ପାଇଖାନା ଯିବା ବାହାନାରେ ଛୁ ମାରିଲେ, ଯୁବକଙ୍କୁ ଅପହରଣ ସହ ମାଡ଼ ଅଭିଯୋଗରେ ହୋଇଥିଲେ ଗିରଫ

NEWS7
corona-virus-spreads-deadly-fungal-infection-eliminates-eye-sight

ଭଦ୍ରକ ୧୭।୨: ଭଦ୍ରକ ରିଜର୍ଭ ପୋଲିସ ବାରାକରୁ ଅଭିଯୁକ୍ତ ଫେରାର । ଅପହରଣ ଓ ଆକ୍ରମଣ ଘଟଣାରେ ସଂପୃକ୍ତି ଅଭିଯୋଗରେ ପଚରାଉଚରା କରିବା ପାଇଁ ରିଜର୍ଭ ବାରାକରେ ରଖିଥିଲା ପୋଲିସ । ଫେରାର ଅଭିଯୁକ୍ତର ମିଳୁନି ପତ୍ତା । ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

ଏ ଖବର ବି ପଢ଼ନ୍ତୁ:- ଲୁହାପଥର ବୋଝେଇ ଟ୍ରକ୍ ସହ କାର୍ ମୁହାଁମୁହିଁ, ପଛରେ ପିଟିହେଲା ବାଇକ୍ : ସିରିଜ୍ ଦୁର୍ଘଟଣାରେ ୫ ଆହତ

ସୂଚନାଯୋଗ୍ୟ ଯେ, ଫେରାର ଅଭିଯୁକ୍ତ ସ୍ମୃତି ରଞ୍ଜନ ସହ ଅନ୍ୟ କେତେକ ଯୁବକ କଲେଜ ରୋଡ୍ରେ ଯୁବକଙ୍କୁ ଅପହରଣ କରିବା ସହ ମାଡ଼ ମାରିବା ଅଭିଯୋଗରେ ଭଦ୍ରକ ଟାଉନ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଥିଲା । ସୁରକ୍ଷା ଓ ପଚରାଉଚରା ପାଇଁ ଦୁଇ ଜଣକୁ ଭଦ୍ରକ ରିଜର୍ଭ ପୋଲିସରେ ରଖାଯାଇଥିଲା । ତେବେ ସ୍ମୃତି ରଞ୍ଜନ ପାଇଖାନା ଯିବା ବାହାନାରେ ଫେରାର ହୋଇଥିବା ସୂଚନା ମିଳିଛି । ତେବେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ଫେରାର ଅଭିଯୁକ୍ତର ପତ୍ତା ମିଳିନାହିଁ ।

ଏ ଖବର ବି ପଢ଼ନ୍ତୁ:- ସମୁଦ୍ରରେ ଚାଲିଥିଲା ତେଲ ଚୋରା ଚାଲାଣ : ଇରାନର ତିନୋଟି ଜାହାଜକୁ ଜବତ କଲା ଭାରତ !