କଟକରେ ବୁଲୁଛି କଲରା ପତରିଆ, ସିସିଟିଭିରେ କଏଦ ହେଲା ବାଘର ଗତିବିଧି

NEWS7
controversy-arises-over-arup-patnaik-boarded-pathaks-chartered-flight

କଟକ ୧୨/୦୧: କଟକ ଜଗତପୁର ଅଞ୍ଚଳରେ ବାଘ ଆତଙ୍କ। ଇମାମ୍ ନଗର ଅଞ୍ଚଳରେ କଲରା ପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବାଘର ଗତିବିଧି ସିସିଟିଭିରେ କଏଦ ହୋଇଛି। ରବିବାର ରାତି ୧୧ ଟା ସମୟରେ ଦେଖିବାକୁ ମିଳିଥିଲା । ସେପଟେ ବାଘ ଖବର ପ୍ରଚାର ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। 

ସୂଚନା ଥାଉକି, ଇମାମ୍ ନଗର ଅଞ୍ଚଳରେ କଲରା ପତରିଆ ବାଘ ବୁଲୁଥିବା ଜଣାପଡିଛି । ରବିବାର ବିଳମ୍ୱିତ ରାତିରେ ବୁଲୁଥିବା ସିସିଟିଭିରେ କଏଦ ହୋଇଛି । ତେବେ ବାଘ ବୁଲୁଥିବା ଜଣାପଡିବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।