ଜେଲ ନା ମାମୁଘର ? ଯାଇଛନ୍ତି ତ ଯାଇଛନ୍ତି... ୨୫ ବର୍ଷ ହେବ ପାରୋଲରେ ଯାଇ ଫେରିନାହାନ୍ତି ୯ କଏଦୀ

NEWS7
corona-update-in-odisha-2

କଟକ: ପଦାରେ ପଡ଼ିଲା ଚୌଦ୍ବାର ଜେଲ୍ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା। ୨୫ ବର୍ଷ ହେବ ପାରୋଲରେ ଯାଇ ଫେରିନାହାନ୍ତି ୯ କଏଦୀ। ଚୌଦ୍ଵାର ସର୍କଲ୍ ଜେଲ୍ କର୍ତ୍ତୃପକ୍ଷଙ୍କ ଏଭଳି ଖାମଖିଆଲ କାରବାର ଓ ଚରମ ଅବହେଳା ଏବେ ପଦାକୁ ଆସିଛି ।

ଚୌଦ୍ୱାର ଜେଲରେ ସଜା କାଟୁଥିବା କଏଦୀ ସ୍ୱତନ୍ତ୍ର ଅନୁମତି ବା ପାରୋଲରେ ସାମୟିକ ଭାବେ ମୁକୁଳି ଘରକୁ ଯାଇଥିଲା। ମାତ୍ର ନିର୍ଦ୍ଧାରିତ ପାରୋଲ ସମୟ ପରେ ଆଉ ଜେଲକୁ ଫେରିଲେନି। ୨୫ ବର୍ଷ ହେବ ସଂପୃକ୍ତ କଏଦୀ ଜେଲକୁ ଫେରି ନାହାନ୍ତି।

କଟକର ୪, ଯାଜପୁର-୨ କେନ୍ଦ୍ରାପଡ଼ା-ନୟାଗଡ଼-ଜଗତସିଂହପୁରରୁ ଜଣେ ଲେଖାଏଁ ଅଛନ୍ତି। ସବୁ କଏଦୀଙ୍କ ଚୌଦ୍ଵାର ନାଁରେ ଥାନାରେ ଏତଲା ଦେଇଛନ୍ତି ଜେଲ ଅଧୀକ୍ଷକ। ଚୌଦ୍ୱାର ଥାନା ପୁଲିସ ଜିରୋ ଏଫ୍ଆଇଆର୍ କରି କଏଦୀଙ୍କ ବାସସ୍ଥାନ ନିକଟସ୍ଥ ସଂପୃକ୍ତ ଥାନାକୁ ମାମଲା ସ୍ଥାନାନ୍ତର କରିଛି।