LIVE TV

ଜୀବନ ବଞ୍ଚାଇ ଦେଲେ ପୁଟିନ! ଢାକାରେ CIA ଏଜେଣ୍ଟଙ୍କ ମୃତ୍ୟୁ

NEWS7
crime-branch-submit-status-report-on-aditya-dash-case-in-high-court

ନୂଆଦିଲ୍ଲୀ ୨୫।୧୦: ବାଂଲାଦେଶ ରାଜଧାନୀ ଢାକାରେ ଆମେରିକୀୟ ଅଧିକାରୀ ଟେରେନ୍ସ ଓରୱେଲ ଜ୍ୟାକସନଙ୍କ ରହସ୍ୟମୟ ମୃତ୍ୟୁ ଏବେ ଦକ୍ଷିଣ ଏସିୟାର ଗୁଇନ୍ଦା ଜଗତରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅର୍ଗାନାଇଜର ଏକ ରିପୋର୍ଟରେ ଏ ନେଇ ଚାଞ୍ଚଲ୍ୟକର ଦାବି କରିଛି। କହିଛି ଜ୍ୟାକସନଙ୍କୁ ପ୍ରାଧାନମନ୍ତ୍ରୀ ମୋଦିଙ୍କ ହତ୍ୟା ପାଇଁ ମୁତୟନ କରାଯାଇଥିଲା। ତେବେ ଭାରତ ଓ ଋଷିଆ ଗୁଇନ୍ଦା ଏଜେନ୍ସୀ ମିଳିତ କାର୍ଯ୍ୟାନୁଷ୍ଠାନରେ କଥିତ ହତ୍ୟା ଷଡ଼ଯନ୍ତ୍ରକୁ ବିଫଳ ହୋଇଛି। 

ରିପୋର୍ଟ ଅନୁସାରେ ଜ୍ୟାକସନଙ୍କୁ ଉପରଠାଉରିଆ ଭାବେ ବାଂଲାଦେଶର ସେଣ୍ଟ ମାର୍ଟିନ ଦ୍ୱୀପରେ ସେନା ପ୍ରଶିକ୍ଷଣ ନିମନ୍ତେ ମୁତୟନ କରାଯାଇଥିଲା। ତେବେ ବିଶେଷଜ୍ଞଙ୍କ ଅନୁସାରେ ତାର ଅସଲ ମିସନ ଭାରତ ଭିତରେ ଖାସ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଗୋପନ କାର୍ଯ୍ୟାନୁଷ୍ଠାନ ଥିଲା। ଜ୍ୟାକସନର ମୃତ୍ୟୁ ସେହି ଦିନ ହୋଇଥିଲା ଯେଉଁ ଦିନ ପ୍ରଧାନମନ୍ତ୍ରୀ ମୋଦି ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ବୈଠକରେ ଯୋଗ ଦେବା ପାଇଁ ଚୀନ୍ ର ତିୟାନଜିନରେ ଥିଲେ।

ସମ୍ମିଳନୀ ପରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ନିଜ କାରକୁ ନେଇ ଯାଇଥିଲେ ଓ ଦୀର୍ଘ ୪୫ ମିନିଟ୍ ଧରି ତାଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିଥିଲେ। ବିଶେଷଜ୍ଞଙ୍କ ଅନୁମାନ ଏହି ଯେ କାରରେ ପୁଟିନଙ୍କ ସହ ମୋଦି ହାଇ-ପ୍ରୋଫାଇଲ ଏଜେଣ୍ଡା ଓ ଦକ୍ଷିଣ ଏସିୟାରେ ଜାରି ଗୁଇନ୍ଦା ଗତିବିଦ୍ଧି ଉପରେ ଚର୍ଚ୍ଚା ହୋଇଥିଲା। ରିପୋର୍ଟରେ ଅର୍ଗାନାଇଜର ପ୍ରଧାନମନ୍ତ୍ରୀଙ୍କ ଭାଷଣର ଉଦାହରଣ ମଧ୍ୟ ଦେଇଛି।

ଏଥିରେ ମୋଦି ସେପ୍ଟେମ୍ବର ୨ ତାରିଖ ଦିନ ନୂଆଦିଲ୍ଲୀରେ ସେମିକନ ଶିଖର ସମ୍ମିଳନୀରେ କହିଥିଲେ ଯେ ‘ଆପଣମାନେ ଏଥି ପାଇଁ ତାଳି ବଜାଉଛନ୍ତି କି ମୁଁ ଚୀନ୍ ଯାଇଥିଲି, ନା ଏଥି ପାଇଁ ତାଳି ବଜାଉଛନ୍ତି ମୁଁ ଫେରି ଆସିଛି?’ ବିଶ୍ଲେଷକଙ୍କ ଅନୁସାରେ ଏହି ସଂକେତ ତାଙ୍କ ଜୀବନ ପ୍ରତି ସମ୍ଭାବିତ ବିପଦ ପ୍ରତି ଥିଲା। ରିପୋର୍ଟରେ ସିଆଇଏର ସକ୍ରିୟତା ଓ ଭାରତ ବିରୋଧୀ ସମ୍ଭାବିତ ପ୍ରୟାସ ଉପରେ ମଧ୍ୟ ସନ୍ଦେହ କରାଯାଇଛି। ପିଛିଲା କିଛି ସମୟ ହେଲା ପାକିସ୍ତାନ, ନେପାଳ ଓ ବାଂଲାଦେଶରେ ଆମେରିକା ଗୁଇନ୍ଦା ଗତିବିଦ୍ଧିର ଚର୍ଚ୍ଚା ହେଉଛି।