Priyanka Chopra : "ପରିବାରକୁ ଭୁଲିଗଲେ, ହସ୍ପିଟାଲରେ ଅସୁସ୍ଥ ବାପାଙ୍କୁ ବି ଦେଖିବାକୁ ଯାଇ ପାରିଲେନି," ଏହି ଯନ୍ତ୍ରଣା ହିଁ ଥିଲା ମୋ କ୍ୟାରିଅର ପାଇଁ ସବୁଠୁ ବଡ଼ ବଳିଦାନ

NEWS7
corona-vaccine-waht-syrum-institute-ceo-says

ମୁମ୍ବାଇ : ପ୍ରିୟଙ୍କା ଚୋପ୍ରା ଆଜି ଜଣେ ଗ୍ଲୋବାଲ୍ ଷ୍ଟାର। ବଲିଉଡରୁ ନେଇ ହଲିଉଡ୍ ପର୍ଯ୍ୟନ୍ତ ସେ ନିଜର ଜଲୱା ଦେଖାଉଛନ୍ତି। ନିଖୁଣ ଅଭିନୟ ସହ ଷ୍ଟାଇଲ୍ ଓ ପର୍ସନାଲିଟି ଯୋଗୁ ସମସ୍ତଙ୍କ ହୃଦଦୟରେ ରାଜ କରୁଛନ୍ତି। ଏବେ ପ୍ରାୟ ସାତ ବର୍ଷର ଦୀର୍ଘ ଅପେକ୍ଷା ପରେ, ପ୍ରିୟଙ୍କା ଏସଏସ ରାଜମୌଲିଙ୍କ ଫିଲ୍ମ "ବାରାଣସୀ" ସହିତ ତେଲୁଗୁ ଓ ହିନ୍ଦୀ ସିନେମାରେ କମାଲ୍ କରିବାକୁ ଯାଉଛନ୍ତି। ପ୍ରିୟଙ୍କା ତାଙ୍କ ବୃତ୍ତିଗତ ଜୀବନରେ ଅନେକ ସଫଳତା ହାସଲ କରିଛନ୍ତି। କିନ୍ତୁ ଏହି ସଫଳତା ହାସଲ କରିବା ଏତେ ସହଜ ନଥିଲା। କ୍ୟାରିଅର ଆରମ୍ଭରେ ତାଙ୍କୁ ଖୁବ୍ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ଯାହାର ଫଳ ଏବେ ତାଙ୍କୁ ମିଳୁଛି। କିନ୍ତୁ ଏମିତି ଅନେକ ଅସୁମାରି କଥା ମନରେ ଚାପି ରଖିଛନ୍ତି ପ୍ରିୟଙ୍କା, ଯାହା ଭାବିଲେ ଆଜି ବି ସେ ଖୁବ୍ କଷ୍ଟ ପାଆନ୍ତି।

ଅଭିନେତ୍ରୀ ଏବେ ଆବୁଧାବିରେ BRIDGE ସମ୍ମିଳନୀରେ ତାଙ୍କ କ୍ୟାରିଅର ବିଷୟରେ ଅନେକ କଥା କହିଥିଲେ। ପ୍ରିୟଙ୍କା କହିଛନ୍ତି ଯେ ସେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବାକୁ ଅନେକ ତ୍ୟାଗ କରିଛନ୍ତି। ବୃତ୍ତିଗତ ଜୀବନ ସଠିକ ଭାବେ ଗଢ଼ିବା ପାଇଁ, ସେ ଅନେକ ବ୍ୟକ୍ତିଗତ ଦିଗକୁ ଅଣଦେଖା କରିଛନ୍ତି। ପ୍ରିୟଙ୍କା କହିଛନ୍ତି, "ଯେତେବେଳେ ମୁଁ ପ୍ରଥମେ କାମ ଆରମ୍ଭ କରିଥିଲି, ମୁଁ ଆଦୌ ସିଲଲେକ୍ଟିଭ୍ ନଥିଲି।" ମୋତେ ଯେଉଁ କାମ ମିଳୁଥିଲା ତାକୁ ମୁଁ କରୁଥିଲି। କାରଣ କାମ ମିଳିବା ବି ସେତେବେଳେ କେଉଁ ସୌଭାଗ୍ୟ ଠୁ କମ୍ ନ ଥିଲା। ମୁଁ କାମ ପାଇଁ ପ୍ରତ୍ୟେକ ଫିଲ୍ମ ଅଫରକୁ ହଁ କହିଥିଲି। ମୁଁ 20 ବର୍ଷ ବୟସରେ, ଫିଲ୍ମ ଲୋଭୀ ଥିଲି। ମୁଁ ପ୍ରତିଦିନ କାମ କରିବାକୁ ଚାହୁଁଥିଲି। କିନ୍ତୁ ମୁଁ ମୋ କ୍ୟାରିଅର ଆରମ୍ଭରେ ଯେଉଁ ବଳିଦାନ ଦେଇଛି, ତାର ଫଳ ସ୍ୱରୂପ ଆଜି ମୋତେ ସଫଳତା ମିଳିଛି। ବଡ଼ କଥା ପୂର୍ବରୁ ସବୁ ପ୍ରୋଜେକ୍ଟକୁ ହଁ ମାରୁଥିବାବେଳେ ଏବେ କୌଣସି ପ୍ରୋଜେକ୍ଟକୁ ଆକସେପ୍ଟ କିମ୍ବା ରିଜେକ୍ଟ କରିବାର ପୂରା ସ୍ୱାଧୀନତା ପାଇଛି। କିନ୍ତୁ ସଫଳତାର ଶ୍ରେୟ ଯାଉଛି ମୋ ଡିସିପ୍ଲିନ୍ ଓ ୱାର୍କ ଏଥିକ୍ସକୁ।

ପ୍ରିୟଙ୍କା ଆହୁରି କହିଛନ୍ତି, ଯେ ତାଙ୍କ ବ୍ୟକ୍ତିଗତ ଜୀବନକୁ ତାଙ୍କ ବୃତ୍ତିଗତ ଜୀବନରେ ପାଇଁ ପଛରେ ପକାଇଦେଇଛନ୍ତି। ଅଭିନେତ୍ରୀ କହିଛନ୍ତି, " ମୋତେ ଲାଗୁଛି ଯେ ମୁଁ ଏବେ ମୋର କଠିନ ପରିଶ୍ରମ ଏବଂ ବଳିଦାନର ଫଳ ପାଇଛି। ମୁଁ ବହୁତ କଠିନ ପରିଶ୍ରମ କରିଥିଲି। ସେ ସମୟରେ ନା ମୁଁ ମୋ ଜନ୍ମଦିନ ପାଳନ କରୁଥିଲି ନା ପରିବାର ସହ ସମୟ ବିତାଉଥିଲି। ।ଏମିତି କି ଯେତେବେଳେ ମୋ ବାପା ହସ୍ପିଟାଲରେ ଥିଲେ, ମୁଁ ଦେଖିବାକୁ ବି ଯାଇପାରି ନଥିଲି। ମୁଁ ଖ୍ରୀଷ୍ଟମାସ ପାଳନ କରେ ନା ଦୀପାବଳି ପାଳନ କରେ। ମୁଁ ମୋ ପରିବାର ସହ କୌଣସି ସେଲିବ୍ରେସନରେ ରହିପାରେନି। ସେହି ସମୟରେ, ମୋତେ ଖୁବ୍ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା।ସେତେବେ ସେହି 20 ବର୍ଷୀୟ ଝିଅ ପାଇଁ ଏସବୁ ତ୍ୟାଗ କରିବା ଆବଶ୍ୟକ ଥିଲା ଯାହା ଦ୍ୱାରା ସେ ଆଜିର ଜୀବନ ବଞ୍ଚିପାରିବେ।"

ପ୍ରିୟଙ୍କା କହିଛନ୍ତି ଯେ, ସେତେବେଳର ସେ କଠିନ ପରିଶ୍ରମ ପାଇଁ ଆଜି ମୁଁ ନିଷ୍ପତ୍ତି ନେଇ ପାରୁଛି। ମୋତେ କେତେବେଳେ କେଉଁ ପ୍ରୋଜେକ୍ଟ ଆକ୍ସେପ୍ଟ କରିବାର ଅଛି। ମୁଁ ମୋ ୟଙ୍ଗ୍ ସମୟରେ କରିଥିବା ସେହି ପରିଶ୍ରମ ଓ ତ୍ୟାଗ ପାଇଁ ଆଜି ମୁଁ ମୋ ନିଜକୁ ଧନ୍ୟବାଦ ଜଣାଉଛି ।"