‘ଦ କେରଳ ଷ୍ଟୋରୀ-୨’ରେ ଚାଲିଲା ସେନ୍ସର ବୋର୍ଡର କଇଁଚି ; କିସିଂ ସିଙ୍ଗ ୫୦% ହ୍ରାସ, ଫିଲ୍ମରେ ଲାଗିଲା ୧୬ଟି କଟ୍

NEWS7
corona-cases-rises-to-3140-in-odisha

ନୂଆଦିଲ୍ଲୀ ୨୫।୦୨; ‘କେରଳ ଷ୍ଟୋରୀ-୨'ର ଟ୍ରେଲର ରିଲିଜ ମାତ୍ରେ ବିବାଦ ଘେରକୁ ଆସିଛି । ଫିଲ୍ମର ପ୍ରମାଣପତ୍ର ଓ କେରଳକୁ କୁ ଭୁଲ ଢଙ୍ଗରେ ଉପସ୍ଥାପନ କରିବାକୁ ନେଇ କେରଳ ହାଇକୋର୍ଟରେ ଆବେଦନ ଦାଖଲ ହୋଇଛି। ଆବେଦନକର୍ତ୍ତାଙ୍କ ଅଭିଯୋଗ, ଫିଲ୍ମ ରାଜ୍ୟର ଛବିକୁ କ୍ଷତି ପହଞ୍ଚାଇପରେ I ମଙ୍ଗଳବାର ଶୁଣାଣିରେ କେରଳ ହାଇକୋର୍ଟ କହିଥିଲେ, କେରଳ ଏକ ଶାନ୍ତ ଓ ସୌହାର୍ଯ୍ୟପୂର୍ଣ୍ଣ ରାଜ୍ୟ । କିନ୍ତୁ ଫିଲ୍ମରେ ଏହାକୁ ଭୁଲ ଢଙ୍ଗରେ ପ୍ରଦର୍ଶନ କରାଯାଇଛି, ଯାହା ଦ୍ଵାରା ରାଜ୍ୟର ଛବି ପ୍ରଭାବିତ ହୋଇପାରେ।

ଅନ୍ୟପକ୍ଷରେ ସେନ୍ସର ବୋର୍ଡ (CBFC) ଫିଲ୍ମଟିକୁ ସେନ୍ସର ସାର୍ଟିଫିକେଟ୍ ସହିତ ଅନୁମୋଦନ କରିଛି। କିନ୍ତୁ ଏଥିରେ ୧୫ ଟି କଟ୍ କରାଯାଇଛି ଏବଂ କିଛି ଦୃଶ୍ୟକୁ ହଟାଇ ଦିଆଯାଇଛି। ସେନ୍ସର ବୋର୍ଡ "ଦି କେରଳ ଷ୍ଟୋରି ୨" କୁ U/A 16+ ସାର୍ଟିଫିକେଟ୍ ଦେଇଛି। ବଳାତ୍କାର ଏବଂ ଲିପ୍-ଲକ୍ ଦୃଶ୍ୟ ସମେତ ଅନେକ ଦୃଶ୍ୟକୁ କଟ୍ କରାଯାଇଛି । "ଦି କେରଳ ଷ୍ଟୋରି ୨ ଗୋଜ୍ ବିୟଣ୍ଡ" ଲଭ୍ ଜିହାଦ ଏବଂ ଧାର୍ମିକ ପରିବର୍ତ୍ତନ ଭଳି ପ୍ରସଙ୍ଗକୁ ନେଇ ଗଠନ ହୋଇଛି । ଫିଲ୍ମରେ ଜଣେ ମହିଳାଙ୍କୁ ଗୋମାଂସ ଖାଇବାକୁ ବାଧ୍ୟ କରାଯାଉଥିବା ଦୃଶ୍ୟ ମଧ୍ୟ ରହିଛି। ଯାହା ବହୁତ ହଇଚଇ ସୃଷ୍ଟି କରିଛି। ଫିଲ୍ମ ଉପରେ ନିଷେଧ ପାଇଁ ଦାବି କରାଯାଉଥିବା ବେଳେ ଏବଂ ଅନେକ ଆବେଦନ ଦାଖଲ ହୋଇଛି। ଏହାକୁ ନେଇ ରାଜନୈତିକ ବିତର୍କ ମଧ୍ୟ ତୀବ୍ର ହୋଇଛି।

ଦ୍ଵିପ୍ରହର ପରେ ମାମଲାର ପୁନଃ ଶୁଣାଣିରେ ନିର୍ମାତା ଫିଲ୍ମର ଟିଜରକୁ ହଟାଇବାକୁ ପ୍ରସ୍ତୁତ ବୋଲି ଓକିଲ କୋର୍ଟରେ କହିଲେ । ତା'ପରେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ବୁଧବାର ଅର୍ଥାତ୍ ଆଜି ହେବ ବୋଲି କୋର୍ଟ କହିଲେ । ଆବେଦନକାରୀ ଫିଲ୍ମର କିଛି ଦୃଶ୍ୟରେ ପରିବର୍ତ୍ତନ ଦାବି କରିଛନ୍ତି । ଏଥିରେ ଫିଲ୍ମର ଶୀର୍ଷକ ବଚଳାଇବା ମଧ୍ୟ ସାମିଲ । ଫିଲ୍ମର ଟିଜର୍ ଓ ଟ୍ରେଲର୍ରୁ ବିବାଦ ଆରମ୍ଭ ହୋଇଛି । ଏଥିରେ ଭିନ୍ନ ଭିନ୍ନ ରାଜ୍ୟର ମହିଳାଙ୍କ କାହାଣୀ ପ୍ରଦର୍ଶିତ ହୋଇଛି ।'ଦି କେରଳ ଷ୍ଟୋରି ୨' ଏହି ଶୁକ୍ରବାର, ଫେବୃଆରୀ ୨୭ ତାରିଖରେ ଥିଏଟରରେ ମୁକ୍ତିଲାଭ କରିବ। 'ବଲିଉଡ୍ ହଙ୍ଗାମା'ର ଏକ ରିପୋର୍ଟ ଅନୁଯାୟୀ, ସେନ୍ସର ବୋର୍ଡ ଫିଲ୍ମରେ ୧୬ କଟ୍ କିମ୍ବା ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛି। ଚୁମ୍ବନ ଦୃଶ୍ୟ ୫୦% ହ୍ରାସ, ଏବଂ ଲିପ୍-ଲକ୍ ଦୃଶ୍ୟ ୭ ସେକେଣ୍ଡ କଟା ଯାଇଛି...

ଅଧିକ ପଢନ୍ତୁ- ବିଶ୍ୱ ମଞ୍ଚରେ ହିନ୍ଦୀରେ 'ନମସ୍ତେ....ଆଲିଆଙ୍କ ଦମ୍‌ଦାର ଭାଷଣ, ଭିଡିଓ ଭାଇରାଲ୍