୨୦୩୦ ବେଳକୁ ଭୁବନେଶ୍ୱରରୁ ଚାଲିବ ଦୁଇଗୁଣା ଟ୍ରେନ, ପୁରୀ-କୋଣାର୍କ ନୂଆ ଲାଇନରେ କୋଚିଂ ଟର୍ମିନାଲ ଡିପୋ

NEWS7
corona-in-state-bank

ଭୁବନେଶ୍ଵର: ଆସନ୍ତା ୫ ବର୍ଷରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଚାଲିବ ଦୁଇ ଗୁଣରୁ ଅଧିକ ଟ୍ରେନ। ୨୦୩୦ ବେଳକୁ ଭୁବନେଶର ସହିତ ପୁରୀ ଷ୍ଟେସନର ବି କ୍ଷମତା ଦୁଇ ଗୁଣ ବଢ଼ିବ। ସେଥିପାଇଁ ପ୍ରମୁଖ ଭିଭିଭୂମିର ଉନ୍ନତୀକରଣ କରାଯିବ। ରେଳ ମନ୍ତ୍ରଣାଳୟ ଦ୍ବାରା ଆସନ୍ତା ୫ ବର୍ଷରେ ଦୁଇ ଗୁଣା ଅଧିକ ଟ୍ରେନ ଚଳାଇବା ପାଇଁ ଚିହ୍ନଟ ୪୮ ଷ୍ଟେସନରୁ ଓଡ଼ିଶାର ୨ ଷ୍ଟେସନ ମଧ୍ୟରେ ଭୁବନେଶ୍ଵର ଓ ପୁରୀ ରହିଛି। ଏହା ସହିତ ପୂର୍ବତଟ ରେଳପଥ ଅଧୀନରେ ଆସୁଥିବା ବିଶାଖାପାଟଣାର ଷ୍ଟେସନର ମଧ୍ୟ ବିକାଶ କରାଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ସେହିପରି ରେଳମନ୍ତ୍ରୀ ଅଶ୍ୱିନୀ କହିଛନ୍ତି, ଆମେ କୋଚିଂ ଟର୍ମିନାଲଗୁଡ଼ିକର ସମ୍ପ୍ରସାରଣ କରୁଛୁ। ବଦ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ଲାଗି ଷ୍ଟେସନର କ୍ଷମତା ବୃଦ୍ଧି କରୁଛୁ। ଏହି ପଦକ୍ଷେପ ଆମର ରେଳ ନେଟୱାର୍କକୁ ଉନ୍ନତ କରିବ। ଟ୍ରେନ ଯାତାୟାତ ଦୁଇଗୁଣ କରିବା ପାଇଁ ଅତିରିକ୍ତ ପ୍ଲାଟଫର୍ମ ନିର୍ମାଣ କରାଯିବ। ଏହାର ଆଖପାଖରେ ନୂତନ ଟର୍ମିନାଲଗୁଡ଼ିକୁ ଚିହ୍ନଟ କରି ମେଗା କୋଟିଂ କମ୍ପ୍ଲେକ୍ସ ସମେତ ରକ୍ଷଣାବେକ୍ଷଣ ସୁବିଧା ବିକାଶ କରାଯିବ।

ପୁରୀରେ ଏବେ ଛଅଟି ଲାଇନ୍ ଥିବା ବେଳେ ଦୁଇଟି ଅତିରିକ୍ତ ଲାଇନ ନିର୍ମାଣାଧୀନ ଅଛି। ସମ୍ପୂର୍ଣ୍ଣ କୋଚିଂ ରକ୍ଷଣାବେକ୍ଷଣ ସୁବିଧାକୁ ମଞ୍ଜୁରୀପ୍ରାପ୍ତ ପୁରୀ-କୋଣାର୍କ ନୂଆ ଲାଇନରେ କରାଯିବ। ଏହା ବ୍ୟତୀତ ନ୍ୟୁ ଭୁବନେଶ୍ଵର ଷ୍ଟେସନକୁ ଏକ ସାଟେଲାଇଟ୍ କୋଚିଂ ଟର୍ମିନାଲ ଭାବେ ବିକଶିତ କରାଯାଉଛି। ଯେଉଁଥିରେ ମଞ୍ଚେଶ୍ଵରରେ ଦୁଇଟି ପିଟ୍ ଲାଇନ୍ ରହିବ।