ଓଡ଼ିଶାବାସୀଙ୍କ ସ୍ବାର୍ଥକୁ ସୁରକ୍ଷିତ ରଖାଯିବ, ଦୁଇ ରାଜ୍ୟ ଆପୋଷ ଆଲୋଚନାରେ ସମାଧାନ ହେବ

NEWS7
corona-impact-sbi-provided-emergency-loan

ସମ୍ବଲପୁର ୨୭।୨: ଓଡ଼ିଶା-ଛତିଶଗଡ ମହାନଦୀ ଜଳ ବିବାଦକୁ ନେଇ ହୀରାକୁଦ ଜଳଭଣ୍ଡାର ଓ ମହାନଦୀ ପରିଦର୍ଶନ କରୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ l ଗୁରୁବାର ବୁର୍ଲା ଅଶୋକ ନିବାସରେ ଟିମ୍ ପହଞ୍ଚିଥିବା ବେଳେ ଶୁକ୍ରବାର ଏହି ଟିମ୍ କ୍ଷେତ୍ର ପରିଦର୍ଶନ କରୁଛନ୍ତି l ଟ୍ରିବ୍ୟୁନାଲର ନୂତନ ଅଧ୍ୟକ୍ଷା ଜଷ୍ଟିସ ବେଲା.ଏମ୍ ତ୍ରିବେଦୀ, ଜଷ୍ଟିସ ରବି ରଞ୍ଜନଙ୍କ ସହିତ ୧୦ ଜଣିଆ ଟିମ୍ ଏହି ପରିଦର୍ଶନରେ ସାମିଲ ହୋଇଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ହୋର୍ଡିଂ ଟ୍ରାଜେଡି ପରେ BMC କମିଶନରଙ୍କ ବଡ଼ ବୟାନ, କହିଲେ ଏଣିକି କରିବାକୁ ପଡ଼ିବ ଏହି କାମ

ଏହି ଟିମ୍ ପ୍ରଥମେ ଅଶୋକ ନିବାସରେ ଏକ ବୈଠକ କରିଥିଲେ । ବୈଠକରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜିଲ୍ଲାପାଳ, ଓଡ଼ିଶା ଛତିଶଗଡ଼ର ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଉପର ମୁଣ୍ଡରେ ବ୍ୟାରେଜ ପରେ ଓଡ଼ିଶା କେତେ ପ୍ରଭାବିତ ହେଉଛି ଇନଫ୍ଲୋ କେତେ କମିଛି ତାର ତଥ୍ୟ ରଖିଛନ୍ତି । ଆଜି ଟ୍ରିବ୍ୟୁନାଲ ଟିମ୍ ହୀରାକୁଦ ଲେଫ୍ଟ ସ୍ପିଲ୍ ୱେ, ବୁର୍ଲା ପାୱାର ହାଉସ ବୁଲି ଦେଖିଛନ୍ତି, ଜବାହର ଉଦ୍ୟାନ ବୁଲିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ, CISF କ୍ୟାମ୍ପସରେ ରାତି ରହଣୀ, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ମହାନଦୀ ଟ୍ରିବ୍ୟୁନାଲକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । କାରଣ ଗତ ୨୦୨୩ ରେ ମଧ୍ୟ କ୍ଷେତ୍ର ପରିଦର୍ଶନ କରିଥିଲେ ଟିମ୍ କିନ୍ତୁ ମହାନଦୀ ଜଳ ବିବାଦର କୌଣସି ସମସ୍ୟା ଏ ପର୍ଯ୍ୟନ୍ତ ବାହାରି ପାରିନାହିଁ ତେଣୁ ଚଳିତ ଗସ୍ତର କାର୍ଯ୍ୟକ୍ରମକୁ ପ୍ରଶ୍ନ କରିଛନ୍ତି ରାଜ୍ୟବାସୀ l

ଏ ଖବର ବି ପଢ଼ନ୍ତୁ:- ବଢ଼ିବ ଗରମ, ଆସନ୍ତା ୩ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ବଢିପାରେ ପାରଦ

ସେପଟେ ଏଜି ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖାଯିବ । ଓଡ଼ିଶା ତାର ହକ୍ ପାଇବ ଦୁଇଟି ରାଜ୍ୟ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହେବ ବୋଲି ଏଜି ପୀତାମ୍ବର ଆଚାର୍ଯ୍ୟ କହିଛନ୍ତ । ଏହି ଜଳ ବିବାଦକୁ ଦଳେ ସୃଷ୍ଟି କରିଥିଲେ ଓ ଆମେ ସମାଧାନ କରିବୁ ବୋଲି ଏଜି କହିଛନ୍ତି । ବିଗତ ଦିନରେ ସାରା ଭାରତରେ ହୋଇଥିବା ଜଳ ବିବାଦର ନ୍ୟାୟିକ ପ୍ରକ୍ରିୟା ବଦଳରେ ଆଲୋଚନାରେ ସମାଧାନ ହୋଇଛି । ଟ୍ରିବ୍ୟୁନାଲ ନୂଆ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗସ୍ତ କରିଥିବାରୁ ଆମେ ଧନ୍ୟବାଦ ଦେଇଛୁ ବୋଲି ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ।