କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ, ତଡ଼ିଲେ କୋଟିଆ ପୋଲିସ

NEWS7
cricket-india-vs-australia-odi-t20i-series-tickets-sold-out

ପଟ୍ଟାଙ୍ଗି: କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ। ଏହା ଦେଖି ଘଉଡାଇଲା କୋଟିଆ ପୋଲିସ। ଆନ୍ଧ୍ର ରାସନକାର୍ଡ ପ୍ରଦାନ କରିବା ନିମନ୍ତେ ସର୍ଭେ କରିବା ପାଇଁ ଅନୁପ୍ରବେଶ କରିଥିଲେ ଅଧିକାରୀ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସୂଚନା ଅନୁଯାୟୀ, ଆଜି ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ତଥା ସଚିବାଳୟର ଅଧିକାରୀମାନେ ଉପର ସେମ୍ବି ଗ୍ରାମରେ ଅନୁପ୍ରବେଶ କରିଥିଲେ। ସେଠାରେ ଗ୍ରାମବାସୀ ମାନଙ୍କୁ ଏକତ୍ରିତ କରିଥିଲେ।ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ରାସନ କାର୍ଡ ପ୍ରଦାନ କରିବା ନିମନ୍ତେ ସର୍ଭେ ଆରମ୍ଭ କରିଥିଲେ। ଉକ୍ତ ବିଷୟରେ ସୂଚନା ପାଇ କୋଟିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କୁ ବିରୋଧ କରିବାରୁ ଆନ୍ଧ୍ରର ଅଧିକାରୀ ସଙ୍ଗେ ସଙ୍ଗେ ଛତ୍ରଭଙ୍ଗ ହୋଇ ସେଠାରୁ ଫେରିଯାଇଥିବା ନେଇ ଜଣାପଡିଛି।