Paddy fire: ଜଳିଗଲା ଧାନଖରୀ, ନିଆଁର ଆଁରେ ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ଚାଷ

NEWS7
corex-seized-from-car-and-two-arrested-in-padmapur

ବଲାଙ୍ଗୀର ୧୯/୧୨: ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟାରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁର ଆଁରେ ଜଳିଗଲା ଦେଢ ଏକର ଧାନ ଜମି । ପୋଡ଼ି ପାଉଁଶ ହୋଇଯାଇଛି ଏକର ଏକର ଏକର ଫସଲ । ଅଗ୍ନିକାଣ୍ଡର ଖବର ପାଇଁ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ହେଲେ ସେତେବେଳକୁ ସବୁକିଛି ଶେଷ ହୋଇଯାଇଥିଲା ।

ସୂଚନା ଥାଉକି, ଗୁରୁବାର ରାତିରେ ଚନ୍ଦ୍ରଶେଖର ସାହୁଙ୍କ ଦେଢ଼ ଏକର, ବରୁଣ ସାହୁଙ୍କ ୩ ଏକର, ସୀତାକାନ୍ତ ଭୁଏଙ୍କ ୨ ଏକର ଜମିର ମୁଣ୍ଡାପଡା ନିକଟରେ ଗଦା ହୋଇଥିବା ମୋଟ ସାଢେ ୬ ଏକର ଜମିର ଧାନ ଖରୀରେ ଜଳି ପୋଡି ପାଉଁଶ ହୋଇଥିଲା । କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅନୁମାନ କରାଯାଉଛି । ପ୍ରାୟ ୪୦୦ ବସ୍ତା ଧାନ ପୋଡି ନଷ୍ଟ ହୋଇଯାଇଛି ।

 

ମୁଣ୍ଡାପଡା ଠାରୁ ଖେତ ପର୍ଯ୍ୟନ୍ତ ରାସ୍ତା ଖରାପ ଯୋଗୁଁ ଆଗକୁ ଯାଇପାରିନଥିଲା ପରେ ଛୋଟ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲା । ଋଣ କରଜ କରି ଚାଷ କାର୍ଯ୍ୟ କରିଥିବାରୁ ଉକ୍ତ ଚାଷୀ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ଘଟଣା ପ୍ରଘଟ ହେବା ପରେ ବହୁ ଚାଷୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ନିରପେକ୍ଷ ତଦନ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି କରିଥିଲେ । ଶୁକ୍ରବାର ସକାଳେ ଏନେଇ ସମ୍ପୃକ୍ତ ଚାଷୀ ସାଲେଭଟା ଫାଣ୍ଡିରେ ଅଭିଯୋଗ କରିବା ପରେ ସାଲେଭଟା ପୋଲିସ ତଦନ୍ତ ଆରମ୍ଭ କରୁଥିବା ସୂଚନା ମିଳିଛି ।