LIVE TV

ଭାରତ ଜିତିଲା ବିଶ୍ୱକପ୍ : ଖୁସିରେ କାନ୍ଦି ପକାଇଲେ ରୋହିତ ଶର୍ମା

NEWS7
couple-get-very-intimate-park-caught-on-cctv-footage

ମୁମ୍ବାଇ,  ୩ |୧୧ :   ଆଇସିସି ମହିଳା ବିଶ୍ବକପ୍ ଟ୍ରଫି ହାସଲ କରିଛି ଟିମ୍ ଇଣ୍ଡିଆ । ଦଳ ପ୍ରଥମ ଥର ପାଇଁ ହୋଇଛି ବିଶ୍ବ ବିଜେତା । ରବିବାର ମହାରାଷ୍ଟ୍ରର ଡିଓ୍ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ଦମଦାର୍ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ହରମନପ୍ରିତଙ୍କ ସେନା ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ଟାଇଟଲ୍ ଉପରେ କରିଛି କବଜା । ତେବେ ଭାରତ ବିଜୟର ମୁକସାକ୍ଷୀ ଥିଲେ ହିଟମ୍ୟାନ୍ ରୋହିତ ଶର୍ମା । ଖେଳ ଆରମ୍ଭରୁ ସେ ଷ୍ଟାଡିୟମରେ ଉପସ୍ଥିତ ଥିଲେ । ଏପରିକି ଦଳ ମ୍ୟାଚ୍ ଜିତିବା ପରେ ସେ ଭାବବିହ୍ବଳ ହୋଇଯାଇଥିଲେ ।

ଭାରତୀୟ କ୍ରିକେଟ୍ ଟିମର ହିଟମ୍ୟାନ୍ ରୋହିତ ଶର୍ମା । ୨୦୨୩ ଟିମ୍ ଇଣ୍ଡିଆ ତାଙ୍କ ନେତୃତ୍ୱରେ ବିଶ୍ବକପ୍ ଫାଇନାଲରେ ପହଁଚିଥିଲା । କିନ୍ତୁ ଦଳ ହୋଇପାରିନଥିଲା ଚାମ୍ପିଅନ୍ । ଅଷ୍ଟ୍ରେଲିଆଠୁ ପରାସ୍ତ ହେବା ପରେ ଭାରତର ଟାଇଟଲ୍ ସ୍ବପ୍ନ ଧୂଳିସାତ ହୋଇଥିଲା । ସବୁଠୁ ବଡ କଥା ହେଉଛି ଯେ, ସେହି ବର୍ଷ ସମାନ ନଭେମ୍ବର ମାସରେ ହିଁ ପୁରୁଷ ବିଶ୍ବକପର ଆୟୋଜନ ହୋଇଥିଲା । ହେଲେ ପୂରା ହୋଇନଥିଲା ରୋହିତଙ୍କ ସ୍ବପ୍ନ ।

ତେବେ ମହିଳା ବିଶ୍ବକପ୍ ଫାଇନାଲରେ ରୋହିତ ପତ୍ନୀ ରିତିକାଙ୍କ ସହ ଉପସ୍ଥିତ ଥିଲେ । ପ୍ରଥମରୁ ସେ ଭାରତୀୟ ଖେଳାଳିଙ୍କୁ ଚିଅର୍ କରିଥିଲେ । ତାଙ୍କ ସହ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ନୀତା ଅମ୍ବାନୀ ଏବଂ ଆକାଶ ଅମ୍ବାନୀ ମଧ୍ୟ ଷ୍ଟାଡିୟମରେ ଟିମକୁ ଉତ୍ସାହିତ କରିଥିଲେ । ଭାରତ ମ୍ୟାଚ୍ ଜିତିବା ପରେ ଖୁସି ହୋଇ ଯାଇଥିଲେ ରୋହିତ । ତାଙ୍କ ଆଖିରେ ଲୁହ ଆସି ଯାଇଥିଲା । ଯାହା କ୍ୟାମେରାରେ ସ୍ପଷ୍ଟ ଭାବେ ଜଣା ପଡୁଥିଲା । କିଛି ସମୟ ପାଇଁ ଭାବ ବିହ୍ୱଳ ହୋଇଯାଇଥିଲେ ।

ସେପଟେ ମ୍ୟାଚ୍ ଉପରେ ନଜର ପକାଇଲେ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଓପନିଂ ଯୋଡି ସଫଳ ପ୍ରଦର୍ଶନ ସହ ମିଡିଲ ଅର୍ଡରର ଖେଳାଳି ମଧ୍ୟ ଭଲ ସ୍କୋର୍ କରିଥିଲେ । ଳରେ ଦଳ ୨୯୮ ରନର ବିଶାଳ ସ୍କୋର୍ ହାସଲ କରିଥିଲା । ଯାହାର ଜବାବରେ ଦକ୍ଷିଣ ଆଫ୍ରିକା ୪୫. ଓରରେ ୨୪୬ ରନରେ ଅଲଆଉଟ୍ ହୋଇଯାଇଥିଲା ।

ରନ୍ ଚେଜରେ ଦକ୍ଷିଣ ଆଫ୍ରିକା ପ୍ରଥମେ ଭଲ ଆରମ୍ଭ କରିଥିଲା  । ତାଜାମିନ୍ ବ୍ରିଟସ୍ ଏବଂ ଅଧିନାୟକ ଲାରା ଓପନିଂ ଯୋଡିରେ ୫୧ ରନ୍ ସ୍କୋର୍ କରିଥିଲେ । ତେବେ ଏହି ପାର୍ଟନରସିପ୍ ଭାଙ୍ଗିଥିଲେ ଅମନଜୋତ୍ । ତାଙ୍କ ରକେଟ୍ ଥ୍ରୋ ତାଜାମିନଙ୍କୁ ରନ୍ ଆଉଟ୍ କରିଥିଲା । କିନ୍ତୁ ଲାରା କ୍ରିଜରେ ଜମି ରହି ଶତକ ପୂରଣ କରିଥିଲେ ।  ଶେଫାଳି ବର୍ମା ଏବଂ ଦୀପ୍ତି ଶର୍ମା ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ । ସେହିପରି ଅମନଜୋତ ସିଂ ଦମଦାର୍ ଫିଲ୍ଡିଂ କରିଥିଲେ । ପ୍ରଥମେ ବ୍ରିଟସଙ୍କୁ ସେ ରନ୍ ଆଉଟ୍ କରିଥିବା ବେଳେ ଲାରା ବିଲଓ୍ୱର୍ଟଙ୍କ କ୍ୟାଚ୍ ଧରିଥିଲେ ।

ସେହିପରି ଦଳର ପ୍ରମୁଖ ବ୍ୟାଟସମ୍ୟାନ୍ ଶେଫାଳି ବର୍ମା ୮୭ ରନ୍ କରିଥିଲେ । ଏହାସହ ଦୁଇଟି ଓ୍ୱିକେଟ୍ ମଧ୍ୟ ନେଇଥିଲେ । ଅନ୍ୟ ଦିଗରେ ଦୀପ୍ତି ୫୮ ରନ୍ କରିବା ସହ ଟି ଓ୍ୱିକେଟ୍ ହାସଲ କରିଥିଲେ । ଯାହା ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା । ​​​​​​​