ଅଜାଘରେ ନାବାଳକଙ୍କ ମୃତ୍ୟୁ, ତଣ୍ଟିଚିପି ହତ୍ୟା ଅଭିଯୋଗ ଆଣିଲେ ପରିବାର

NEWS7
crop-loss-in-padmapur-tarbha-due-to-lack-of-rain-farmer-in-tension

ଆସିକା ୧୦।୧୨: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୁରୁଷୋତ୍ତମପୁର ବ୍ଲକ ସାମନ୍ତରାପୁର ଗାଁରେ ଘଟିଛି ଅଭାବନୀୟ ଘଟଣା l ଘର ବାରି ପଟୁ ଜଣେ ନାବାଳକର ମୃତଦେହ ଉଦ୍ଧାର ହୋଇଛି l ମୃତ ନାବାଳକ ଶେରଗଡ଼ ଖମାର ଗାଁର ବୋଲି ଜଣାପଡିଛି । ସେ ଚାରିଦିନ ପୂର୍ବେ ଅଜାଘର ସାମନ୍ତରାପୁର ଗ୍ରାମକୁ ବୁଲିବାକୁ ଆସିଥିଲେ l ବୁଧବାର ସକାଳେ ନାବାଳକଙ୍କ ଆଈ ଖାଇବାକୁ ଦେଇ ଚାଷ ଜମିକୁ ଯାଇଥିବା ବେଳେ ନାତି ନିଖୋଜ ଥିବା ନେଇ ଖବର ପାଇଥିଲେ l ଗ୍ରାମବାସୀ ଓ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଘର ବାରିପଟୁ ମୁର୍ମୂଷୁ ଅବସ୍ଥାରେ ପଡ଼ିଥିବା ଦେଖି କବିସୂର୍ଯ୍ୟନଗର ପୋଲିସକୁ ଖବର ଦେଇଥିଲେ l ପୋଲିସ ନାବାଳକକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି l ତେବେ ନାବାଳକଙ୍କ ତଣ୍ଟିଚିପି ହତ୍ୟା ପରେ ବାରିପଟେ ଫିଙ୍ଗିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ଘଟଣାସ୍ଥଳରୁ ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି l