ସୋଫିଆ ତାଙ୍କ ଦଳ କଥା ବୁଝିବେ, ମୁଁ ନୂଆ ଦଳ କଥା ଚିନ୍ତା କରିବି କହିଲେ ମୋକିମ୍

NEWS7
covid-vaccination-not-mandatory-for-the-frontline-health-worker

ଭୁବନେଶ୍ୱର ୫।୨: କୃଷକଙ୍କୁ ନେଇ ବରିଷ୍ଠ ରାଜନେତା ମହମ୍ମଦ ମୋକିମ୍‌ଙ୍କ ବୈଠକ । ପ୍ରଥମେ ଯୁବକ ପରେ ମହିଳା ଏବେ ଚାଷୀଙ୍କୁ ନେଇ ବୈଠକ କରିଛନ୍ତି ମହମ୍ମଦ ମୋକିମ୍ । ଭୁବନେଶ୍ୱର କସ୍ତୁରବା ନାରୀ ମହଲରେ ଚାଷୀଙ୍କୁ ନେଇ ହୋଇଛି ବୈଠକ । ରାଜ୍ୟରେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଏହି ଅବସରରେ ଆଲୋଚନା ହୋଇଛି । ମୋକିମ୍‌ଙ୍କ ନୂଆ ଦଳ ପୂର୍ବରୁ ଦଳକୁ ଅଧିକ ମଜବୁତ କରିବାକୁ ରାଜ୍ୟର ବିଭିନ୍ନ ବର୍ଗ ସହ ଆଲୋଚନ କରୁଛନ୍ତି ମୋକିମ୍ ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୋକିମ୍ କହିଛନ୍ତି ରାଜ୍ୟର ବିଭିନ୍ନ କୃଷକ ନେତାଙ୍କ ସହ ଆଲୋଚନା ହୋଇଛି । ମାର୍ଚ୍ଚ ମାସ ଶେଷରେ ନୂଆ ଦଳ ରାଜ୍ୟବାସୀଙ୍କ ସାମ୍ନାକୁ ଆସିବ । ନୂଆ NSC ସହ ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଲଢ଼ିବ ମୋକିମ୍‌ଙ୍କ ନୂଆ ଦଳ । ଆଗାମୀ ଦିନରେ ଅନେକ ଦଳର ବହୁ ନେତା ଆମ ସହ ଯୋଗାଯୋଗରେ ରହିଛନ୍ତି । ଦଳ ଗଠନ ପରେ ସେମାନେ ମଧ୍ୟ ସାମ୍ନାକୁ ଆସିଯିବେ ।

ସୋଫିଆ ଗୋଟିଏ ଦଳର ବିଧାୟିକା ଏବଂ ମୁଁ ଗୋଟିଏ ନୂଆ ଦଳର ଦାୟିତ୍ୱ ଦେଉଛି, ଜଣେ ପୂର୍ବ ହେଲେ ଜଣେ ପଶ୍ଚିମ । ତେଣୁ ସୋଫିଆ ଯେଉଁ ଦଳର ରହିଛନ୍ତି ସିଏ ସେ ଦଳ କଥା ବୁଝିବେ ଆଉ ମୁଁ ନୂଆ ଦଳ କଥା ଚିନ୍ତା କରିବି ବୋଲି ମୋକିମ୍ କହିଛନ୍ତି ।