LIVE TV

ଜାହାନାବାଦର ଅଋଣ କୁମାରଙ୍କ ପରିବାରର ଉଠିଛି ଲଟେରି, ଭାଇ ଓ ପୁତୁରା NDA ପ୍ରାର୍ଥୀ, ଅନିଲ ୪ ଥରର ବିଧାୟକ

NEWS7
corona-virus-generated-in-chin-not-lab-said-america-spy

ପାଟନା ୧୭।୧୦: ବିହାରରେ ଜନସଂଖ୍ୟା ତୁଳନାରେ ଅଧିକ ଟିକେଟ ନେବା ମାମଲାରେ ରାଜପୁତ ଜାତିକୁ ଟକ୍କର ଦେଉଥିବା ଭୂମିହାର ସମାଜ ନେତାଙ୍କ ମହାମେଣ୍ଟ ଓ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ନେତା ଛଡାଛଡି ଚାଲିଥିବା ବେଳେ ଜାହାନାବାଦର ଅଋଣ କୁମାରଙ୍କ ପରିବାରର ଲଟରି ଉଠିଛି। ତାଙ୍କ ପରିବାରର ୨ ଜଣଙ୍କୁ ଏନଡିଏର ୨ଟି ପାର୍ଟି  ଜେଡି(ୟୁ) ଓ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା (ହମ) ୩ଟି ଟିକେଟ୍ ଦେଇଛି।

ନିତିଶ କୁମାରଙ୍କ ଜେଡି(ୟୁ) ଅଋଣ କୁମାରଙ୍କ ପୁଅ ଋତୁରାତ କୁମାରଙ୍କୁ ଜହନାବାଦ ଜିଲ୍ଲା ଘୋଷି ଆସନରୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ଭାଇ ଅନିଲ କୁମାର ଓ ପୁତୁରା ରୋମିତ କୁମାରଙ୍କୁ ଜିତେନ ରାମ ମାଁଝୀଙ୍କ ହମ ପାର୍ଟି ଟିକେଟ୍ ଦେଇଛି। ହମ ସେମାନଙ୍କୁ ଅତ୍ତରୀ  ଓ ଟିକରୀରୁ ପ୍ରାର୍ଥୀ କରିଛି। ପୂର୍ବରୁ ଅନୀଲ ୪ ଥରର ବିଧାୟକ ଓ ଏବେ ଟିକରୀରୁ ହମର ବିଧାୟକ ଅଛନ୍ତି। ଘୋଷି, ଟିକିରୀ ଓ ଅତ୍ତରୀ ବିଧାନସଭା ନିର୍ବାଚନମଣ୍ଡଳି ଜହନାବାଦ ଲୋକସଭା ନିର୍ବାଚନମଣ୍ଡଳିର ଅଂଶବିଶେଷ। ଏଠାରୁ ଅଋଣ କୁମାର ଥରେ ଜେଡି(ୟୁ) ଓ ୨ ଥର ଉପେନ୍ଦ୍ର କୁଶବାହଙ୍କ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆରଏଲଏସପି)ର ସାଂସଦ ଥିଲେ।

ଅଋଣ କୁମାରଙ୍କ ପୁଅ ଋତୁରାଜଙ୍କ ଏହା ପ୍ରଥମ ବିଧାନସଭା ନିର୍ବାଚନ। ଅଋଣ ଲୋକସଭା ନିର୍ବାଚନ କାଳରେ ଚିରାଗ ପାସ୍ୱାନଙ୍କ ଠାରୁ ପୃଥକ ହେବା ପରେ ଦୀର୍ଘ ସମୟ ଧରି ଜେଡି(ୟୁ)କୁ ଫେରିବାକୁ ଉଦ୍ୟମ କରୁଥିଲେ। ଗତ ସେପ୍ଟେମ୍ବରରେ ସେ ଦଳକୁ ଫେରିବା ନିର୍ଦ୍ଧାରିତ ହୋଇଯାଇଥିଲା। ହେଲେ ଠିକ୍ ସମୟରେ ତାଙ୍କୁ ଦଳରେ ସାମିଲ କରିବାକୁ ଥିବା ନେତାଙ୍କ ମଧ୍ୟରୁ କେତେଜଣ ଦିଲ୍ଲୀ ଚାଲି ଯାଇଥିଲେ। ତେଣୁ ଅଋଣଙ୍କ ଦଳକୁ ଫେରିବା ଆଉ ସମ୍ଭବ ହୋଇ ନଥିଲା।

