ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକାସାଙ୍ଗେ ୫ଟି ସ୍ଥାନରେ ଚାଲିଛି ଚଢାଉ

NEWS7
covid-warrior-died-who-went-hyderabad

ଜଗତସିଂହପୁର ୨୦।୧୨ : ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ । ଜଗତସିଂହପୁର ବନବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି । ଏକାସାଙ୍ଗେ ୫ଟି ସ୍ଥାନରେ ଚାଲିଛି ରେଡ୍ । ଏହି ଚଢାଉରେ ବିଭିନ୍ନ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଜଗତସିଂହପୁର ବନବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଚଢାଉ ହୋଇଛି । ଶନିବାର ସକାଳୁ ସକାଳୁ ଭିଜିଲାନ୍ସର ଏକାଧିକ ଟିମ୍ ପକ୍ଷରୁ ୫ଟି ସ୍ଥାନରେ ଚାଲିଛି ଚଢାଉ । ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ଜଗତସିଂହପୁର ସଦର ଥାନା ଚାଟରା ସ୍ଥିତ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ରହିଛି । ତେବେ ଏହି ଚଢାଉରେ ଭିଜିଲାନ୍ସକୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି ।