ଅଧାରାତିରେ କିଏ ଫିଙ୍ଗିଲା ବୋମା, ରାତ୍ରି ଭୋଜନ ପରେ ଶୋଇଥିଲେ ସମସ୍ତେ…

NEWS7
consume-milk-and-jaggery-before-bed-it-has-heath-benefits

ଛତ୍ରପୁର ୨୭।୦୧ : ଗଞ୍ଜାମ ଜିଲ୍ଲା ଛତ୍ରପୁର ଚିକଲଖଣ୍ଡି ଗାଁରେ ବେମାମାଡ଼। ଜଣେ ବ୍ୟକ୍ତିଙ୍କ ଘରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ। ବୋମା ମାଡ଼ରେ ଭାଙ୍ଗିଲା କାନ୍ଥ ,କବାଟ, ଘରର ବହୁ ସାମଗ୍ରୀ। ଅଳ୍ପକେ ବର୍ତ୍ତିଗଲେ ବାପା, ମାଆ ଓ ପୁଅ। ତେବେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଛତ୍ରପୁର ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି।

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ବାପା-ମା ଓ ପୁଅ ଖାଇ ପିଇ ଶୋଇଥିଲେ। ରାତି ପ୍ରାୟ ୧୧ଟା ବେଳେ ଦୁର୍ବୃତ୍ତମାନେ ବାଇକ୍ ଆସି ଜି.କାମରାଜୁ ରେଡ୍ଡୀଙ୍କ ଘର ଉପରକୁ ବୋମା ମାଡ଼ କରିଥିଲେ। ହଠାତ୍ ବୋମା ମାଡ଼ ଶବ୍ଦ ଶୁଣି ଉଠି ପଡ଼ିଥିଲେ ପରିବାର ଲୋକେ। ଦେଖିଲା ବେଳକୁ ଘର କାନ୍ଥ, କବାଟ ଭାଙ୍ଗି ଚୁର୍ମାର ହୋଇଯାଇଥିଲା।

ସେପଟେ ବୋମାମାଡ଼ ନେଇ ଜି.କାମରାଜୁ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଫେରାର ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି ।