ଦୁବାଇ ଛାରଖାର, ସବୁ ଧ୍ୱଂସ : ସାଟେଲାଇଟ ଫଟୋରୁ ଆସିଲା ଭୟଙ୍କର ଚିତ୍ର

NEWS7
crop-losses-due-to-torrential-rains-floodwaters-water-on-farmland

ଦୁବାଇ, ୦୨ /୦୩: ଇସ୍ରାଏଲ ଆମେରିକା ଏବଂ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ । ଇରାନ ଉପରେ ଘନ ଘନ ଆକ୍ରମଣ କରୁଛନ୍ତି ଇସ୍ରାଏଲ ଏବଂ ୟୁଏସ । ଅନେକ ଜାଗାରେ ମିସାଇଲ ମାଡ଼ କରୁଛନ୍ତି । ତେବେ ଇରାନ ମଧ୍ୟ ପାଲଟା ଜବାବ ଦେଉଛି । ବିଭିନ୍ନ ଦେଶରେ ଥିବା ୟୁଏସ ମିଲିଟାରୀ ବେସକୁ ଟାର୍ଗେଟ କରୁଛି । ଦୁବାଇ, ସାଉଦି, ବାହାରିନ ଭଳି ଦେଶରେ ଇରାନ ମିସାଇଲ ଆଟାକ୍ କରିଛି । ଯାହା ପରେ ଦୁବାଇର ନକ୍ସା ଏକପ୍ରକାର ବଦଳିଯାଇଛି । ସାଟେଲାଇଟ୍ ଚିତ୍ରରୁ ଏହା ସ୍ପଷ୍ଟ ଭାବେ ଜଣା ପଡୁଛି ।

ଫେବ୍ରୁଆରୀ ୨୪ରେ ଉଠାଯାଇଥିବା ସାଟେଲାଇଟ୍ ଚିତ୍ରରେ ଦେଖିବାକୁ ମିଳିଛି ଯେ, ଦୁବାଇର ରାସ୍ତାଘାଟ ସାଧାରଣ ଦିନ ଭଳି ରହିଛି । ଜାତୀୟ ରାଜପଥରେ ଗାଡିମଟର ଚଳପ୍ରଚଳ କରୁଛନ୍ତି । କିନ୍ତୁ ମାର୍ଚ୍ଚରେ ଏହି ଚିତ୍ର ବଦଳିଯାଇଛି ।

ନୂଆକରି ଉଠାଯାଇଥିବା ଫଟୋରେ ଦେଖିବାକୁ ମିଳିଛି ଯେ, ଦୁବାଇର ବିଭିନ୍ନ ଜାଗାରେ କଳାଧୂଆଁ ବାହାରୁଛି । ଯାହା ଇରାନର ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣ ଦ୍ୱାରା ନିର୍ଗତ ହେଉଛି । ଦୀର୍ଘ ବର୍ଷ ହେଲା ଦୁବାଇରେ କୌଣସି ଆକ୍ରମଣ ହୋଇନଥିଲା । ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନାରୁ ୟୁଏଇ ନିଜକୁ ଦୂରରେ ରଖିଥିଲା । କିନ୍ତୁ ଏବେ ଇରାନ୍ ଆକ୍ରମଣରେ ଏହା ଛରଖାର ହୋଇଯାଇଛି ।

ଏଠାକାର ଲୋକେ କମ୍ ଟିକସ୍ ପ୍ରଦାନ କରନ୍ତି । ଏଠାରେ ବ୍ୟବସାୟ ସୁଯୋଗ ରହିଛି । ବାହାର ଦେଶରୁ ଅନେକ ବ୍ୟକ୍ତି ଏଠାକୁ ରୋଜଗାର କରିବାକୁ ଆସନ୍ତି । ଫଳରେ ନିବେଶ ବଢିଥାଏ । ବଡ ବଡ ସେଲିବ୍ରିଟି ଦୁବାଇରେ ଛୁଟି କଟାଇଥାନ୍ତି । କିନ୍ତୁ ଏବେ ପରିସ୍ଥିତି ବଦଳିଯାଇଛି ।

ଏହି ଖବରଟି ପଢନ୍ତୁ...କଟିଗଲା ସାପର ମୁଣ୍ଡ ! ଇରାନର ସବୁଠୁ ଶକ୍ତିଶାଳୀ ମୁଖ୍ୟାଳୟକୁ ଧ୍ୱଂସ କଲା ଆମେରିକା ସେନା

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ସେମାନେ ପ୍ରଚଣ୍ଡ ଶବ୍ଦ ଶୁଣିଛନ୍ତି । ହଠାତ କିଛି ଗୋଟିଏବ୍ଦ ହୋଇଥିଲା । ଏହାପରେ ସବୁ ଧୂଆଁ ଧୂଆଁ ପାଲଟିଯାଇଥିଲା । କିଛି ସ୍ଥାନରେ ନିଆଁ ଲାଗିଯାଇଥିଲା ।