LIVE TV

କୁମ୍ଭ ରାଶି ବ୍ୟକ୍ତିଙ୍କ ପାଇଁ ସମୃଦ୍ଧି ଲାଭର ଯୋଗ ରହିଛି, ବ୍ୟବସାୟିକ ଏବଂ ସାମାଜିକ କ୍ଷେତ୍ରରେ ଆଗକୁ ବଢ଼ିବେ

NEWS7
covid-pressmeet-of-state-government

ମେଷ- ପରିବାରରେ ଖୁସିର ବାତାବରଣ ବଜାୟ ରହିବ। ଆୟରେ ବୃଦ୍ଧି ପାଇଁ କୌଣସି ନୂତନ ଆୟର ଉତ୍ସ ଖୋଜି ପାଇବେ। ବ୍ୟବସାୟରେ ନୂତନତା ଆଣିଲେ ଲାଭ ହେବ, ଚାକିରିରେ ଦାୟିତ୍ୱ ବୃଦ୍ଧି ହେବ ଏବଂ ଶିକ୍ଷା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ।

ବୃଷ- କର୍ମକ୍ଷେତ୍ରରେ ସଫଳତା ମିଳିବାର ପ୍ରବଳ ଯୋଗ ରହିଛି। କୌଣସି ପ୍ରିୟ ବ୍ୟକ୍ତିଙ୍କ ସହିତ ଭେଟ ହେବ। ବ୍ୟବସାୟୀଙ୍କର ଆଶାଠାରୁ ଅଧିକ ଲାଭ ହେବ। ଚାକିରି କ୍ଷେତ୍ରରେ ଉପରିସ୍ଥଙ୍କ ସହଯୋଗ ମିଳିବ। ବିଦ୍ୟାର୍ଥୀମାନେ ପରୀକ୍ଷାରେ ଭଲ ଫଳାଫଳ ପାଇବେ।

ମିଥୁନ- ସାମାନ୍ୟ ସ୍ୱାସ୍ଥ୍ୟ ହାନି ହେବାର ସମ୍ଭାବନା ଅଛି। ସନ୍ତାନମାନଙ୍କୁ ନେଇ କିଛି ଚିନ୍ତା ମଧ୍ୟ ଆସିପାରେ। ବ୍ୟବସାୟରେ ପୁଞ୍ଜି ନିବେଶରୁ ବିରତ ରୁହନ୍ତୁ। ଚାକିରିରେ ନୀରବତା ବଜାୟ ରଖନ୍ତୁ। କିନ୍ତୁ ଶିକ୍ଷା କ୍ଷେତ୍ରରେ ଅଧିକ ମନୋନିବେଶ କରନ୍ତୁ।

କର୍କଟ- କୌଣସି ଗୁପ୍ତ କାରଣରୁ ମନରେ ମାନସିକ ଅଶାନ୍ତି ଦେଖାଦେବ। କୌଣସି ବନ୍ଧୁଙ୍କ ସହିତ କଳହ ହେବାର ଯୋଗ ରହିଛି। ବ୍ୟବସାୟରେ କାହା ସହ ପାର୍ଟନରସିପ୍ କରିବାରୁ ଦୂରେଇ ରୁହନ୍ତୁ, ଚାକିରିରେ କର୍ମକ୍ଷେତ୍ରରେ ଅଧିକ ଧ୍ୟାନ ଦିଅନ୍ତୁ । ଛାତ୍ରଛାତ୍ରୀଙ୍କୁ ସାମାନ୍ୟ ବାଧା ଆସିପାରେ।

ସିଂହ- ପୁରୁଣା ରୋଗରୁ ମୁକ୍ତି ମିଳିବ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଆକସ୍ମିକ ଅର୍ଥ ଲାଭ ହେବାର ସମ୍ଭାବନା ରହିଛି। ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଦେଖାଦେବ। ଚାକିରିରେ ମାନ ସମ୍ମାନ ବଢ଼ିବ ଏବଂ ଶିକ୍ଷା କ୍ଷେତ୍ରରେ ଭଲ ଫଳ ମିଳିବ।

