ଗୋଆ ନାଇଟ୍ କ୍ଲବର ସହ-ମାଲିକ ଗିରଫ, ଦିଲ୍ଲୀରୁ ବାନ୍ଧିଲା ପୋଲିସ

NEWS7
controversial-remark-of-rajasthan-veteran-mla-know-what-he-said

ପାଣାଜୀ, /୧୨:ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ପୋଲିସକୁ ବଡ ସଫଳତା । ନାଇଟ୍ କ୍ଲବର ସହ-ମାଲିକ ଅଜୟ ଗୁପ୍ତାଙ୍କୁ ଗିରଫ କରିଛି ପୋଲିସ । ସେ ବିରଚ୍ ବାଏ ରୋମିଓ କ୍ଲବରଜଣ ମାଲିକଙ୍କ ମଧ୍ୟରୁ ଜଣେ ।

ପ୍ରଥମେ ଗୋଆ ପୋଲିସ ପକ୍ଷରୁ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଥିଲା । ଅଜୟ ଗୁପ୍ତାଙ୍କ ସହ ଅନ୍ୟତମ ମାଲିକ ସୁରିନ୍ଦର କୁମାର ଖୋସଲାଙ୍କୁ ପୋଲିସ ଧରିବା ପାଇଁ ଅନେକ ସ୍ଥାନରେ ରେଡ୍ କରୁଥିଲା । ତେବେ ଅଜୟଙ୍କୁ ଗିରଫ କରାଯାଇଛି । ମାମଲାରେ ତାଙ୍କୁ ଗିରଫ କରାଯିବା ପରେ ଗିରଫଦାରୀ ସଂଖ୍ୟାକୁ ବଢିଛି ।

ପୋଲିସର କହିବାନୁସାରେ, ନାଇଟ୍ କ୍ଲବର ଅଗ୍ନିକାଣ୍ଡ ପରେ ଅଜୟଙ୍କୁ ଧରିବା ପାଇଁ ଦିଲ୍ଲୀରେ ରେଡ୍ ହୋଇଥିଲା । କିନ୍ତୁ ସେ ତାଙ୍କ ବାସଭବନରେ ନଥିଲେ । କିନ୍ତୁ ଦିଲ୍ଲୀର ଅନ୍ୟ ଏକ ସ୍ଥାନରୁ ତାଙ୍କୁ ଗିରଫ କରାଯାଇଛି । ଅନ୍ୟ ଦିଗରେ ସୌରଭ ଲୁଥ୍ରା ଏବଂ ଗୌରବ ଲୁଥ୍ରା ଏବେ ଫେରାର ଅଛନ୍ତି । ସେମାନଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ ଜାରି କରାଯାଇଛି ।

ସୂଚନାଯୋଗ୍ୟ, ଗୋଆ ସ୍ଥିତ ବିରଚ୍ ବାଏ ରୋମିଓ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ୨୫ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ତେବେ କ୍ଲବଟି ଅନେକ ସୁରକ୍ଷା ମାନଦଣ୍ଡକୁ ଉଲ୍ଲଙ୍ଘନ କରିଥିବା ଜଣାପଡିଥିଲା ।