ହେଲେ ମଗଧ ଅଞ୍ଚଳର ବଡ଼ ଭୂମିହାର ନେତା ଜଗଦୀଶ ଶର୍ମାଙ୍କ ପୁଅ ରାହୁଲ ଶର୍ମାଙ୍କୁ ତେଜସ୍ୱୀ ଯାଦବ ଆରଜେଡିରେ ସାମିଲ କରି ଜାହାନାବାଦ ରାଜନୀତିକୁ ଏପରି ଗୋଳି କଲେ ଯେ ଅଋଣଙ୍କ ସମେତ ତାଙ୍କ ପୁଅକୁ ଜେଡି(ୟୁ) ଡକାଇ ଘୋଷିରୁ ଟିକେଟ ଦେଇଛି।  ଜେଡି(ୟୁ)ରେ ଅଋଣଙ୍କୁ ସାମିଲ ନ କରାଇ ଦେବାକୁ ଯେଉଁ ନେତାମାନେ ସେପ୍ଟେମ୍ବର ମାସରେ ଏଣେତେଣେ ପଳାଇଥିଲେ ସେମାନେ ନିଜେ ଅଋଣଙ୍କ ସାଙ୍ଗରେ ଛିଡା ହୋଇ ତାଙ୍କୁ ପୁଣି ଦଳକୁ ଫେରାଇ ନେଇଛନ୍ତି। ଋତୁରାଜ ଘୋଷିରୁ ଟିକେଟ୍ ମିଳିବାମାତ୍ରେ ସେ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଦେଇଛନ୍ତି।

ଜାହାନାବାଦ ଓ ମଗଧ ଅଞ୍ଚଳର ଭୂମିହାର ରାଜନୀତିରେ ଜଗଦୀଶ ଶର୍ମା ଓ ଅଋଣ କୁମାରଙ୍କ ମଧ୍ୟରେ ଆମ୍ନା ସାମ୍ନା ଲଢେଇ ରହିଛି। ଅଋଣ କୁମାରଙ୍କ ୩ ଭାଇ। ଏଥିରେ ଅରବିନ୍ଦ କୁମାରଙ୍କ ପୁଅ ରୋମିତ କୁମାରଙ୍କୁ ଗୟା ଅତରି ଆସନରୁ ଜିତେନରାମ ମାଁଝୀଙ୍କ ପାର୍ଟି ହମ ଟିକେଟ ଦେଇଛି। ରୋମିତ ମଧ୍ୟ ଇତି ମଧ୍ୟରେ ପାର୍ଥୀପତ୍ର ଦାଖଲ କରିସାରିଲେଣି। ରୋମିତ ଜିତେନରାମ ମାଁଝୀଙ୍କ ସାଂସଦ ପ୍ରତିନିଧି ଓ ପାର୍ଟିର ଜାତୀୟ ମୁଖପାତ୍ର ମଧ୍ୟ ଅଛନ୍ତି।  ତେବେ ଜାହାନାବାଦ ଲୋକଙ୍କ କହିବା କଥା ହେଉଛି ଯଦିଓ ୩ ଜଣ ଗୋଟିଏ ପରିବାରର ଅଋଣ କୁମାରଙ୍କ ତାଙ୍କର ଦୁଇ ଭାଇ ଅନିଲ କୁମାର ଓ ଅରବିନ୍ଦ କୁମାରଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ। ତେବେ ଅନିଲ କୁମାର ଓ ରୋମିତ କୁମାରଙ୍କ ବେଶ୍ ଭଲ ସମ୍ପର୍କ ଅଛି ଓ ଦୁଇ ଜଣ ଗୋଟିଏ ପାର୍ଟିରେ ମଧ୍ୟ ଅଛନ୍ତି।