LIVE TV
LIVE TV

'ୟୁରୋପ ଯୁଦ୍ଧ କଲେ ଆମେ ଛାଡିବୁନି, ଋଷ ପ୍ରସ୍ତୁତ ଅଛି' -ପୁଟିନ୍

NEWS7
covid-death-toll-reached-1896-in-odisha

ନୂଆଦିଲ୍ଲୀ, ୦୩ /୧୨:ଋଷିଆ ଯୁଦ୍ଧ କରିବାକୁ ପ୍ରସ୍ତୁତ । ସମସ୍ତ ୟୁରୋପ ସହ ମସ୍କୋ ଲଢିପାରିବ । ଯଦି ୟୁରୋପ ଯୁଦ୍ଧ ଚାହୁଁଛି ତାହାଲେ ଋଷିଆ ପ୍ରସ୍ତୁତ ଥିବା କହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେରିକାର ଉଦ୍ୟମକୁ ୟୁରୋପର କିଛି ନେତା ପସନ୍ଦ କରୁନଥିବା ପୁଟିନ୍ କହିଛନ୍ତି ।

ତେବେ ପୁଟିନଙ୍କ ଏହି ବୟାନ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଆମେରିକର ଦୁଇ ଅଧିକାରୀ ମସ୍କୋରେ ଅଛନ୍ତି । ଉଭୟ ଅଧିକାରୀ ୟୁକ୍ରେନ-ଋଷ ଯୁଦ୍ଧ ରୋକିବା ପାଇଁ ଲଗାତାର ଉଦ୍ୟମ କରୁଛନ୍ତି । ଏହା ମଧ୍ୟରେ ପୁଟିନ କହିଛନ୍ତି ଯେ, ତାଙ୍କର ୟୁରୋପ ସହ ଯୁଦ୍ଧ କରିବାକୁ ଏବେ କିଛି ଯୋଜନା ନାହିଁ । କିନ୍ତୁ ଯଦି ୟୁରୋପ ଯୁଦ୍ଧ ଆରମ୍ଭ କରେ ତାହାଲେ ମସ୍କୋ ପ୍ରସ୍ତୁତ ରହିଛି । ଆମେ ଏହାର ଜବାବ ଦେବୁ ।

ପୁଟିନ ଆହୁରି କହିଛନ୍ତି ଯେ, ୟୁରୋପୀୟମାନେ ଶାନ୍ତି ପ୍ରତିଷ୍ଠା ପାଇଁ ଚାହୁଁ ନାହାଁନ୍ତି । ସେମାନେ ନିଆଁରେ ଘିଅ ଢାଳୁଛନ୍ତି । ଆମେରିକାର ପ୍ରୟାସକୁ ଅନେକ ନେତା ଖାତିର କରୁ ନାହାଁନ୍ତି । ଏହାସହ ଆମେରିକା ଶାନ୍ତି ଉଦ୍ୟମରେ କିଛି ସଂଶୋଧନ ପାଇଁ ୟୁରୋପର ହସ୍ତକ୍ଷେପକୁ ଋଷ ରାଷ୍ଟ୍ରପତି ନାପସନ୍ଦ କରିବା ସହ ସମାଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ, ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ରୋକିବାକୁ ଆମେରିକା୨୮ ପଏଣ୍ଟର ଡ୍ରାଫ୍ଟ୍ ପ୍ରସ୍ତୁତ କରିଥିଲା । ଯାହାକୁ କିଭ୍ ଏବଂ ୟୁରୋପ କିଛି ଦେଶ ବିରୋଧ କରିଥିଲେ । ଫଳରେ ଏହି ଡ୍ରାଫ୍ଟରେ ସଂଶୋଧନ କରାଯାଇଥିଲା । ଆମେରିକାର ଏହି ଡ୍ରାଫ୍ଟ ୟୁକ୍ରେନ ସ୍ୱାର୍ଥର ଖିଲାପ କରୁଥିବା କିଛି ଦେଶ କହିଥିଲେ ।