LIVE TV

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଲାଲୁ ଓ ତେଜସ୍ୱୀଙ୍କ ଠାରୁ ଦୂରେଇଲେ ତେଜ ପ୍ରତାପ, ଜାଣନ୍ତୁ କହିଲେ କ’ଣ?

NEWS7
corona-case-in-india-79

ପାଟନା ୨୫।୧୦: ତେଜ ପ୍ରତାପ ଯାଦବ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ଫେରିବାର ସମସ୍ତ ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି, କହିଛନ୍ତି ଯେ ସେ ଆରଜେଡିକୁ ଫେରିବା ବଦଳେ ମୃତ୍ୟୁକୁ ବାଛିବେ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଓ ରାବଡୀ ଦେବୀଙ୍କ ବଡ଼ ପୁଅ କହିଛନ୍ତି ଯେ ସେ ସିଦ୍ଧାନ୍ତ ଓ ଆତ୍ମସମ୍ମାନକୁ ରାଜନୈତିକ କ୍ଷମତାଠାରୁ ବଡ଼ ଭାବନ୍ତି। ଏଣୁ ପୁଣି ତାଙ୍କର ଆରଜେଡିକୁ ଫେରିବା ଆକଳନ ଅମୂଳକ।

ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ତେଜପ୍ରତାପ  ଯାହାଙ୍କୁ ଚଳିତବର୍ଷ ପ୍ରାରମ୍ଭରେ ତାଙ୍କ ପିତା ଆରଜେଡିରୁ ନିଷ୍କାସିତ କରିଦେଇଥିଲେ କହିଛନ୍ତି ଯେ ମୋ ପାଇଁ ମୋ ଆତ୍ମସମ୍ମାନ ବଡ଼ ଓ ମୁଁ କ୍ଷମତା ଲୋଭି ନୁହେଁ। ମୋ ପାଇଁ ସିଦ୍ଧାନ୍ତ ଓ ସ୍ୱାଭିମାନ ବଡ଼। ସେ ତାଙ୍କ ନିଜ ରାଜନୈତିକ ସଙ୍ଗଠନ ଜନ ଶକ୍ତି ଜନତା ଦଳ (ଜେଜେଡି) ଆରମ୍ଭ କରିବା ପରେ ମହୁଆରୁ ନିର୍ବାଚନ ଲଢୁଛନ୍ତି। ଏହି ନିର୍ବାଚନମଣ୍ଡଳିରୁ ସେ ୨୦୧୫ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ।

ସେ କହିଛନ୍ତି ଯେ ରାଜନୀତିକୁ ପ୍ରବେଶ କରିବାର ଅନେକ ପୂର୍ବରୁ ଏହି ନିର୍ବାଚନମଣ୍ଡଳି ସହିତ ଜଡିତ ଥିଲେ। ଏଣୁ ଏଠାକାର ନିବାସୀ ତାଙ୍କ କାମରେ ବେଶ୍ ଖୁସ୍ । ତେବେ ତେଜ ପ୍ରତାପ ତାଙ୍କ ସାନ ଭାଇ ତଥା ଆରଜେଡି ପ୍ରାର୍ଥୀ ମୁକେଶ ରୌସନଙ୍କ ଚ୍ୟାଲେଞ୍ଜକୁ ଅଗ୍ରାହ୍ୟ କରିଦେଇଛନ୍ତି। ସେ କହିଛନ୍ତି ଯେ ଲୋକେ ଜାଣନ୍ତି ମୁଁ ନିଶ୍ୱ ମୋର କେହି ସାହା ଭରସା ନାହାନ୍ତି ଏଣୁ ପୂର୍ବତନ ବିଧାୟକ ମହୁଆ ନିର୍ବାଚନମଣ୍ଡଳିରୁ ତାଙ୍କ ଜେଜେମା ମରିଚିୟା ଦେବୀଙ୍କ ଫଟୋ ସାଙ୍ଗରେ ନେଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ସେ କହିଛନ୍ତି ଯେ ମୋ ପିତା ରାଜନୀତିରେ ଆଗକୁ ବଢିବାରେ ତାଙ୍କ ମା ହିଁ ପ୍ରେରଣା ଥିଲେ। ତାଙ୍କ ଆଶିର୍ବାଦରେ ମୋ ପିତା ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ପାରିଥିଲେ। ତେବେ ସେ ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ପିତାମାତାଙ୍କ ଆଶିର୍ବାଦ ନେଇଥିଲେ କି ପଚରା ଯିବାରେ ସେ ଅନେକ ଦିନ ହେଲା ସେମାନଙ୍କ ସହ ଦେଖା ହୋଇ ନଥିବା କହିଛନ୍ତି। ତେବେ ସେମାନଙ୍କ ଆଶିର୍ବାଦ ମୋ ସହ ନିଶ୍ଚିତ ଅଛି ବୋଲି ମୁଁ ଅନୁଭବ କରେ ବୋଲି କହିଛନ୍ତି। ସେହିପରି ତେଜସ୍ୱୀ ନିଜକୁ ମହା ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିବାର ପଚାରିବାରୁ ତେଜପ୍ରତାପ ରାଜନେତା ଏମିତି ଅନେକ ଭେଳିକି କରନ୍ତି ବୋଲି କହିଛନ୍ତି। ହେଲେ କ୍ଷମତାର ମଜା ସେମାନଙ୍କୁ ମିଳେ ଯେଉଁମାନଙ୍କୁ ଜନତାଙ୍କ ଆଶିର୍ବାଦ ମିଳେ।

