ବିକ୍ରି ହେବ RCB ! ସବୁଠୁ ଅଧିକ ଟଙ୍କାର ନିଲାମ ଡାକିଲେ ଫୁଟବଲ୍ କ୍ଲବ୍‌ର କାର୍ଯ୍ୟକାରୀ ସହ ଅଧ୍ୟକ୍ଷ

NEWS7
corona-positive-doctor-in-new-delhi-attached-with-800-people

ନୂଆଦିଲ୍ଲୀ: ବିକ୍ରି ହୋଇଯିବ ଆଇପିଏଲର ଅନ୍ୟତମ ନାମୀ ପ୍ରାଞ୍ଚାଇଜ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (RCB)। ମାଞ୍ଚେଷ୍ଟର ୟୁନାଇଟେଡ୍ର ଏକ୍ସିକ୍ୟୁଟିଭ କୋ- ଚେୟାରମ୍ୟାନ ଅଭରାମ ଗ୍ଲେଜର ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (RCB)କୁ କିଣିବା ପାଇଁ।୧.୮ ବିଲିୟନ ଡଲାରର ନିଲାମୀ ଡାକିଛନ୍ତି। ରିପୋର୍ଟ ଅନୁସାରେ, ଗ୍ଲାଜର ନିଲାମୀ ଡାକିଥିବା ଅର୍ଥ, ଏପର୍ଯ୍ୟନ୍ତ ବେଙ୍ଗାଲୁରୁ ପ୍ରାଞ୍ଚାଇଜି ପାଇଁ ମିଳିଥିବା ନିଲାମୀ ଠାରୁ ସବୁଠୁ ଅଧିକ। ଯାହା ସ୍ପଷ୍ଟ କରୁଛି ଆଇପିଏଲ ଏବଂ ଏହାର ଫ୍ରାଞ୍ଚାଇଜର ବିଶ୍ବରେ ଲୋକପ୍ରିୟତା ବଢ଼ିବାରେ ଲାଗିଛି।

ଆରସିବିର ବର୍ତ୍ତମାନର ମାଲିକ ଡିଆଜିଓ ଏହି ଫ୍ରାଞ୍ଚାଇଜିକୁ ବିକ୍ରି କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଏହି ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ୯ ଜଣ ନିଲାମୀ ଡାକିଛନ୍ତି। ଯେଉଁଥିରେ ୧ ବିଲିୟନ ଡଲାରରୁ ଗ୍ଲେଜରଙ୍କ ୧.୮ ବିଲିୟନ ଡଲାର ରହିଛି। ତେବେ ଯଦି ଏହି ଡିଲ୍ ପୂରା ହେଉଛି ତା’ହେଲେ ଭାରତୀୟ କ୍ରୀଡ଼ା ଇତିହାସରେ ସବୁଠୁ ବଡ଼ ଫ୍ରାଞ୍ଚାଇଜ ଟ୍ରାଞ୍ଜାକ୍ସନ ହେବ।

କ୍ରିକେଟରେ ନିବେଶ କରିବାରେ ପୁରୁଣା ନୁହେଁ ଗ୍ଲେଜର ପରିବାର

ଗ୍ଲେଜର ପରିବାର କ୍ରିକେଟରେ ନିବେଶ କରିବାରେ ନୂଆ ନୁହେଁ। ଗ୍ଲେଜର ପରିବାର UAEର ILT20 ଲିଗ୍ର ଟିମ୍ ଡେଜର୍ଟ ଭାଇପର୍ସର ମାଲିକ । ଏହା ପୂର୍ବରୁ ମଧ୍ୟ ୨୦୨୧ରେ IPLର ସମ୍ପ୍ରସାରଣ ସମୟରେ ଗ୍ଲେଜର ପରିବାରର ଆଗ୍ରହ ଦେଖିବାକୁ ମିଳିଥିଲା। ହେଲେ ସେତେବେଳେ କୌଣସି ଡିଲ୍ ହୋଇପାରିନଥିଲା।

ତେବେ RCBର ଅଧିଗ୍ରହଣ ସଫଳ ହେଲେ ଏହା ଗ୍ଲେଜର ପରିବାର ପାଇଁ କ୍ରିକେଟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଆଉ ଏଲିଟ୍ ଫୁଟବଲ୍ର ମାଲିକାନା ଏବଂ ଫ୍ରାଞ୍ଚାଇଜ୍-ଆଧାରିତ T20 ଲିଗ ମଧ୍ୟରେ କ୍ରସଓଭରକୁ ଆହୁରି ମଜଭୁତ କରିବ।

କାହିଁକି RCB ଗୁରୁତ୍ବପୂର୍ଣ୍ଣ ?

