଟେଡ୍ ଆକ୍ସନ୍ ବଟନ୍ ସହ ଚାର୍ଜିଂ ପାଇଁ ୟୁଏସବି ଟାଇପ୍-ସି ପୋର୍ଟ ରହିଛି। ଫୋନ୍ଟି ୩ କଲର ଅପସନ ସଫ୍ଟ ପିଙ୍କ, ହ୍ୱାଇଟ ଓ ବ୍ଲାକ୍ ଉପଲବ୍ଧ ହେବ।

ସ୍ପେଶିଫିକେସନ: ୪୮ମେଗାପିକ୍ସେଲ କ୍ୟାମେରା ଏବଂ ଆପଲ ଇଣ୍ଟେଲିଜେନ୍ସ

ଡିସ୍‌ପ୍ଲେ: ଏଥିରେ ୬.୧-ଇଞ୍ଚ ସୁପର ରେଟିନା XDR OLED ଡିସପ୍ଲେ ରହିଛି। ଯାହା ପିକ୍ ବ୍ରାଇଟନେସ୍ ୧୨୦୦ ନିଟ୍ସ ରହିଛି। ଟାଣ ଖରାରେ ବି ଗ୍ରାହକ ସ୍କ୍ରିନ୍କୁ ଭଲ ଭାବରେ ଦେଖିପାରିବେ।

ପରଫର୍ମାନ୍ସ: ଏଥିରେ ୩ଏନଏମ ପ୍ରୋସେସର ତିଆରି ନୂଆ A19 ଚିପସେଟ୍ ଲଗାଯାଇଛି। କମ୍ପାନୀ ଦାବି କରିଛି ଯେ ଏହାର ସିପିୟୁ ପୂର୍ବ iPhone 11 ଅପେକ୍ଷା ଦୁଇଗୁଣା ଫାଷ୍ଟ। ଏହା ଗେମିଂ ପାଇଁ ହାର୍ଡୱେର-ଅକ୍ସଲେରେଟେଡ୍ ରେ ଟ୍ରେସିଂକୁ ମଧ୍ୟ ସପୋର୍ଟ କରେ।

କ୍ୟାମେରା: ଫୋନରରେ ରିୟରେ ୪୮ ମେଗାପିକ୍ସଲ ଫ୍ୟୁଜନ୍ କ୍ୟାମେରା ଦିଆଯାଇଥିବା ବେଳେ। ଏହା ଲେନ୍ସ ପରିବର୍ତ୍ତନ ନକରି ଇନ୍-ସେନ୍ସର କ୍ରପିଂ ମାଧ୍ୟମରେ 2x ଅପ୍ଟିକାଲ୍-କ୍ୱାଲିଟି ଜୁମ୍ ବି କରିହେବ। ସେଲଫି ପାଇଁ, ଫ୍ରଣ୍ଟ କ୍ୟାମେରାରେ ଏକ ପାୱାରଫୁଲ ଫେସ୍ ଆଇଡି ସେନ୍ସର ରହିଛି।

• ବ୍ୟାଟେରୀ ଏବଂ ଚାର୍ଜିଂ: ଏହା MagSafe ଏବଂ Qi2 ୱାୟାରଲେସ୍ ଚାର୍ଜିଂ (15W)କୁ ସପୋର୍ଟ କରେ। ଏହା USB-C ମାଧ୍ୟମରେ ମାତ୍ର ୩୦ ମିନିଟରେ ୫୦% ପର୍ଯ୍ୟନ୍ତ ଚାର୍ଜ ହୁଏ।

• ସଫ୍ଟୱେର୍: ଏଥିରେ ଲେଟେଷ୍ଟ iOS 26ରେ ଚାଲିବ, ଯାହା କଲ୍ ସ୍କ୍ରିନିଂ ଏବଂ ଲାଇଭ୍ ଅନୁବାଦ ପରି 'Apple Intelligence' ଫିଚର୍ସ ରହିଛି।

iPhone 17e: ଭାରତରେ ମୂଲ୍ୟ ଏବଂ ରଙ୍ଗ

୨୫୬ ଜିବି ଷ୍ଟୋରେଜ୍: ୬୪,୯୦୦ ଟଙ୍କା
୫୧୨ଜିବି ଷ୍ଟୋରେଜ୍: ୮୪,୯୦୦ ଟଙ୍କା
କଲର: ସଫ୍ଟ ପିଙ୍କ, ହ୍ୱାଇଟ୍, ବ୍ଲାକ୍

