ଉଦ୍ୟମ ପଛରେ ଥିଲା କି ଭୟଙ୍କର ହିଂସାର ଯୋଜନା ? ଅଯୋଧ୍ୟା ରାମ ମନ୍ଦିରରେ ନମାଜ ପଢ଼ିବା ପୂର୍ବରୁ କାଶ୍ମୀର ବାସିନ୍ଦା ଗିରଫ, ପୋଲିସ କରୁଛି ଜେରା

NEWS7
couple-romancing-at-bike-on-road-in-bhopal-police-searching-them

ଅଯୋଧ୍ୟା: ଅଯୋଧ୍ୟାର ରାମ ମନ୍ଦିରରେ ନମାଜ ପାଠ କରିବାକୁ ଚେଷ୍ଟା କରି ଫସିଲେ କାଶ୍ମୀରର ଜଣେ ବ୍ୟକ୍ତି । କାଶ୍ମୀର ବାସିନ୍ଦା ନମାଜ ପାଠ କରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ପୋଲିସ ଗିରଫ କରିଛି । ଏବେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଜମ୍ମୁକାଶ୍ମୀରର ଶୋପିଆନ ଜିଲ୍ଲାର ବାସିନ୍ଦା ୫୫ ବର୍ଷୀୟ ଅହମଦ ଶେଖ ରାମ ମନ୍ଦିରରେ ନମାଜ ପାଠ କରିବାକୁ ଚେଷ୍ଟା କରୁଥିଲେ । ଶୁକ୍ରବାର ଦିନ ଅହମଦ କଡ଼ା ସୁରକ୍ଷା ବଳୟରେ ଥିବା ରାମ ମନ୍ଦିର ପରିସରରେ ପ୍ରବେଶ କରିଥିଲେ । ମା ସୀତା ରୋଷେଇ ଘର ଅଞ୍ଚଳରେ ଅହମଦ ନମାଜ ପାଠ କରିବାକୁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ଶ୍ରଦ୍ଧାଳୁ ତାଙ୍କୁ ଦେଖିଥିଲେ ଏବଂ ସେଠାରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ଜଣାଇଥିଲେ ।

ମନ୍ଦିର ସୁରକ୍ଷାରେ ଥିବା ଅଧିକାରୀ ତାଙ୍କୁ ଧରିଥିଲେ ଏବଂ ପରେ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଥିଲେ । ଯେତେବେଳେ ଅହମଦଙ୍କୁ ନମାଜ ପାଠ କରିବାକୁ ସୁରକ୍ଷା କର୍ମୀ ରୋକିଥିଲେ, ସେ ହଠାତ ସାଂପ୍ରଦାୟିକ ନାରା ଦେଇଥିଲେ । କିନ୍ତୁ ଏନେଇ କୌଣସି ସରକାରୀ ସୂଚନା ମିଳିପାରି ନାହିଁ ।

ସେପଟେ ପୋଲିସ ଏବଂ ତଦନ୍ତ ଏଜେନ୍ସି ଅହମଦକୁ ପଚରା ଉଚରା କରୁଛନ୍ତି । ଏହା ପଛରେ ତାଙ୍କର ପ୍ରକୃତରେ କ’ଣ ଉଦ୍ଦେଶ୍ୟ ଥିଲା ତାହା ଜାଣିବାକୁ ଚେଷ୍ଟା କରୁଛି ତଦନ୍ତ ଏଜେନ୍ସି। ସେ କିଭଳି ଓ କାହିଁକି ଅଯୋଧ୍ୟା ଆସିଥିଲେ ସେନେଇ ମଧ୍ୟ ତଦନ୍ତ ଚାଲିଛି ।

ଅହମଦଙ୍କ ପାଖରୁ ପୋଲିସ କାଜୁ ଏବଂ କିସମିସ ପାଇଥିବା ସୂଚନା ମିଳିଛି। ପ୍ରକୃତରେ ସେ ଆଜମେର ଯିବାକୁ ଚାହୁଁଥିଲା ବୋଲି କିଛି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ତଦନ୍ତ ଏଜେନ୍ସି ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରୁଛି । ଆସନ୍ତା ସପ୍ତାହରେ ମକର ସଂକ୍ରାନ୍ତି ଲାଗି ଅଯୋଧ୍ୟା ରାମ ମନ୍ଦିର ପ୍ରସ୍ତୁତ ହେଉଥିବା ବେଳେ ଏଭଳି ଘଟଣା ଚିନ୍ତା ବଢ଼ାଇ ଦେଇଛି ।