ଆମେରିକା ଉପରେ ଇରାନର ପ୍ରଚଣ୍ଡ ପ୍ରହାର,ଟାର୍ଗେଟରେ ଥିଲା ତୁର୍କିର ନ୍ୟୁକ୍ଲିୟର ବେସ୍

NEWS7
corona-patient-sent-to-jail-in-varanasi-of-up

ଅଙ୍କାରା ୧୩।୩: ଇରାନ ଲଗାତାର ଆମେରିକା ସାମରିକ ଘାଟିକୁ ଟାର୍ଗେଟ କରିବାରେ ଲାଗିଛି। ଏହି କ୍ରମରେ ଇରାନ ଆମେରିକାର ନ୍ୟୁକ୍ଲିୟର ବେସ୍ ନିକଟରେ ବଡ଼ ଧରଣର ଆକ୍ରମଣ କରିଛି। ଏଥିରେ ତୁର୍କିର ଇନସର୍ଲିକ ବାୟୁସେନା ଘାଟିକୁ ଇରାନ ମିଜାଇଲରେ ଟାର୍ଗେଟ୍ କରିଛି। ତୁର୍କି ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଆକ୍ରମଣକୁ ପୁଷ୍ଟି କରିଛି। କେବଳ ଏତିକି ନୁହେଁ ଇରାନର ଆକ୍ରମଣ ଏବେ ଯୁକ୍ତରାଷ୍ଟ୍ରର ଏଆରକ୍ରାଫଟ କ୍ୟାରିୟର ନିକଟକୁ ମଧ୍ୟ ପହଞ୍ଚିଛି। ଇରାନର ଏହି ଆକ୍ରମଣ ପରେ ୟୁଏସଏସ ଆବ୍ରାହାମ ଲିଙ୍କନ ପଛକୁ ହଟି ଥିବା ଆଇଆରଜିସି ଦାବି କରିଛି। ତେବେ ଯୁକ୍ତରାଷ୍ଟ୍ର ଏପରି କୌଣସି ଆକ୍ରମଣକୁ ସ୍ୱୀକାର କରି ନାହିଁ।

ନାଟୋ ଠିକଣାକୁ ଟାର୍ଗେଟ୍ କରୁଛି ଇରାନ
ଇରାନ ଏକ ସଙ୍ଗରେ ୩ ନାଟୋ ଆଡ୍ଡାକୁ ଟାର୍ଗେଟ୍ କରିଥିବା ଜଣାପଡିଛି। ଏଥିରେ ଦୁବାଇ ଉପରେ ସବୁଠୁ ବଡ଼ ଆକ୍ରମଣ ହୋଇଛି। ଇରାନର ଏପରି ଆକ୍ରମକତାକୁ ଦେଖି ଆମେରିକା ଏୟାର ଡିଫେନ୍ସକୁ ୟୁରୋପରୁ ମଧ୍ୟପ୍ରାଚ୍ୟ ସ୍ଥାନାନ୍ତର ହୋଇଛି। ଜବାବି କାର୍ଯ୍ୟାନୁଷ୍ଠାନରେ ଇରାନର ବାଲିଷ୍ଟିକ ମିଜାଇ ମେଡିଟେରେନିୟନରେ ନଷ୍ଟ ହୋଇଛି। ନାଟୋର ଏୟାର ଡିଫେନ୍ସ ସିଷ୍ଟମ ମିଜାଇଲକୁ ନଷ୍ଟ କରିଛି।

ଇନସର୍ଲିକରେ ରହିଛି ଆମେରିକାର ରଣନୈତିକ ପରମାଣୁ ଅସ୍ତ୍ର
ଇରାନର ମିଜାଇଲ ତୁର୍କିର ଇନସର୍ଲିକ ବାୟୁସେନା ଘାଟି ଆଡକୁ ମୁହାଁଇଥିଲା। ଏହି ଠାରେ ହିଁ ଆମେରିକାର ରଣନୈତିକ ଆଣବିକ ଅସ୍ତ୍ରଶସ୍ତ୍ର ରହିଛି। ଏଣୁ ପୂର୍ବ ମେଡିଟେରନିୟନରେ ଥିବା ନାଟୋର ଏୟାର ଡିଫେନ୍ସ ସିଷ୍ଟମ ମିଜାଇଲକୁ ଅଟକାଇଛି। ଖବର ଆସୁଛି ଇରାନ ସମର୍ଥିତ ପିଏମଏଫ ଠିକଣା ଉପରେ ମଧ୍ୟ ଇରାନୀ ମିଜାଇଲ ମାଡ ହୋଇଛି। ସେହିପରି ଇରାକରେ ଆମେରିକାକୁ ଲୁକାସ ଡ୍ରୋନରେ ଇରାନ ଟାର୍ଗେଟ କରିଛି।

ବିଧ୍ୱଂସକ ଯୁଦ୍ଧ ଲାଗି ପ୍ରସ୍ତୁତ ହେଉଛି ନାଟୋ
ଇରାନ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ଭୟାନକ ଆକ୍ରମଣ କରିଛି। ତେହେରାନର ଭରମିନ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ଏଥିରେ ପୂର୍ବ ତେହେରାନ କମାଣ୍ଡ ମୁଖ୍ୟାଳୟକୁ ଟାର୍ଗେଟ କରାଯାଇଛି। ଏବେ ନାଟୋ ମଧ୍ୟ ଇରାନ ବିରୋଧରେ ବିଧ୍ୱଂସକ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥି ପାଇଁ ଜର୍ମାନ ବଡ଼ ଧରଣର ସମରାଭ୍ୟାସ ଆରମ୍ଭ କରିଛି। ଲିଥୁଆନିଆରୁ ଜର୍ମାନ ପର୍ଯ୍ୟନ୍ତ ମେଡିକାଲ ଇଭାକ୍ୱେସନ ଏକ୍ସରସାଇଜ ଚାଲିଛି। ଋଷିଆ ଓ ୟୁକ୍ରେନ ଯୁଦ୍ଧ ପରେ ଏହା ସବୁଠୁ ବଡ଼ ମେଡିକାଲ ଇଭାକୁଏସନ ଏକ୍ସରସାଇଜ ବୋଲି କୁହାଯାଉଛି।