ତୋ ଭଉଣୀକୁ ମାରୁଛି, କଲ୍‌କୁ ରେକର୍ଡିଂରେ ରଖ: SWAT କମାଣ୍ଡୋଙ୍କ ଲାଇଭ୍ ମର୍ଡର ଭାଇରାଲ୍...

NEWS7
corona-case-in-india-69

ନୂଆଦିଲ୍ଲୀ ୩୦/୦୧: ସାରା ଦେଶରେ SWAT କମାଣ୍ଡୋଙ୍କ ହତ୍ୟାକୁ ନେଇ ଚର୍ଚ୍ଚା । ଯୌତୁକ ପାଇଁ ଦିଲ୍ଲୀ ପୋଲିସର ଜଣେ ଗର୍ଭବତୀ ମହିଳା କନେଷ୍ଟବଳଙ୍କୁ ନିର୍ମମ ହତ୍ୟାକୁ ନେଇ ସବୁଠି ହଇଚଇ । ଏବେ ଏହି ଘଟଣାର ହୃଦୟ ବିଦାରକ ଘଟଣା ଆସିଛି ସାମ୍ନାକୁ । କାଜୋଲଙ୍କୁ ହତ୍ୟା କରିବା ବେଳେ ଅତି ଭୟଙ୍କର ହୋଇପଡିଥିଲା ଅଭିଯୁକ୍ ସ୍ୱାମୀ ।

ନିର୍ମମ ହତ୍ୟାରେ ମନ ବୁଝିନଥିଲା ଯେ, ଘଟଣା ବେଳେ କାଜୋଲଙ୍କ ଭାଇଙ୍କୁ କରିଥିଲା ଭିଡିଓ କଲ୍ । ଫୋନ୍ କରି ଲାଇନରେ ରଖିଥିଲା ଅଭିଯୁକ୍ତ ଅଙ୍କୁର । କହିଥିଲା ଭଉଣୀର ଚିତ୍କାର ଶୁଣ ଆଉ ରେକର୍ଡ କରି ରଖେ । ତେବେ ଆଶ୍ଚର୍ଯ୍ୟର କଥା ହତଭାଗା ଭାଇ ଅସହାୟ ହୋଇ ଭଉଣୀ କାଜଲର ଦେଖିଥିଲା ମୃତ୍ୟୁ । ନିଜେ ଏହାର ଖୁଲାସା କରିଛନ୍ତି ମୃତ SWAT କମାଣ୍ଡୋ କାଜଲଙ୍କ ଭାଇ ନିଖିଲ ।

ନିଙ୍କ କହିବା କଥା ଅଙ୍କୁର ପ୍ରଥମେ ତାଙ୍କୁ କଲ କରିଥିଲା । ଆଉ କଲକୁ ରେକର୍ଡ କରିବାକୁ କହିଥିଲା । ସେ କହିଥିଲା, ମୁଁ ତୋ ଭଉଣୀକୁ ହତ୍ୟା କରୁଛି, ତୁ ତା' ଚିତ୍କାରକୁ ଫୋନରେ ରେକର୍ଡ କରି ରଖେ । ପୋଲିସ ଷ୍ଟେସନରେ ଏହା କାମରେ ଆସିବ । ଆଉ ତାପରେ ମୁଁ ମୋ ଭଉଣୀର ଚିତ୍କାର ଶୁଣିଲି ।ନିଖିଲ ଆହୁରି କହିଛନ୍ତି, କାଜୋଲ ତା'ଶାଶୁ ଘର ସମ୍ପର୍କରେ କେବେ କିଛି କୁହେନି, କିନ୍ତୁ ସେଦିନ ସେ ମତେ ସବୁ ଘଟଣା ବାବଦରେ କହୁଥିଲା । ଏତିକିରେ ଅଙ୍କୁର ଚାଲିଆସିଥିଲା, ଭଉଣୀ ମତେ ସବୁକଥା କହୁଥିବା ଶୁଣି ଫୋନ୍ ଛଡ଼ାଇନେଇ କାଟିଦେଇଥିଲା ।

ମାତ୍ର ୫ମିନିଟ୍ ହୋଇନଥିଲା କଥାବାର୍ତ୍ତା ମୋ ଫୋନ୍ ପୁଣି ବାଜିଥିଲା । ଫୋନରେ ଅଙ୍କୁର ମତେ କହିଲା ମୁଁ ତୋ ଭଉଣୀକୁ ହତ୍ୟା କରୁଛି । ତୁ ଆସି ହସ୍ପିଟାଲରୁ ତୋ ଭଉଣୀର ଲାସ୍ ନେଇଯିବୁ । ଅଙ୍କୁରର କଥା ଶୁଣି ମୁଁ ଅଙ୍କୁରକୁ ଶାନ୍ତ କରିବାକୁ ବହୁତ ଚେଷ୍ଟା କରିଥିଲି । ସଂଗେ ସଂଗେ କାଜଲକୁ କଲ୍ କରିଥିଲି, ହେଲେ ସେତେବେଳକୁ ସରିଯାଇଥିଲା ସବୁ କିଛି । ନିଖିଲ୍ ଫୋନ୍ କଲରେ ଥିବା ସମୟରେ ହିଁ ଅଙ୍କୁର କାଜଲଙ୍କୁ ହତ୍ୟା କରିଥିଲା ।

ପରିବାରଙ୍କ କହିବା ଅନୁସାରେ, ଅଙ୍କୁର କାଜୋଲଙ୍କ ମୁଣ୍ଡକୁ ଡମ୍ବଲରେ ଆଘାତ କରିଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଯେଉଁଥିଲେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସବୁଠୁ ଦୁଃଖଦ କଥା ହେଉଛି, କାଜୋଲ ଥିଲେ ୪ମାସର ଗର୍ଭବତୀ । ପୂର୍ବରୁ ତାଙ୍କର ଦେଢ଼ ବର୍ଷର ଏକ ପୁଅ ବି ଅଛି । ଏବେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଅଙ୍କୁରକୁ ଗିରଫ କରାଯାଇଛି ।