ବାଲିଯାତ୍ରା ୨୦୨୫
LIVE TV

କଟକରୁ ବାଲେଶ୍ବର ଫେରୁଥିଲେ ଦମ୍ପତି, ଅଧବାଟରେ ପିଲାକୁ ଖୁଆଇବା ବେଳେ ସୁନା-ରୁପା ଗହଣା ଲୁଟିନେଲେ ଦୁର୍ବୃତ୍ତ

NEWS7
corona-suspect-engaged-in-physical-intimacy-during-quarantine-in-uganda

ଭଦ୍ରକ ୧୦୧୧: ଘରୋଇ କାର୍ ପାଇଁ ବାଲେଶ୍ବରରୁ ଯାଇଥିଲେ କଟକ । ଫେରିବା ବେଳେ ଛୁଆକୁ ଖୁଆଇବା ପାଇଁ ଅଟକିଥିଲେ ଅଧାବାଟରେ । ଛୋଟ ଛୁଆଟିକୁ ଖୁଆଇବା ବେଳେ ଭ୍ୟାନିଟି ବ୍ୟାଗ୍‌ଟି ଝାମ୍ପିନେଲେ ଲୁଟେରା । ଗ୍ୟାଗ୍‌ରେ ଥିଲା ୧୦ ଭରି ସୁନା ଓ ରୂପା ଗହଣା ।

ସୂଚନାଯୋଗ୍ୟ ଯେ, ଜଗତସିଂପୁର ଅଞ୍ଚଳର ପଦ୍ମଲୋଚନ ସ୍ବାଇଁ ଓ ତାଙ୍କ ସ୍ତ୍ରୀ ଚିନ୍ମୟୀ ସାହୁ ବାଲେଶ୍ଵରର ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଘରୋଇ କାର୍ଯ୍ୟକ୍ରମ ପାଇଁ ସେମାନେ କଟକ ଯାଇଥିଲେ । କଟକରେ କାର୍ଯ୍ୟକ୍ରମ ସାରି ବାଇକ୍‌ରେ ଫେରୁଥିଲେ ସମସ୍ତେ । ଚିନ୍ମୟୀ ଓ ପିଲାର ସ୍ବାସ୍ଥ୍ୟ ଖରାପ ଥିବାରୁ ଫେରିବା ବେଳେ ୧୬ ନମ୍ୱର ଜାତୀୟ ରାଜପଥର ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଚରମ୍ପା ନିକଟ ଏକ ଜଳଖିଆ ଦୋକାନରେ ଖୁଆଇବା ପାଇଁ ଅଟକିଥିଲେ । ପିଲାକୁ ଖୁଆଇବା ବେଳେ ଭ୍ୟାନିଟି ବ୍ୟାଗ୍‌ରେ ଥିବା ୧୦ ଭରି ଓଜନର ସୁନା ଓରୁ ଗହଣା ନେଇ ଲୁଟେରା ମାନେ ଚମ୍ପଟ ମାରିଥିଲେ ।

ଏ ନେଇ ଖବର ପାଇ ସଙ୍ଗେ ସଙ୍ଗେ ଭଦ୍ରକ ସହରାଞ୍ଚଳ ପୋଲିସର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳରେ ପୋଲିସ ଟିମ୍ ଯାଞ୍ଚ ଆରମ୍ଭ କରିଛି ।