କନ୍ୟା- କୌଣସି କାମରେ ବାଧା ଆସିପାରେ। ଅଯଥା ଖର୍ଚ୍ଚ ଯୋଗୁ ଅର୍ଥ ହାନିର ଆଶଙ୍କା ରହିଛି। ବ୍ୟବସାୟୀମାନେ ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ। ଚାକିରିରେ କାର୍ଯ୍ୟକୁ ସମୟରେ ସମାପନ କରନ୍ତୁ ଏବଂ ବିଦ୍ୟାର୍ଥୀମାନେ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନିଅନ୍ତୁ।

ତୁଳା- ଗ୍ରହମାନଙ୍କ ଶୁଭ ସ୍ଥିତି ଯୋଗୁ ଶ୍ରୀଚନ୍ଦ୍ରର ସମର୍ଥନ ମିଳିବ। କୌଣସି ଆନନ୍ଦଦାୟକ ଖୁସି ଖବର ମିଳିପାରେ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ। ଚାକିରିରେ ଦିନଟି ଶୁଭଙ୍କର ରହିବ ଏବଂ ଶିକ୍ଷା କ୍ଷେତ୍ରରେ ଉଚ୍ଚ ସଫଳତା ପାଇବେ।

ବିଛା- କୌଣସି ଅଜଣା କାରଣରୁ ଦୁଶ୍ଚିନ୍ତା ଘେରି ରହିବ। ଅଯଥା ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ। ଚାକିରି କ୍ଷେତ୍ରରେ କିଛିଟା ଚାପ ଅନୁଭବ କରିବେ ଏବଂ ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ପୂରଣ ପାଇଁ ଅଧିକ ପରିଶ୍ରମ କରନ୍ତୁ।

ଧନୁ- ଅତିଥି ସତ୍କାର କରିବେ ଏବଂ ଏହା ଶୁଭଙ୍କର ହେବ। ଆର୍ଥିକ ସ୍ଥିତିରେ ଧନ ବୃଦ୍ଧି ହେବାର ପ୍ରବଳ ଯୋଗ ରହିଛି। ବ୍ୟବସାୟୀଙ୍କୁ ବଡ଼ ଧରଣର ଲାଭ ମିଳିବ। ଚାକିରିରେ ପଦୋନ୍ନତିର ସୁଯୋଗ ରହିଛି ଏବଂ ଶିକ୍ଷା କ୍ଷେତ୍ରରେ ଶୁଭ ଫଳ ମିଳିବ।

ମକର- କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ଶୁଭ ଯୋଗ ରହିଛି। ବ୍ୟବସାୟ ବୃଦ୍ଧି ପାଇଁ ନୂଆ ଯୋଜନା କରନ୍ତୁ। ଚାକିରିରେ ନିଜ ଦକ୍ଷତା ପ୍ରମାଣିତ କରିବେ ଏବଂ ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତି କରନ୍ତୁ।

କୁମ୍ଭ- କୌଣସି କାର୍ଯ୍ୟରୁ ସମୃଦ୍ଧି ଲାଭ ହେବାର ଯୋଗ ରହିଛି। ମନରେ ପରୋପକାର ଭାବନା ବୃଦ୍ଧି ପାଇବ। ବ୍ୟବସାୟ କ୍ଷେତ୍ରରେ ସାମାଜିକ ସମ୍ପର୍କରୁ ଲାଭ ମିଳିବ। ଚାକିରିରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ। ଶିକ୍ଷାର୍ଥୀମାନେ କ୍ୟାରିୟର ପାଇଁ ନୂତନ ପଥ ବାଛିବେ।

ମୀନ- ଯାନବାହାନ ଚଳାଇବା ସମୟରେ ସତର୍କ ରୁହନ୍ତୁ। କୌଣସି ବନ୍ଧୁଙ୍କ ସହିତ ବିବାଦ ହେବାର ଆଶଙ୍କା ରହିଛି। ବ୍ୟବସାୟରେ ନିବେଶରୁ ବିରତ ରୁହନ୍ତୁ। ଚାକିରିରେ ଅଧିକ କାମ କରିବାକୁ ପଡ଼ିବ। କିନ୍ତୁ ଶିକ୍ଷା କ୍ଷେତ୍ରରେ ପରିଶ୍ରମ ଅନୁଯାୟୀ ଫଳ ମିଳିବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – ୮୨୪୯୮୨୬୬୮୨