LIVE TV

Air Indiaକୁ ୪୦୦୦ କୋଟି ଟଙ୍କାର କ୍ଷତି, କାରଣ ହେଉଛି ପାକିସ୍ତାନ...CEO କ୍ୟାମ୍ପବେଲ୍ କହିଲେ ସବୁ କିଛି

NEWS7
crocodile-gori-is-upset-in-bhitarkanika-national-park

ନୂଆଦିଲ୍ଲୀ: ୨୦୨୫ ଏପ୍ରିଲ୍ ୨୨ରେ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା ଓ ଅନେକ ଆହତ ହୋଇଥିଲେ । ଏହାର ଜବାବରେ ଭାରତ ସରକାର ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଉପରେ କଡ଼ା ପ୍ରହାର କରି ପ୍ରତିଶୋଧ ନେଇଥିଲା । ସ୍ଥିତି ଏପରି ହୋଇଥିଲା ଯେ, ସୀମାରେ ଦୁଇ ଦେଶର ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଥିଲା । ଏହାରି ଭିତରେ ଭାରତ ଓ ପାକିସ୍ତାନ ପରସ୍ପର ପାଇଁ ନିଜ ବାୟୁସୀମାକୁ ବନ୍ଦ କରିଥିଲେ । ଏହାର ବଡ଼ ପ୍ରଭାବ ଭାରତୀୟ ଏୟାରଲାଇନ୍ସ ଉପରେ ପଡ଼ିଥିଲା ଓ କେବଳ ଏୟାର ଇଣ୍ଡିଆକୁ ହିଁ ୪୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା । ସିଇଓ କ୍ୟାମ୍ପବେଲ୍ ୱିଲସନ୍ ଏହି ତଥ୍ୟ ଦେଇଛନ୍ତି ।

ଏୟାର ଇଣ୍ଡିଆ ସିଇଓ କ୍ୟାମ୍ପବେଲ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଏପ୍ରିଲ୍ ମାସରେ ପହଲଗାମ ଆକ୍ରମଣ ହୋଇଥିଲା । ଏହାପରେ ଭାରତୀୟ ଏୟାରଲାଇନ୍ ପାଇଁ ପାକିସ୍ତାନ ବାସୁ ସୀମା ଲଗାତାର ବନ୍ଦ ରହିବା କାରଣରୁ ଏୟାର ଇଣ୍ଡିଆକୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି । କଟକଣା କାରଣରୁ ଏୟାରଲାଇନକୁ ଅନେକ ଅନ୍ତର୍ଜାତୀୟ ଉଡାଣ ପାଇଁ ମାର୍ଗ ପରିବର୍ତ୍ତନ କରିବାକୁ ପଡ଼ିଥିଲା, ଯେଉଁଥି ପାଇଁ ପରିଚାଳନା ଖର୍ଚ୍ଚ ବୃଦ୍ଧି ପାଇଥିଲା । ୱିଲସନ୍ କହିଛନ୍ତି ଯେ ମାର୍ଗରେ ପରିବର୍ତ୍ତନ ପାଇଁ ଏୟାର ଇଣ୍ଡିଆକୁ ଆନୁମାନିକ ୪୦୦୦ କୋଟି ଟଙ୍କା କ୍ଷତି ହୋଇଛି । ଏହି କାରଣରୁ ଏୟାରଲାଇନ୍ ପାଇଁ ପ୍ରଥମରୁ ଆହ୍ୱାନପୂର୍ଣ୍ଣ ଥିବା ଚଳିତ ବର୍ଷ ଆହୁରି ମୁସ୍କିଲ ହୋଇଛି ।

କ୍ୟାମ୍ପବେଲ୍ ୱିଲସନ୍ କହିଛନ୍ତି ଯେ ଏହି ସମୟ ମଧ୍ୟରେ ୟୁରୋପ ଏବଂ ଆମେରିକାକୁ ଯାଉଥିବା ରୁଟ୍ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା । ଏହି ରୁଟ୍‌ଗୁଡ଼ିକରେ ଉଡ଼ାଣ ମାର୍ଗ ପରିବର୍ତ୍ତନ ଯୋଗୁଁ ଟାଟା ଗ୍ରୁପ୍ ମାଲିକାନା ଏୟାରଲାଇନ୍ସ ପାଇଁ ଯାତ୍ରା ସମୟ ବୃଦ୍ଧି ପାଇଥିଲା, ଯାହା ଫଳରେ ଇନ୍ଧନ ଖର୍ଚ୍ଚ ବୃଦ୍ଧି ପାଇଥିଲା । କେବଳ ଏତିକି ନୁହେଁ, କର୍ମଚାରୀଙ୍କ ଖର୍ଚ୍ଚରେ ମଧ୍ୟ ଏକ ବଡ଼ ବୃଦ୍ଧି ଘଟିଥିଲା । ୱିଲସନ୍ କହିଛନ୍ତି ଯେ ନିଷେଧ ଯୋଗୁଁ ଏହି ରୁଟ୍‌ଗୁଡ଼ିକରେ ଉଡ଼ାଣ ପାଇଁ ହାରାହାରି ୬୦ରୁ ୯୦ ମିନିଟ୍ ଅଧିକ ସମୟ ଲାଗିଥିଲା । ଏହା ଭାରତ ଏବଂ ପାକିସ୍ତାନ ଦ୍ୱାରା ପଞ୍ଜିକୃତ ଏବଂ ପରିଚାଳିତ ବାଣିଜ୍ୟିକ ଏବଂ ପ୍ରତିରକ୍ଷା ଉଭୟ ବିମାନକୁ ପ୍ରଭାବିତ କରିଛି ।