ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବ ନା ନାହିଁ ? ୨୪ ଘଣ୍ଟା ମଧ୍ୟରେ ଜବାବ ଦେବ ପାକିସ୍ତାନ

NEWS7
cow-eating-chicken-in-maharastra-video-gone-viral

ଇସଲାମାବାଦ: ଟି-୨୦ ବିଶ୍ୱକପ୍ ଆରମ୍ଭ ହୋଇଯାଇଛି । କିନ୍ତୁ ଭାରତ ଏବଂ ପାକିସ୍ତାନ ମ୍ୟାଚ୍ ହେବ କି ନାହିଁ, ତାହା ସ୍ପଷ୍ଟ ହୋଇପାରି ନାହିଁ । କଲୋମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଫେବ୍ରୁଆରୀ ୧୫ରେ ହେବାକୁ ଥିବା ହାଇଭୋଲଟେଜ୍ ମ୍ୟାଚ୍କୁ ନେଇ ଅନିଶ୍ଚିତତା ଲାଗିରହିଛି । ପରିସ୍ଥିତି ସ୍ପଷ୍ଟ କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ରବିବାର ଲାହୋରକୁ ଏକ ଦୁଇ ସଦସ୍ୟ ବିଶିଷ୍ଟ ପ୍ରତିନିଧିମଣ୍ଡଳୀ ପଠାଇଛି ।

ଆଇସିସି ଉପସଭାପତି ଇମ୍ରାନ ଖ୍ବାଜା ଏବଂ ମୁବାଶିର ଉସମାନି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମୁଖ୍ୟ ମୋହସିନ ନକଭିଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ଏକ ବଡ଼ ନିଷ୍ପତ୍ତି ବୋଲି ଆଶା କରାଯାଉଛି । ଏହା ସହ ଆଇସିସି ପ୍ରତିନିଧି ଦଳ ନକଭିଙ୍କୁ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହ ଯୋଗାଯୋଗ କରିବାକୁ ରାଜି କରାଇବାରେ ସଫଳ ହୋଇଛନ୍ତି ।

ପିସିବି ସଭାପତି ଏବଂ ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି ସୋମବାର ଶାହବାଜ ସରିଫଙ୍କୁ ଭେଟି ICC ପ୍ରତିନିଧିମଣ୍ଡଳୀ ସହିତ ହୋଇଥିବା ଆଲୋଚନା ବିଷୟରେ ସୂଚନା ଦେବେ। ରିପୋର୍ଟ ଅନୁଯାୟୀ, ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି। ପିସିବି ଭାରତ-ପାକିସ୍ତାନ ମ୍ୟାଚ୍ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇପାରିବ ନାହିଁ । ଏହା ସମ୍ପୂର୍ଣ୍ଣ ଭାବରେ ପାକିସ୍ତାନ ସରକାରଙ୍କ ଉପରେ ନିର୍ଭର କରେ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ । ଫେବୃଆରୀ ୧ ରେ ପାକିସ୍ତାନ ସରକାର ଏକ୍ସରେ ପୋଷ୍ଟ କରି ୧୫ ଫେବ୍ରୁଆରୀରେ ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ ନାହିଁ ବୋଲି ଘୋଷଣା କରିଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଏକ କ୍ୟାବିନେଟ୍ ବୈଠକରେ ଏହା ସ୍ପଷ୍ଟ କରିଥିଲେ। ଯଦି ପିସିବି ଭାରତ ବିପକ୍ଷରେ ଖେଳିବାକୁ ଚାହେଁ, ତେବେ ଏହାକୁ ସରକାରଙ୍କ ଅନୁମତି ଆବଶ୍ୟକ ହେବ। ତେଣୁ, ନକଭି ଏବଂ ଶାହବାଜ ସରିଫଙ୍କ ମଧ୍ୟରେ ବୈଠକରେ କ’ଣ ନିଷ୍ପତ୍ତି ନିଆଯାଏ ତା ଉପରେ ସମସ୍ତଙ୍କ ନଜର ।