ଆସ ସାମିଲ ହେବା, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା : ବିଜେପିରେ ମିଶିଲେ ବାରବାଟିଆ ସରପଞ୍ଚ ଏବଂ ଟିମ୍

NEWS7
contract-employee-died-after-electric-shock

ଭୋଗରାଇ ୧୦।୨: ପଦ୍ମ ଧରିଲେ ବାରବାଟିଆ ସରପଞ୍ଚ ଏବଂ ତାଙ୍କ ଟିମ୍ । ଭୋଗରାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରବାଟିଆ ଗ୍ରାମ ପଞ୍ଚାୟତରେ ସରପଞ୍ଚ ବାସୁଦେବ ମହାନ୍ତି ତାଙ୍କ ଟିମ୍ ସହିତ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ପଞ୍ଚାୟତର ସମିତି ସଦସ୍ୟା ସୁମିତା ଦାସ, ୬ ଜଣ ସ୍ୱର୍ଜ ସଭ୍ୟ ଏବଂ ଶତତାଧିକ କର୍ମୀଙ୍କ ସହ ଦଳୀୟ ଟୋପି ପିନ୍ଧି ଏବଂ ଉତ୍ତରୀ ପକାଇ ବିଜେପିରେ ସାମିଲ ହୋଇଛନ୍ତି ।

​​​​​​​

ଆଗାମୀ ଦିନରେ ଏହି ପଞ୍ଚାୟତର ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତମୁଠାକୁ ଟାଣ କରିବେ ବୋଲି ସରପଞ୍ଚ ବାସୁଦେବ ମହାନ୍ତି ପ୍ରକାଶ କରିଛନ୍ତି ।

ଏ ଖବର ବି ପଢ଼ନ୍ତୁ:-  ତ୍ରିକୋଣୀୟ ପ୍ରେମରୁ ହତ୍ୟା ମାମଲାରେ ତନାଘନା, ପ୍ରେମିକା ଲିଜାର ଘର ସିଲ୍ କଲା ପୋଲିସ

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଉ ମାସ କେଇଟା ବାକିଥିବା ବେଳେ ଭାରତୀୟ ଜନତା ପାର୍ଟି ଏଥିପାଇଁ ପ୍ରସ୍ତୁତି ଜୋର କରିସାରିଲାଣି । ବିଭିନ୍ନ ପଞ୍ଚାୟତର ବହୁ ସାଧାରଣ କର୍ମୀ ଦଳରେ ସାମିଲ ହେଉଛନ୍ତି । ଏହାଛଡା ପ୍ରଥମେ ବାଜିତପୁର ପରେ ମହେଶପୁର ଏବେ ବଇବାଟିଆ ପଞ୍ଚାୟତକୁ ନିଜ ଦଖଲକୁ ନେବାରେ ସଫଳ ମଧ୍ୟ ହୋଇ ସାରିଲେଣି ।