ସେ କହିଛନ୍ତି ଯେ ସାନ ଭାଇ ଭାବେ ତେଜସ୍ୱୀଙ୍କୁ ମୋର ଆଶିର୍ବାଦ ରହିଛି।  ମୁଁ ତାଙ୍କଉପରେ ସଦୁର୍ଶନ ଚକ୍ରା ଚଳାଇ ପାରିବି ନାହିଁ। ତେବେ ଜେଜେଡି ନେତା ଆରଏସଏସ ଓ ବିଜେପି ପ୍ରତି ନିଜର ବିରୋଧ ବ୍ୟକ୍ତ କରି କହିଛନ୍ତି ଯେ ଲୋକେ ଏଥର ଆରଏସଏସ ଓ ବିଜେପି ଠାରୁ ଧୋକା ଖାଇବେନି। ଯେହେତୁ ତେଜ ପ୍ରତାପ ଏବେ ଆରଜେଡିରେ ନାହାନ୍ତି ଏଥିରେ ସେ ନିର୍ବାଚନକୁ କିପରି ଦେଖୁଛନ୍ତି ପଚରାଯିବାରେ ତେଜପ୍ରତାପ କିଛିବି ଅଲଗା ନୁହେଁ । ମହୁଆ ମୋର ପରିବାର ଓ ମୁଁ ମୋ ପାର୍ଟିରୁ ନିର୍ବାଚନ ଲଢୁଛି। ମୋ ପାର୍ଟିର ନିର୍ବାଚନ ଚିହ୍ନ କଳାପଟା।

ଏହି ସାକ୍ଷାତକାରରେ ଜଣେ ବୟଷ୍କ ସାଥୀଙ୍କ ଆଡକୁ ଇସାରା କରି ତେଜ ପ୍ରତାପ କହିଛନ୍ତି ଯେ ମହାତ୍ମା ଗାନ୍ଧିଙ୍କୁ ନିଜ ଆଖିରେ ଦେଖିଥିବା ଜଣେ ବ୍ୟକ୍ତି ମୋ ଯାତ୍ରାରେ ସାମିଲ ଅଛନ୍ତି। ଏହାଠୁ ମୋତେ ଆଉ ଅଧିକ କଣ ଦରକାର ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଜନସୁରାଜର ପ୍ରଶାନ୍ତ କିଶୋରଙ୍କ ସମ୍ପର୍କରେ ପଚରାଯିବାରେ ସେ କହିଛନ୍ତି ଯେ ସେ ଅଧିକରୁ ଅଧିକ ଜଣେ ବ୍ୟବସାୟୀ। ସେ ସଂସାଧନ ସଂଗ୍ରହ କରି ଅନ୍ୟ ପାର୍ଟିଙ୍କ ଲାଗି ପ୍ରଚାର କାର୍ଯ୍ୟ କରନ୍ତି। ଏବେ ସେ ତାହା ହିଁ କରୁଛନ୍ତି।