ଫେବୃୟାରୀ ୨୮ରୁ ମାର୍ଚ୍ଚ ୮, ମହାକାଶରେ ଦୃଶ୍ୟମାନ ହେବ ଅଦ୍ଭୁତ ଦୃଶ୍ୟ, ଗୋଟିଏ ଧାଡ଼ିରେ ରହିବେ ୬ ଗ୍ରହ

NEWS7
covid-19-delhi-schools-will-remain-closed-till-july-31

ଭୁବନେଶ୍ଵର: ମହାକାଶରେ ଦେଖାଯିବ ବିରଳ ଦୃଶ୍ୟ । ଫେବୃୟାରୀ ୨୮ ତାରିଖରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ମହାକାଶରେ ଦୃଶ୍ୟମାନ ହେବାକୁ ଯାଉଛି ଏମିତି ଏକ ଅଦ୍ଭୁତ ଦୃଶ୍ୟ । ଏହା ଏକ ବଡ ସଂଯୋଗ । ମହାକାଶରେ ଏହି ମହାଜାଗତିକ ଦୃଶ୍ୟକୁ ସମଗ୍ର ବିଶ୍ୱବାସୀ ଖାଲି ଆଖିରେ ଦେଖିପାରିବେ । ପୃଥିବୀର ଅକ୍ଷ ରେଖାରେ ଅବସ୍ଥାନ କରିବାକୁ ଯାଉଛନ୍ତି ଅନ୍ୟ ୬ ଗ୍ରହ । ତେବେ ଏଭଳି ଦୃଶ୍ୟ ନୂଆ ନୁହଁ ହେଲେ ଏହାକୁ ଦେଖିବା ଏ ସମ୍ପର୍କରେ ଜାଣିବା ବେଶ ଗୁରୁତ୍ୱପୂର୍ଣ୍ଣ ।

ପୃଥିବୀରୁ ରହି ଖାଲି ଆଖିରେ ଏକା ବେଳେ ଦେଖିପାରିବେ ୬ ଟି ଗ୍ରହ । ଏମିତି ଏକା ବିରଳ ଦୃଶ୍ୟ ଦେଖିବା ସାରା ବିଶ୍ୱ । ଏଥର ଚନ୍ଦ୍ରଗ୍ରହଣରେ ଦୁର୍ଲଭ ଦୃଶ୍ୟ ଦେଖିବାକୁ ମିଳିବ ମହାକାଶରେ । ବୁଧ, ଶୁକ୍ର, ବୃହସ୍ପତ୍ତି, ଶନି ଗ୍ରହକୁ ଦେଖିପାରିବେ ବିଶ୍ୱବାସୀ ସେହିଭଳି ୟୁରେନ୍ସ ଓ ନେପ୍ଚ୍ୟୁନ ଗ୍ରହକୁ ଦୂରବୀକ୍ଷଣ ଯନ୍ତ୍ର ମାଧ୍ୟମରେ ଦେଖିପାରିବେ । ଏମିତି ଏକ ସଂଯୋଗକୁ ଅତି ଦୁର୍ଲଭ ମଧ୍ୟ କୁହାଯାଏ ।

ପୃଥିବୀ ସହ ଯେତେବେଳେ ଅନ୍ୟ ଗ୍ରହମାନେ ଏକ ସମାନ ରେଖାରେ ଅବସ୍ଥାନ କରନ୍ତି, ବା ସୂର୍ଯ୍ୟର ଗୋଟିଏ ପାର୍ଶ୍ୱକୁ ଆସି ଯାଆନ୍ତି, ସେତେବେଳେ ଗ୍ରହଗୁଡ଼ିକୁ ଗୋଟିଏ ରେଖାରେ ଦେଖା ଯାଇପାରେ । ଏହାକୁ ଗ୍ରହ ସଂଯୋଗ ବା ପ୍ଲାନେଟୋରୀ ପରେଡ କୁହାଯାଏ । ବୈଜ୍ଞାନିକ କହିବାନୁସାରେ ଏହି ଦୃଶ୍ୟ ଦେଖିବାକୁ ସାଧାରଣ ଲୋକେ ଆଲୋକଠାରୁ ବହୁ ଦୂରରେ କିମ୍ବା କୌଣସି ଖୋଲା ସ୍ଥାନରେ ରହି ଦେଖିପାରିବେ ।

ମହାକାଶ ବିଜ୍ଞାନୀଙ୍କ ମତରେ ଏହା ପଶ୍ଚିମ ଦିଗବଳୟରେ ଦୃଶ୍ୟମାନ ହେବ । ଏହି ଦୃଶ୍ୟ ସେହି ଅଂଚଳରେ ଦେଖାଯିବ ଯେଉଁ ଅଂଚଳ ଆଲୋକମୁକ୍ତ ଓ ଧୂଳିମୁକ୍ତ ଥିବ । ସୂର୍ଯ୍ୟାସ୍ତ ହେବାର ଅଧଘଣ୍ଟା ପରେ ୬ ଟି ଗ୍ରହଙ୍କୁ ଖାଲି ଆଖିରେ ଦେଖିପାରିବେ । ହେଲେ ସହରାଞ୍ଚଳରେ ଏହି ଦୃଶ୍ୟ ଦେଖିବା ସମ୍ଭବ ହୋଇ ନପାରେ । ଏହି ବିରଳ ଦୃଶ୍ୟ ମାତ୍ର ଅଧଘଣ୍ଟା ପର୍ଯ୍ୟନ୍ତ ହିଁ ମହାକାଶରେ ଦୃଶ୍ୟମାନ ହେବ ।

ଅଧଘଣ୍ଟା ପରେ ଧୀରେ ଧୀରେ ଅନ୍ୟ ଗ୍ରହ ମାନେ ଅଦୃଶ୍ୟ ହେବା ବେଳେ କେବଳ ବୃହସ୍ପତିକୁ ବହୁ ସମୟ ଆପଣ ଦେଖିବାକୁ ପାଇପାରିବେ । ବୁଧ ଗ୍ରହର ଲାଇଟିଙ୍ଗ ଅଧିକ ଥିବାରୁ ଏହାକୁ ଜାଣିବା ମଧ୍ୟ କଷ୍ଟକର ହୋଇପାରେ । ଏହି ଦୃଶ୍ୟ ସାଧାରଣ ଲୋକଙ୍କ ପାଇଁ ଏକ ସ୍ମରଣୀୟ ମୂହୁର୍ତ୍ତ ସାବ୍ୟସ୍ତ ହୋଇପାରେ। ବୈଜ୍ଞାନିକମାନେ ଏହି ସଂଯୋଗକୁ ଦୁର୍ଲଭ ଗ୍ରହ ସଂଯୋଗର ଆଖ୍ୟା ଦେଉଛନ୍ତି ।

ବୈଜ୍ଞାନିକ ଭାଷାରେ ଏହାକୁ କ୍ରାନ୍ତିବୃତ୍ତ ପ୍ରକ୍ରିୟା ମଧ୍ୟ କୁହାଯାଏ । ଏଭଳି ଦୃଶ୍ୟ ଅନେକ ଥର ମଧ୍ୟ ଦେଖିବାକୁ ମିଳେ, ବିଶେଷକରି ପିଲାମାନେ ଏହି ଦୃଶ୍ୟ ଦେଖିବା ସହ ଏହି ବିଷୟରେ ଜାଣିବା ନିହାତି ଜରୁରୀ ବୋଲି ବୈଜ୍ଞାନିକ ମତ ଦେଇଥାନ୍ତି ।