ଜାନୁୟାରୀରେ ପ୍ରଥମ ଥର ୨୬ ହଜାରରୁ ତଳକୁ ଖସିଲା ନିଫ୍ଟି, ସେନସେକ୍ସ ରେ ୭୮୦ ପଏଣ୍ଟ ହ୍ରାସ

NEWS7
corona-cases-in-bhubaneswar

ମୁମ୍ବାଇ ୮।୧: ଭାରତୀୟ ସେୟାର ବଜାରରେ ୮ଜାନୁୟାରୀ ଗୁରୁବାର ଜୋରଦାର ବିକାବିକି ହୋଇଛି। ଏଣୁ କାରବାର କାଳରେ ସେନସେକ୍ସ ୮୨୦ ପଏଣ୍ଟ ହ୍ରାସ ହୋଇ ୮୪.୧୪୦ ସ୍ତରକୁ ପହଞ୍ଚି ଯାଇଛି, ଯାହା ଏ ପର୍ଯ୍ୟନ୍ତ ବର୍ଷର ସବୁଠୁ ନିମ୍ନତମ ସ୍ତର ବୋଲି କୁହାଯାଇଛି। ସେହିପରି ନିଫ୍ଟି ୧% ହ୍ରାସ ସହିତ ଜାନୁୟାରୀରେ ପ୍ରଥମ ଥର ୨୬,୦୦୦ର ଗୁରୁତ୍ୱପୂର୍ଣ୍ଣ ମନବୈଜ୍ଞାନିକ ସ୍ତରରୁ ତଳକୁ ଖସିଛି। କାରବାର ଶେଷରେ ସେନସେକ୍ସ ୭୮୦.୧୮ ପଏଣ୍ଟ ଅର୍ଥାତ ୦.୯୨% ହ୍ରାସ ହୋଇ ୮୪,୧୮୦.୯୬କୁ ପହଞ୍ଚି ଯାଇଛି। ସେହିପରି ନିଫ୍ଟି ୨୬୩.୯୦ଅର୍ଥାତ ୧.୦୧% ହ୍ରାସ ହୋଇ ୨୫,୮୭୬.୮୫ ସ୍ତରରେ ବନ୍ଦ ହୋଇଛି।

ମୋଟ ୩,୧୩୩ ସେୟାର ମଧ୍ୟରୁ ୨୫୪୬ ସେୟାର ଲାଲ ସଂକେତରେ ଦେଖାଯାଇଛନ୍ତି। ସେହିପରି ସେକ୍ଟୋରାଲ ଫ୍ରଣ୍ଟରେ ପାଖାପାଖି ସବୁ ଇଣ୍ଡେକ୍ସ ଚାପରେ ଥିବା ଦେଖା ଯାଇଛି। ନିଫ୍ଟି ବ୍ୟାଙ୍କ ପାଖାପାଖି ୩% ହ୍ରାସ ହୋଇଥିବା ବେଳେ ଆଇଟି, ମେଟାଲ, ଅଏଲ ଆଣ୍ଡ ଗ୍ୟାସ୍, ପିଏସୟୁ, ବ୍ୟାଙ୍କ ଇଣ୍ଡେକ୍ସରେ ୧ରୁ ୨% ପର୍ଯ୍ୟନ୍ତ ହ୍ରାସ ଦେଖାଯାଇଛି। ଟିସିଏସ, ଇନଫୋସିସ, ରିଲାଏନ୍ସ, ଟେକ୍ ମହିନ୍ଦ୍ରା, ହିଣ୍ଡାଲକୋ ଓ ଜେଏସଡବ୍ଲୁ ଷ୍ଟିଲ ଭଳି ଦିଗ୍ଗଜ ସେୟାର ବଜାର ଉପରେ ସବୁଠୁ ଅଧିକ ଚାପ ସୃଷ୍ଟି କରିଛନ୍ତି।

ଋଷିଆରୁ ତୈଳ କ୍ରୟ କରୁଥିବା ଦେଶମାନଙ୍କ ଉପରେ ଆମେରିକା ଭାରି ଟାରିଫ ଲାଗୁ ସମ୍ପର୍କିତ ପ୍ରସ୍ତାବ ନିବେଶକଙ୍କ ଚିନ୍ତା ବଢେଇ ଦେଇଛି। ଭାରତ ଭଳି ଦେଶଙ୍କ ଉପରେ ଏହି ବିଲ୍ ର ପ୍ରଭାବ ପଡିବା ଆଶଙ୍କାରେ ବିଦେଶୀ ନିବେଶକ ସତର୍କ ହୋଇଯାଇଛନ୍ତି। ଏଣୁ ବୁଧବାର ଦିନ ବିଦେଶୀ ନିବେଶକ ପାଖାପାଖି ୧,୫୨୮ କୋଟି ଟଙ୍କାର ସେୟାକ ବିକ୍ରି କରିଦେଇଥିଲେ। ଆମେରିକାର ଦୁର୍ବଳ ଜବସ୍ ଡାଟା ଓ ଏସିୟ ବଜାରରେ ହ୍ରାସର ପ୍ରଭାବ ଭାରତୀୟ ବଜାର ଉପରେ ପଡିଛି। ଏହା ଛଡା ଆମେରିକା- ଭାରତ ଟ୍ରେଡ ଡିଲରେ ହେଉଥିବା ବିଳମ୍ବ ମଧ୍ୟ ବଜାରର ଧାରଣକୁ ଦୁର୍ବଳ କରୁଛି। ବୈଷୟିକ ରୂପେ ନିଫ୍ଟିର ଗୁରୁତ୍ୱପୂର୍ଣ୍ଣ ସମର୍ଥନ ହ୍ରାସ ହେବା ଯୋଗୁ ବଜାର ଉପରେ ସେୟାର ବିକ୍ରିର ଚାପ ବଢିଯାଇଛି।