ଶରୀରରେ ଆଘାତ ଲାଗିବାର ସମ୍ଭାବନା ରହିଛି, ନୂଆ ବିନିଯୋଗ କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ

NEWS7
cow-eating-chicken-in-maharastra-video-gone-viral

ମେଷ - ସୋମବାର ଜୀବନସାଥୀଙ୍କ ସହ ଉତ୍ତମ ବୁଝାମଣା ଯୋଗୁଁ ଆପଣଙ୍କ ପାରିବାରିକ ସମ୍ପର୍କରେ ପ୍ରୀତି ବୃଦ୍ଧି ହେବ। ସପ୍ତମ ଚନ୍ଦ୍ର ପ୍ରଭାବରେ ବ୍ୟବସାୟରେ ନୂତନ ଚୁକ୍ତି କରିବା ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ ଅଟେ । ଦୂର ଯାତ୍ରା ସଫଳ ହେବ ଏବଂ ଅଂଶୀଦାରଙ୍କଠାରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ। ନିଜର ବ୍ୟକ୍ତିତ୍ୱ ପାଇଁ ଆଜି ଆପଣ ସବୁଠାରେ ପ୍ରଶଂସିତ ହେବେ ।

ବୃଷ - କର୍ମକ୍ଷେତ୍ରରେ ଆପଣଙ୍କୁ ନିଜର ଜଣେ ପୁରାତନ ବନ୍ଧୁଙ୍କଠାରୁ ବିଶେଷ ବନ୍ଧୁ ସହଯୋଗ ପ୍ରାପ୍ତି ହେବ । ଷଷ୍ଠ ଚନ୍ଦ୍ର ପ୍ରଭାବରେ ପୁରୁଣା ରୋଗରୁ ମୁକ୍ତି ମିଳିବା ସହ ଆପଣ ଶାରୀରିକ ଭାବେ ସୁସ୍ଥ ଅନୁଭବ କରିବେ । ଶତ୍ରୁମାନେ ଆପଣଙ୍କ ସମ୍ମୁଖରେ ପରାଜିତ ହେବେ ଏବଂ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ। କୋର୍ଟ କଚେରୀ ମାମଲାରେ ଆଜି ଆପଣଙ୍କୁ ସଫଳତା ମିଳିବାର ଶୁଭ ଯୋଗ ରହିଛି ।

ମିଥୁନ - ଆସନ୍ତାକାଲି ବ୍ୟବସାୟରେ କମ୍ ଲାଭ ବା ସ୍ୱଳ୍ପଲାଭ ହେବ ଏବଂ ଆପଣଙ୍କ ପାଇଁ ଘାତବାର ହୋଇଥିବାରୁ ବିଶେଷ ସତର୍କ ରୁହନ୍ତୁ । ପଞ୍ଚମ ଚନ୍ଦ୍ର ଯୋଗୁଁ ସନ୍ତାନମାନଙ୍କ କାର୍ଯ୍ୟକଳାପକୁ ନେଇ କିଛିଟା ଚିନ୍ତା ରହିପାରେ । ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଅଧିକ ପରିଶ୍ରମ କରିବା ଆବଶ୍ୟକ । କୌଣସି ନୂଆ ବିନିଯୋଗ କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

କର୍କଟ - ପରିବାରର କୌଣସି କଥାକୁ ନେଇ ଆପଣଙ୍କ ମନରେ କ୍ଲେଶ ବୃଦ୍ଧି ହୋଇପାରେ, ତେଣୁ ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ । ଚତୁର୍ଥ ଚନ୍ଦ୍ର ହେତୁ ମା'ଙ୍କ ସ୍ୱାସ୍ଥ୍ୟକୁ ନେଇ ମନରେ ଉଦ୍ବେଗ ପ୍ରକାଶ ପାଇପାରେ । ଯାନବାହନ ଚଳାଇବା ସମୟରେ ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ । ଘରୋଇ ସମସ୍ୟା ଯୋଗୁଁ କର୍ମକ୍ଷେତ୍ରରେ ଏକାଗ୍ରତାର ଅଭାବ ଦେଖାଦେଇପାରେ ।

