Live Live
LIVE

'ଦିନେ ଭାରତୀୟ ଦଳର କୋଚ୍ ହେବେ ଧୋନୀ, ସେବେ ମୁଁ ତାଙ୍କୁ ଉତ୍ତର ଦେବି'....କାହିଁକି କହିଲେ ଗମ୍ଭୀର ?

NEWS7
corona-blast-at-jodhpur-iit-containment-zone-declaired-after-70-students-teachers-tested-positive-for-covid-19

ନୂଆଦିଲ୍ଲୀ, ୧୭ /୦୩:ଟି୨୦ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି ଭାରତ । ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଏବଂ କୋଚ୍ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଦଳ ବିଜୟୀ ହୋଇଛି । ଭାରତ ମ୍ୟାଚ୍ ଜିତିବା ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅଭିନନ୍ଦନ ଜଣାଇଥିଲେ । ଏହାସହ କୋଚ୍ ଗମ୍ଭୀରଙ୍କୁ ପ୍ରଶଂସା କରିବା ସହ ମଜାଳିଆ ମନ୍ତବ୍ୟ ଦେଇଥିଲେ । ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଗମ୍ଭୀର ।

ଗମ୍ଭୀର କହିଛନ୍ତି ଯେ, ଦିନେ ନା ଦିନେ ସେ ଧୋନୀଙ୍କୁ ଭାରତର ମୁଖ୍ୟ କୋଚ୍ ଭାବେ ଦେଖିବାକୁ ଚାହିଁବେ । ଏହା ସତ ହେବ । ସେହି ସମୟରେ ଧୋନୀ ଆଜି ଯାହା କହୁଛନ୍ତି ତାହା ଗମ୍ଭୀର ସେବେ କହିବେ ।

ସେ କହିଛନ୍ତି ଯେ, ଧୋନୀ ଆସି ଅହମ୍ମଦାବାଦରେ ମ୍ୟାଚ୍ ଦେଖିଲେ । ଏହା ଖୁବ୍ ଖୁସିର କଥା । ସେ ମତେ ହସିବାକୁ କହିଛନ୍ତି । ଏହା ଭଲ କଥା । କିନ୍ତୁ ଏମିତି ଏଦିନ ଆସିବ ଯେବେ ଧୋନୀ ଭାରତର କୋଚ୍ ହେବେ । ସେତେବେଳେ ଭାରତ ବିଶ୍ୱକପ୍ ଜିତିବା ବେଳେ ଗମ୍ଭୀର ଧୋନୀଙ୍କ ଉଦ୍ଦେଶ୍ୟରେ ସମାନ କଥା ଲେଖିବେ ।

କ'ଣ କହିଥିଲେ ଧୋନୀ

ଧୋନୀ କହିଥିଲେ ଯେ, କୋଚ୍ ସାହେବ, ଆପଣଙ୍କ ମୁହଁରେ ହସ ଭଲ ଲାଗେ । ଆପଣ କିଲର୍ ସ୍ମାଇଲ୍ ଦିଅନ୍ତି । ଏହାର ଉତ୍ତରରେ ପଡିଆରୁ ଧୋନୀଙ୍କୁ ଦେଖି ଏ ହସ ବାହାରୁଥିବା ଗମ୍ଭୀର ମଜାଳିଆ ଅନ୍ଦାଜରେ ଜବାବ ଦେଇଥିଲେ ।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟରୁ ଧୋନୀ ଅବସର ନେଇ ସାରିଛନ୍ତି । କିନ୍ତୁ ଏବେବି ଆଇପିଏଲରେ ସେ ଆକ୍ଟିଭ୍ ଅଛନ୍ତି ।୪୪ବର୍ଷରେ ସେ ସିଏସକେର ପ୍ରତିନିଧିତ୍ୱ କରୁଛନ୍ତି । ଅନ୍ୟ ଦିଗରେ ଗମ୍ଭୀର୨୦୨୭ଯାଏଁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରହିବେ । ଏହାସହ ସେ ପ୍ରଥମ କୋଚ୍ ଭାବେ ଦୁଇଟି ବଡ ଆଇସିସି ଟ୍ରଫି ଦଳକୁ ଦେବାରେ ରେକର୍ଡ ପ୍ରତିଷ୍ଠା କରିଛନ୍ତି ।