LIVE TV

ବେଆଇନ୍ ଗୋରୁ ଚାଲାଣ ବେଳେ ଟ୍ରକ ଦୁର୍ଘଟଣା ଗ୍ରସ୍ତ: ୨୦ରୁ ଉର୍ଦ୍ଧ୍ବ ଗାଈଙ୍କ ମୃତ୍ୟୁ

NEWS7

ଢେଙ୍କାନାଳ ୧୩\୫ : ବେଆଇନ୍ ଗୋରୁ ଚାଲାଣ ବେଳେ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଢେଙ୍କାନାଳ ଗଁଦିଆ ଚଢେଇଧରା ରାସ୍ତାର ଧନିଆନାଳ ନିକଟରେ ଟ୍ରକ ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଟ୍ରକଟି ଓଲଟି ପଡିଥିଲା । ଘଟଣାସ୍ଥଳରେ ୨୦ରୁ ଉର୍ଦ୍ଧ୍ବ ଗାଈଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଟ୍ରକ ଛାଡି ଡ୍ରାଇଭର, ହେଲପର୍‌ ଓ ଗୋରୁ ଚାଲାଣକାରୀ ଫେରାର ହୋଇଯାଇଛନ୍ତି ।

{"id":111264}