ନୂଆବର୍ଷରେ ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେଲେ କପିଲ୍ ଶର୍ମା , କାନାଡ଼ା ପରେ ଦୁବାଇରେ ଖୋଲିଲେ କାପ୍ସ କାଫେ

NEWS7
covid-19-global-super-rich-call-for-wealthy-to-face-coronavirus-tax

ନୂଆଦିଲ୍ଲୀ ୦୧।୧୨ : ଆଉ ମାତ୍ର କେଇ ଘଣ୍ଟା ପରେ ସରିବାକୁ ଯାଉଛି ବର୍ଷ ୨୦୨୫ । ନୂଆବର୍ଷ ନୂଆ ଆଶା ନେଇ ଆସୁଛି । ନୂଆବର୍ଷରେ କିଛି ନୂଆ କରିବାର ପ୍ରୟାସ ସମସ୍ତେ କରିଥାନ୍ତି । ତେବେ ଜଣାଶୁଣା କମେଡିଆନ କପିଲ୍ ଶର୍ମା ନୂଆବର୍ଷରେ ଆଉ ଏକ କାଫେ ଖୋଲିଛନ୍ତି । ବୁଧବାର ସେ ନୂଆ କାଫେର ଆରମ୍ଭ କରିଛନ୍ତି । କପିଲ୍ ନିଜର ସୋସିଆଲ ମିଡିଆ ପେଜରେ କାଫେର ଫଟୋ ଏବଂ ଭିଡିଓ ପୋଷ୍ଟ କରି ସମସ୍ତଙ୍କୁ ସ୍ବାଗତ କରିଛନ୍ତି । ସେ ଏକ ଭିଡିଓରେ ନିଜେ କଫି ପରିବେଷଣ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

କପିଲ ଶର୍ମା ନୂଆ କାଫେ ଆରମ୍ଭ କରିଥିବାବେଳେ ତାଙ୍କୁ ଚାରିଆଡ଼ୁ ଛୁଟିଛି ଶୁଭେଚ୍ଛାର ସୁଅ । ତଶଙ୍କ ସାତୀ କମେଡି ଅଭିନେତ୍ରୀ ଭାରତୀ ସିଂହ ନୂତନ କାଫେ ପାଇଁ ଶୁଭକାମନା ଜଣାଇଛନ୍ତି । ସେ ନିଜର ପୋଷ୍ଟରେ ଲେଖିଛନ୍ତି କି, ଭାଇ ଏବଂ ଭାଉଜଙ୍କୁ ଶୁଭକାମନା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, କାନାଡ଼ାରେ ଥିବା କପିଲ୍ ଶର୍ମାଙ୍କ କାଫେ ଉପରେ ଚଳିତ ବର୍ଷ ତିନିଥର ଗୁଳି ଚାଳନା ହୋଇଛି । କେହି ଅଜ୍ଞାତ ବ୍ୟକ୍ତି ତାଙ୍କ କାଫେକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା । ଯାହାକି ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲା ।

ପ୍ରଥମ ଆକ୍ରମଣ ଜୁଲାଇ ୧୦ରେ ହୋଇଥିବାବେଳେ ଦ୍ବିତୀୟ ଆକ୍ରମଣ ଅଗଷ୍ଟ ୭ରେ ହୋଇଥିଲା । ଏହାସହ ତୃତୀୟ ଥର ଲାଗି ଅକ୍ଟୋବର ୧୫ ତାରିଖରେ ହୋଇଥିଲା । ଯେଉଁଥିରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ହାତ ଥିବା କୁହାଯାଇଥିଲା । ପରେ ସୋସିଆଲ ମିଡିଆରେ ମଧ୍ୟ ଗୁଳିମାନ ସମୟର ଭିଡିଓ ଭାଇରାଲ ହୋଇଥିଲା । ତେବେ କାନାଡ଼ା କାଫେ ଉପରେ ତିନିଥର ଗୁଳି ଚାଳନା ହୋଇଥିବାବେଳେ ଏବେ ପୁଣିଥରେ ଦୁବାଇରେ କାଫେ ଖୋଲିଛନ୍ତି ।