ସିଂହ - ଆପଣଙ୍କର ସାହସ ଓ ପରାକ୍ରମ ବୃଦ୍ଧି ପାଇବ, ଯାହା ଫଳରେ ଆପଣ କଠିନ କାର୍ଯ୍ୟକୁ ସହଜରେ ସାରିପାରିବେ । ତୃତୀୟ ଚନ୍ଦ୍ର ଯୋଗୁଁ ଭାଇ ଓ ପଡ଼ୋଶୀଙ୍କ ସହ ସମ୍ପର୍କ ମଧୁର ହେବ ଏବଂ ଶୁଭ କାର୍ଯ୍ୟ ପାଇଁ ସହାୟତା ପାଇବେ । ଛୋଟ ଦୂର ଯାତ୍ରା ଆଜି ଆପଣଙ୍କ ପାଇଁ ଲାଭଦାୟକ ଓ ମନୋରଞ୍ଜନଧର୍ମୀ ହେବ । କୌଣସି ହଜିଯାଇଥିବା ଜିନିଷ ଆଜି ଫେରି ପାଇବାର ସମ୍ଭାବନା ଅଛି ।

କନ୍ୟା - ଦୂର ସମ୍ପର୍କୀୟଙ୍କଠାରୁ ଆପଣଙ୍କୁ ଏକ ଶୁଭ ସୁ ସମ୍ବାଦ ପ୍ରାପ୍ତି ହେବ ଯାହା ମନକୁ ଆନନ୍ଦିତ କରିବ । ଦ୍ୱିତୀୟ ଚନ୍ଦ୍ର ହେତୁ ଆର୍ଥିକ ଦିଗଟି ମଜବୁତ ହେବ ଏବଂ ବିଭିନ୍ନ ସୂତ୍ରରୁ ଧନ ଆଗମନ ହେବ । ପରିବାରରେ କୌଣସି ଶୁଭ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ ହୋଇପାରେ । ବାଣୀରେ ମଧୁରତା ରଖିଲେ ଆପଣ ଅନ୍ୟମାନଙ୍କୁ ସହଜରେ ପ୍ରଭାବିତ କରିପାରିବେ ।

ତୁଳା - ଶ୍ରୀ ଚନ୍ଦ୍ର ପ୍ରଭାବରେ ଆପଣଙ୍କ ନିଷ୍ଠା ଓ କଠିନ ପରିଶ୍ରମ ଯୋଗୁଁ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ମାନସିକ ସ୍ତରରେ ଅତ୍ୟଧିକ ଉତ୍ସାହ ଓ ପ୍ରସନ୍ନତା ବଜାୟ ରହିବ । ନୂତନ ବସ୍ତ୍ର କିମ୍ବା ଆଭୂଷଣ କ୍ରୟ କରିବା ପାଇଁ ଆଜି ଦିନଟି ଅତ୍ୟନ୍ତ ଶ୍ରେଷ୍ଠ ଅଟେ । ସମାଜରେ ଆପଣଙ୍କର ମାନ-ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବା ସହ ଶୁଭ ଫଳ ମିଳିବ ।

ବିଛା - କ୍ରୋଧ ଓ ଅହଂକାର ଯୋଗୁଁ ପରିବାର କିମ୍ବା କର୍ମକ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ, ତେଣୁ ଶାନ୍ତ ରୁହନ୍ତୁ । ଦ୍ୱାଦଶ ଚନ୍ଦ୍ର ହେତୁ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇପାରେ, ଯାହା ଆପଣଙ୍କ ବଜେଟ୍ ଉପରେ ଚାପ ପକାଇବ । ଆଜି ଗୁପ୍ତ ଶତ୍ରୁମାନଙ୍କ ପ୍ରତି ସତର୍କ ରୁହନ୍ତୁ ଏବଂ କାହାରିକୁ ଟଙ୍କା ଧାର ଦିଅନ୍ତୁ ନାହିଁ । ମାନସିକ ଅସ୍ଥିରତା ଦୂର କରିବା ପାଇଁ କିଛି ସମୟ ଅଧ୍ୟାତ୍ମିକ ଚିନ୍ତାରେ ବିତାନ୍ତୁ ।

