LIVE TV

ଦିଲ୍ଲୀ, ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ପଡିଲାଣି ଥଣ୍ଡା, ଏବେ କୁହୁଡି ଚିନ୍ତା

NEWS7
covid-19-in-india-guidelines-for-air-passengers-at-the-airports

ନୂଆଦିଲ୍ଲୀ ୩।୧୧: ଭାରତକୁ ଶୀତ ଋତୁର ଆଗମନ  ହୋଇଛି। ପାହାଡ଼ ଉପରେ ହୀମପାତ ଓ ସମତଳରେ ହାଲୁକା ବର୍ଷା ତାପମାତ୍ରା ହ୍ରାସର କାରଣ ପାଲଟିଛି। ଏହାକୁ ଦେଶରେ ଶୀତ ଋତୁ ଆରମ୍ଭର ସଂକେତ ଭାବେ ଦେଖା ଯାଉଛି। ଏଥିରେ ପାଣିପାଗ ବିଶେଷଜ୍ଞମାନେ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଉତ୍ତର ଭାରତରେ କୋହଲା ପବନ ବହିବ ବୋଲି ପୂର୍ବାନୁମାନ କରୁଛନ୍ତି। କୁହୁଡି, କୁଆସା ଓ ସକାଳ ସନ୍ଧ୍ୟାରେ ଥଣ୍ଡା ଅନୁଭବ ହେବା ଏବେ ଶୀର ଋତୁ ଆରମ୍ଭର ସଂକେତ ବୁଝାଯାଉଛି।

ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ୪-୫ ନଭେମ୍ବର ବେଳକୁ ଜମ୍ମୁ-କାଶ୍ମୀର, ହୀମାଚଳ ଓ ଉତ୍ତରାଖଣ୍ଡର ଉପର ଅଞ୍ଚଳରେ ହୀମ ପାତ ଓ ନିମ୍ନାଞ୍ଚଳରେ ବର୍ଷାର ଆଶଙ୍କା କରିଛନ୍ତି। ଦୀର୍ଘ ବ୍ୟବଧାନରେ ପର୍ବତ୍ୟାଞ୍ଚଳରେ ହୀମପାତ ନା କେବଳ ଥଣ୍ଡା ବଢାଇବ ସମତଳ ଅଞ୍ଚଳକୁ କୋହଲା ପବନ ମଧ୍ୟ ବହିବ। ଏହା ଉତ୍ତରାଖଣ୍ଡର ବିଭିନ୍ନ ଜିଲ୍ଲାରେ ଥଣ୍ଡା ଆରମ୍ଭର ଏକ ସଂକେତ ବୋଲି ବୁଝା ଯାଉଛି। ପଞ୍ଜାବ, ହରିୟାଣା ଓ ଦିଲ୍ଲୀ ଏନସିଆରରେ ହାଲୁକା ବର୍ଷା ତାପମାତ୍ରା ହ୍ରାସର କାରଣ ହେବ। ଏହାର ପ୍ରଭାବ ପଶ୍ଚିମ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଅନୁଭୂତ ହେବ।

ଆଇଏମଡିଙ୍କ ଅନୁସାରେ ପୂର୍ବ ଉତ୍ତର ପ୍ରଦେଶ ଓ ବିହାରରେ ଥଣ୍ଡା ପଡିବା ଆରମ୍ଭ ହୋଇଗଲାଣି। କିଛି ଦିନ ଭିତରେ ନିମ୍ନତମ ତାପମାତ୍ରାରେ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ହୋଇପାରେ ଓ ସକାଳ ସନ୍ଧ୍ୟାରେ କୋହଲା ପବନ ବହିବ। ମଧ୍ୟପ୍ରଦେଶର ପଶ୍ଚିମ ଭାଗ ଭୋପାଲରୁ ଗୁଣା ପର୍ଯ୍ୟନ୍ତ ୪ ଓ ୫ ନଭେମ୍ବରରେ ହାଲୁକା ବର୍ଷା ହୋଇ ପାରେ। ସେହିପରି ମହାରାଷ୍ଟ୍ରର ଉତ୍ତରାଞ୍ଚଳରେ ମଧ୍ୟ ହାଲୁକା ବର୍ଷା ହୋଇ ପାରେ। ଏଣୁ ତାପମାତ୍ରା ହ୍ରାସ ହେବା ସହ ରାତ୍ରିକାଳୀନ ଥଣ୍ଡା ଅନୁଭୂତ ହେବ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ମିଆଁମାର ଓ ବାଂଲାଦେଶ ଆଡକୁ ବଢୁଛି। ଏହା ପ୍ରଭାବରେ ମଣିପୁର, ମିଜୋରାମ, ତ୍ରିପୁରା ଓ ନାଗାଲ୍ୟାଣ୍ଡରେ ଭୀଷଣ ବର୍ଷା ଆଶଙ୍କା କରାଯାଉଛି। ଅନ୍ୟପଟେ ଆରବସାଗରରେ ଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଦୁର୍ବଳ ହୋଇପଡିଛି। ତେବେ ଏହାର ପ୍ରଭାବ ଦକ୍ଷିଣ ରାଜସ୍ଥାନ, ପୂର୍ବ ଗୁଜରାଟ ଓ ମହାରାଷ୍ଟ୍ର ଉପରେ ରହିବ।