ଆରସିବି ଆଇପିଏଲର ସବୁଠାରୁ ମୂଲ୍ୟବାନ ଏବଂ ଲୋକପ୍ରିୟ ଦଳମାନଙ୍କ ମଧ୍ୟରୁ ଅନ୍ୟତମ। ଦଳର ବିଶ୍ବରେ ଏକ ବଡ଼ ଫ୍ୟାନ ଫଲୋଇଙ୍ଗ୍ ରହିଛି। ତା’ ସହ ଦୃଢ଼ ବ୍ୟବସାୟିକ ସହଭାଗିତା ଏବଂ ଦୀର୍ଘ ବର୍ଷରୁ ଏହା ଏକ ସଫଳ ଷ୍ଟାର ପାଓ୍ବାର ତିଆରି କରିପାରିଛି। ଆହୁରି ମଧ୍ୟ ୨୦୨୫ ଆଇପିଏଲ ଟାଇଟଲ ଜିତିବା ପରେ ଫ୍ରାଞ୍ଚାଇଜର ବଜାର ମୂଲ୍ୟ ଆହୁରି ବଢ଼ିଛି।

ରିପୋର୍ଟ ଅନୁସାରେ ସେରମ ଇନଷ୍ଟିଚ୍ୟୁଟର ଆଦର ପୁନାଓ୍ବାଲା, ଆଦାନୀ ଗ୍ରୁପ, JSW ଗ୍ରୁପ୍, ଆମେରିକା-ଭାରତ ନିବେଶକ ସଞ୍ଜୟ ଗୋଭିଲ ଏହି ଭଳି ୯ ବ୍ୟକ୍ତି ଏବଂ କମ୍ପାନି ବିଡିଂ କରିଛନ୍ତି। ତେବେ ଆରସିବି ଫ୍ରାଞ୍ଚାଇଜି ପକ୍ଷରୁ ସମ୍ପୂର୍ଣ୍ଣ ତାଲିକା ଏବଂ ସଠିକ୍ ସଂଖ୍ୟା ସାର୍ବଜନୀନ ଭାବରେ ବିସ୍ତୃତ ଭାବରେ ପ୍ରକାଶ କରାଯାଇ ନାହିଁ।

ତେବେ ଏହି ପର୍ଯ୍ୟାୟରେ ନିଲାମଗୁଡ଼ିକ ବାଧ୍ୟତାମୂଳକ ନୁହେଁ ଏବଂ ଚୂଡ଼ାନ୍ତ ପ୍ରସ୍ତାବ ଆମନ୍ତ୍ରଣ କରିବା ପୂର୍ବରୁ ଆରସିବି ପ୍ରାଞ୍ଚାଇଜିର ମାଲିକ ଡିଆଜିଓ ଗ୍ରୁପ ପକ୍ଷରୁ ଆଗ୍ରହୀ ପକ୍ଷଙ୍କୁ ସଂକ୍ଷିପ୍ତ ତାଲିକା ପ୍ରକାଶ କରିପାରେ। ଏପର୍ଯ୍ୟନ୍ତ କୌଣସି ଚୁକ୍ତିନାମା ହୋଇନଥିବାବେଳେ, ଅଭରାମ ଗ୍ଲେଜରଙ୍କ ୧.୮ ବିଲିୟନ ଡଲାରର ନିଲାମ କ୍ରିକେଟର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ମଧ୍ୟରୁ ଗୋଟିଏ ପାଇଁ ମାନଦଣ୍ଡ ସ୍ଥାପନ କରିଛି ଏବଂ ପ୍ରତିଯୋଗିତାକୁ ତୀବ୍ର କରିଛି। ଯଦି ଏହି ଚୁକ୍ତି ହୁଏ, ତେବେ ଏହା IPL ଫ୍ରାଞ୍ଚାଇଜ୍ ମୂଲ୍ୟାଙ୍କନକୁ ପୁନଃପରିଭାଷିତ କରିପାରିବ ଏବଂ ଭାରତୀୟ କ୍ରିକେଟରେ ଅନ୍ତର୍ଜାତୀୟ ମାଲିକାନାର ଏକ ନୂତନ ଯୁଗର ସଙ୍କେତ ଦେଇପାରିବ।