ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ: ଦୁର୍ନୀତି ଠାରୁ ଦୂରେଇ ରୁହନ୍ତୁ, ଭିଜିଲାନ୍ସ ବିଭାଗ ପୁରା ଆକ୍ଟିଭ୍

NEWS7
corona-shared-the-message-of-awareness-by-sharing-with-people

ଭୁବନେଶ୍ବର ୧୧।୧୨: ଭୁବନେଶ୍ବରରେ ଆୟୋଜିତ ରାଜ୍ୟ ସ୍ତରୀୟ ନିଯୁକ୍ତି ମେଳାରେ ୫୯୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗ, ଜଳ ସମ୍ପଦ ବିଭାଗ ନଗର ଉନ୍ନୟନ ବିଭାଗର ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଜଳ ସମ୍ପଦ ବିଭାଗର ୨୫୨ ଜଣ, ପୂର୍ତ୍ତ ବିଭାଗର ୧୯୭ ଜଣ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୧୪୨ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି ।

ଏହି ଅବସରରେ ନବ ନିଯୁକ୍ତଙ୍କୁ ତିନି ଗୁରୁତ୍ଵପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସରକାର ସାଧୁତା ଓ କର୍ତ୍ତବ୍ୟନିଷ୍ଠା ଉପରେ ଗୁରୁତ୍ବ ଦେଉଛନ୍ତି । ଦୁର୍ନୀତିରୁ ଉର୍ଦ୍ଧ୍ବରେ ରହି କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ପାଦନ କରନ୍ତୁ ।

• ଚାକିରିରେ ନିଯୁକ୍ତ ହେବା ପରେ ଜଣେ ଜନସେବକ ହିସାବରେ କାମ କରିବା ।

• ଅଧିକାରୀ ମାନେ ସରକାରଙ୍କ ତୃଣମୂଳ ସ୍ତରର ଚେହେରା । ତେଣୁ ସରକାରଙ୍କ ଭାବମୂର୍ତ୍ତି ରକ୍ଷା କରନ୍ତୁ । ସରକାରୀ କାମ କରିବା ସମୟରେ ରାଜନୈତିକ ଦୃଷ୍ଟିଭଙ୍ଗୀ ଯେମିତି ବାଧକ ସାଜିବ ନାହିଁ । ଯଦି ଏଥିପାଇଁ ସରକାରୀ କାମରେ କୌଣସି ବାଧକ ଆସେ ତେବେ ସରକାର କେବେ ବି ବରଦସ୍ତ କରିବେ ନାହିଁ ।

• ଦୁର୍ନୀତି ଠାରୁ ଦୂରେଇ ରୁହନ୍ତୁ । ଦୁର୍ନୀତିଖୋର ଅଧିକାରୀଙ୍କ ପାଖରେ ସରକାର କେବେ ବି ଛିଡା ହେବେ ନାହିଁ । ଯିଏ ବି ଲାଞ୍ଚ ଓ ଦୁର୍ନୀତି କରିଛନ୍ତି ସେମାନେ ଜେଲ୍ ଯାଇଛନ୍ତି, ସେଥିରେ ନୋ କମ୍ପ୍ରୋମାଇଜ୍ । ଭିଜିଲାନ୍ସ ବିଭାଗ ପୁରା ଆକ୍ଟିଭ ଅଛନ୍ତି । ୫୦ ପ୍ରତିଶତରୁ ଅଧିକ ଦଣ୍ଡ ବିଧାନ ହାର ବଢ଼ିଛି । ଭଲ ମଣିଷ ହେବା ପାଇଁ ହେଲେ ବଡ ଚ୍ୟାଲେଞ୍ଜ ଅଛି । ସେହି ଚ୍ୟାଲେଞ୍ଜକୁ ପାର୍ ହେବାକୁ ପଡ଼ିବ ।

​​​​​​​

ଆମ ସରକାର ୫ ବର୍ଷରେ ଦେଢ଼ ଲକ୍ଷ ସରକାରୀ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ସେହି ଦିଗରେ ସରକାର କାମ କରୁଛନ୍ତି । ପ୍ରଥମ ଦୁଇ ବର୍ଷରେ ୬୫ ହଜାର ନିଯୁକ୍ତି ଦେବା ପାଇଁ ଟାର୍ଗେଟ୍ ରଖିଛନ୍ତି ସରକାର ।

ତେବେ ସରକାର ହେବାର ପ୍ରଥମ ୧୬ ମାସରେ ୧୨ଟି ନିଯୁକ୍ତି ମେଳାରେ ୩୭ ହଜାର ୩୨୫ ଜଣଙ୍କୁ ନିଯୁକ୍ତି ଦିଆଯାଇ ସାରିଲାଣି । ଆଜି ୧୩ ତମ ନିଯୁକ୍ତି ମେଳାରେ ୫୯୧ ଜଣଙ୍କୁ ନିଯୁକ୍ତି ପତ୍ର ଦିଆଗଲା । ଏହି କ୍ରମରେ ୧୭ ମାସ ଭିତରେ ସମୁଦାୟ ୧୩ଟି ନିଯୁକ୍ତି ମେଳାରେ ମୋଟ୍ ୩୭ ହଜାର ୯୧୬ ଜଣଙ୍କୁ ନିଯୁକ୍ତି ଦିଆଗଲା ।