LIVE TV

୫ ରାଜ୍ୟରେ SIR ପାଇଁ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ଚୂଡ଼ାନ୍ତ, ତାଲିକାରେ ଅଛି ପଶ୍ଚିମବଙ୍ଗ

NEWS7
crop-losses-due-to-torrential-rains-floodwaters-water-on-farmland

ନୂଆଦିଲ୍ଲୀ ୨୩।୧୦: ବିହାର ପରେ ଏବେ ଦେଶର ପ୍ରମୁଖ ୫ ରାଜ୍ୟ ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଓ ପଶ୍ଚିମବଙ୍ଗରେ ଭୋଟରଲିଷ୍ଟ ଗହନ ପୁନରୀକ୍ଷଣ (ଏସଆଇଆର) ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥି ପାଇଁ ନିର୍ବାଚନ ଆୟୋଗ ଓ ରାଜ୍ୟ ନିର୍ବାଚନ ଆୟୁକ୍ତ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆୟୋଗ ନୂଆଦିଲ୍ଲୀରେ ଅନୁଷ୍ଠିତ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ)ଙ୍କ ଦୁଇ ଦିବସୀୟ ଜାତୀୟ ବୈଠକରେ ଏସଆଇଆରର ସବୁ ଆବଶ୍ୟକତା ଉପରେ ବିସ୍ତିର୍ଣ୍ଣ ଚର୍ଚ୍ଚା କରିଛନ୍ତି। 

ନିର୍ବାଚନ କମିଶନ ଅଧ୍ୟକ୍ଷ ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସବୁ ରାଜ୍ୟଙ୍କ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସମ୍ବଦ୍ଧିତ ରାଜ୍ୟଙ୍କ ନିର୍ବାଚନ ଅଧିକାରୀଙ୍କ ଠାରୁ ବିସ୍ତୃତ ରିପୋର୍ଟ ମଗା ଯାଇଛି। ଏହି ବୈଠକରେ ଯେଉଁସବୁ ରାଜ୍ୟରେ ଆଗାମୀ ବର୍ଷ ଏପ୍ରିଲ ଓ ମେ ମାସରେ ବିଧାନସଭା ନିର୍ବାଚନ ହେବାକୁ ଅଛି କେନ୍ଦ୍ରୀୟ ନିର୍ବାଚନ ଆୟୁକ୍ତମାନେ ସେହି ୫ ରାଜ୍ୟର ଅଧିକାରୀଙ୍କ ସହିତ ଅଲଗା କଥାବାର୍ତ୍ତା କରିଛନ୍ତି । ଏମିତିରେ ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପାରଦର୍ଶି ଓ ତ୍ରୁଟିହୀନ ଭୋଟର ଲିଷ୍ଟ ତିଆରି କରିବା, ଯାହାଦ୍ୱାରା ନିର୍ବାଚନ ପ୍ରକ୍ରିୟା ନିରପେକ୍ଷ ଓ ପ୍ରଭାବୀ ଢଙ୍ଗରେ ସମ୍ପନ୍ନ ହୋଇ ପାରିବ।

ବୈଠକରେ ଅଧିକାରୀମାନଙ୍କୁ ନିଜନିଜ କ୍ଷେତ୍ରରେ ଭୋଟରଲିଷ୍ଟ ପ୍ରସ୍ତୁତି କାଳରେ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ଯେପରି ସୁନିଶ୍ଚିତ ହୋଇ ପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ କହିଛନ୍ତି। ଏହା ଛଡା ବିଏଲଓ, ଇଆରଓ, ଡିଇଓ ଏବଂ ଏଇଆରଓ ଭଳି ସାଙ୍ଗଠନିକ ୟୁନିଟର ଉପଯୁକ୍ତ ଗଠନ ଓ ପ୍ରଶିକ୍ଷଣ ମଧ୍ୟ ବୈଠକରେ ଚିନ୍ତାର ବିନ୍ଦୁଥିଲା। ତେବେ ଏଥି ପାଇଁ ଡିଜିଟାଲ ମାଧ୍ୟମର ଅଧିକରୁ ଅଧିକ ଉପଯୋଗ, ଭୋଟର ସଚେତନତା ଓ ଅଭିଯୋଗ ନିବାରଣ ହେତୁ ତ୍ୱରିତ ସମାଧାନକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ଏହା ବି ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ନିର୍ବାଚନୀ ରାଜ୍ୟର ଅଧିକାରୀଙ୍କ ପ୍ରସ୍ତୁତିର ଅଲଗା ସମୀକ୍ଷା। ଏହାର କାରଣ ହେଉଛି ରାଜ୍ୟରେ ସମୟ ସୀମା ଭିତରେ ଭୋଟର ଲିଷ୍ଟ ପ୍ରସ୍ତୁତ କରିବା ଓ ନିରପେକ୍ଷ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁନିଶ୍ଚିତ କରିବାକୁ ଆୟୋଗ ଶୀର୍ଷ ପ୍ରାଥମିକତା ଦେଇଛନ୍ତି। ବୈଠକରେ ଏହି କଥା ଉପରେ ମଧ୍ୟ ଜୋର ଦିଆଯାଇଥିଲା ଯେ ଏସଆଇଆର ପ୍ରକ୍ରିୟା କାଳରେ ସାମ୍ବିଧାନିକ ଓ ଆଇନଗତ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପାଳନ କରିବା। ଯାହା ଦ୍ୱାରା କୌଣସି ଭୋଟରଙ୍କ ଅଧିକାର ଯେପରି ଉଲ୍ଲଂଘନ ନ ହୁଏ।