ପୂର୍ବ ମଡେଲ୍‌ର iPhone16eର ତୁଳାନାତ୍ମକ ମୂଲ୍ୟ

୧୨୮ ଜିବି୫୯,୯୦୦ ଟଙ୍କା
୨୫୬ ଜିବି
୬୯,୯୦୦ ଟଙ୍କା
୫୧୨ ଜିବି
୮୯,୯୦୦ ଟଙ୍କା

ସ୍ମାର୍ଟଫୋନ୍ କଥା ଜାଣିଲେ। ଏବେ ଆସନ୍ତୁ ଏହାର ଆଇପେଡ୍ ଏୟାର ବିଷୟରେ ଜାଣିବା।

ଡିଜାଇନ- ଆପଲ୍ iPad Airରେ ପୂର୍ବପରି ପତଳା ଏବଂ ହାଲୁକା ଡିଜାଇନ୍ କାଏମ ରଖିଛି। ଏହା ଆଲୁମିନିୟମରେ ତିଆରି ହୋଇଥିବାରୁ ଏହା ଗ୍ରାହକଙ୍କୁ ଏକ ପ୍ରିମିୟମ୍ ଅନୁଭବ ଦେବ। ଆପଲର iPad Air ଦୁଇଟି ଆକାରରେ, ଗୋଟିଏ ୧୧ ଓ ଅନ୍ୟଟି ୧୩ ଇଞ୍ଚରେ ମାର୍କେଟରେ ଉପଲବ୍ଦ ହେବ। ଏଥିରେ ପତଳା ବେଜେଲ୍ ସହିତ ଏକ ସୁପର ରେଟିନା ଡିସପ୍ଲେ ଦିଆଯାଇଛି। ଦ୍ରୁତ ଡାଟା ସ୍ଥାନାନ୍ତର ଏବଂ ଚାର୍ଜିଂ ପାଇଁ ଏଥିରେ ଏକ USB ଟାଇପ୍-ସି ପୋର୍ଟ ଅଛି। ଏହା ନୂଆ ଆପଲ୍ ପେନସିଲ୍ ପ୍ରୋ ଏବଂ ମ୍ୟାଜିକ୍ କୀବୋର୍ଡକୁ ସପୋର୍ଟ କରେ, ଫଳରେ ଏହା ଏକ ମିନିଟ ଲାପଟପ୍ ଭଳି ବ୍ୟବହାର କରି ହେବ।

ବିଶେଷତା:M4 ଚିପସେଟ୍ ଏବଂ ୧୨ ଜିବିଷ୍ଟୋରେଜ୍

• ପରଫର୍ମାନ୍ସ: ଏଥିରେ ୮-କୋର ସିପିୟୁ ଏବଂ ୯-କୋର ଜିପିୟୁ ସହିତ ଏକ M4 ପ୍ରୋସେସର ରହିଛି। ଏହାର 3D ରେଣ୍ଡରିଂ ସ୍ପିଡ୍ M1 ମଡେଲ ଠାରୁ ଚାରି ଗୁଣ ଅଧିକ ବୋଲି ଆପଲ ଦାବି କରିଛି।
• ମେମୋରୀ: ଏଥର, ବେସ୍ ମଡେଲରେ ୧୨ଜିବି ୟୁନିଫାଏଡ୍ ମେମୋରୀ ଅଛି, ଯାହା ପୂର୍ବ ମଡେଲ ଅପେକ୍ଷା ୫୦% ଅଧିକ। ଏହାର ମେମୋରୀ ବ୍ୟାଣ୍ଡୱିଡଥ୍ ୧୨୦ଜିବି/s ।
• ସଫ୍ଟୱେର୍: ଏହା iPadOS 26 ରେ ଚାଲିଥାଏ, ଯାହା ଏକ ଲିକୁଇଡ୍ ଗ୍ଲାସ୍ ଇଣ୍ଟରଫେସ୍ ଦିଆଯାଇଛି। ଫାଇଲ୍ସ ଆପ୍ ଏବଂ ଫୋଲ୍ଡର କଷ୍ଟମାଇଜେସନ୍ ଡେସ୍କଟପ୍ ପରି ତିଆରି କରାଯାଇଛି।
• ଏଆଇ ଫିଚର୍ସ: ଏହାର ୧୬-କୋର ନ୍ୟୁରାଲ୍ ଇଞ୍ଜିନ୍ ପୂର୍ବ ମଡେଲ ଅପେକ୍ଷା ତିନି ଗୁଣ ଫାଷ୍ଟ, ଯାହା ଭିଡିଓରୁ ବ୍ୟାକ୍ଗ୍ରାଉଣ୍ଡ ହଟାଇବା ଏବଂ ଇମେଜ ରିକଗ୍ନିଶନ ଭଳି ଏଆଇ କାର୍ଯ୍ୟ ତୁରନ୍ତ କରିପାରିବ।