ଧନୁ - କୌଣସି ଶୁଭ କାର୍ଯ୍ୟ ପାଇଁ ଯାତ୍ରା କଲେ ଆପଣଙ୍କୁ ଯାତ୍ରାରେ ଲାଭ ମିଳିବାର ଶୁଭ ଯୋଗ ରହିଛି । ଏକାଦଶ ଚନ୍ଦ୍ର ପ୍ରଭାବରେ ଆୟର ପଥ ପ୍ରଶସ୍ତ ହେବ ଏବଂ ପୁରାତନ ବକେୟା ଟଙ୍କା ଫେରି ପାଇବେ । ବଡ଼ ଭାଇ କିମ୍ବା ଉପରିସ୍ଥ ଅଧିକାରୀଙ୍କଠାରୁ ଆବଶ୍ୟକୀୟ ସହଯୋଗ ମିଳିବ । ଆପଣଙ୍କର ଦୀର୍ଘ ଦିନର କୌଣସି ଆଶା ଆଜି ପୂରଣ ହେବାର ସମ୍ଭାବନା ଅଛି ।

ମକର - ପରିବାର ଓ ବନ୍ଧୁମାନଙ୍କ ସହ ସମୟ କଟାଇ ଆପଣଙ୍କୁ ଖୁବ୍ ମାନସିକ ସୁଖ ମିଳିବ । ଦଶମ ଚନ୍ଦ୍ର ହେତୁ କର୍ମକ୍ଷେତ୍ରରେ ଆପଣଙ୍କର ପ୍ରତିପତ୍ତି ବଢ଼ିବ ଏବଂ ନୂତନ ଦାୟିତ୍ୱ ମିଳିପାରେ । ପିତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ ଏବଂ ସରକାରୀ ସ୍ତରରୁ ଲାଭବାନ ହେବେ । ବ୍ୟବସାୟରେ ନୂତନ ପୁଞ୍ଜି ବିନିଯୋଗ ପାଇଁ ଆଜି ଦିନଟି ଶୁଭ ଅଟେ ।

କୁମ୍ଭ - କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ ଅଧିକାରୀଙ୍କଠାରୁ ସହଯୋଗ ବୃଦ୍ଧି ହେବା ଯୋଗୁଁ କାର୍ଯ୍ୟ ସହଜ ହେବ । ନବମ ଚନ୍ଦ୍ର ପ୍ରଭାବରେ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ ଏବଂ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହେବ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ ଏବଂ କୌଣସି ତୀର୍ଥ ଯାତ୍ରାର ଯୋଜନା କରିପାରନ୍ତି । ଉଚ୍ଚଶିକ୍ଷା ପାଇଁ ଚେଷ୍ଟା କରୁଥିବା ବିଦ୍ୟାର୍ଥୀମାନଙ୍କୁ ଶୁଭ ଫଳ ମିଳିବ ।

ମୀନ - ଅସାବଧାନତା ଯୋଗୁଁ ଆଜି ଶରୀରର କୌଣସି ସ୍ଥାନରେ ଆଘାତ ଲାଗିବାର ସମ୍ଭାବନା ରହିଛି, ତେଣୁ ସତର୍କ ରୁହନ୍ତୁ । ଅଷ୍ଟମ ଚନ୍ଦ୍ର ହେତୁ ମାନସିକ ଚାପ ଓ ବୃଥା ଚିନ୍ତା ଆପଣଙ୍କୁ ବ୍ୟତିବ୍ୟସ୍ତ କରିପାରେ । ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା କିମ୍ବା ନୂଆ କାମ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ନୁହେଁ । ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ସମ୍ପର୍କରେ ତିକ୍ତତା ଆସିପାରେ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682