Live Live
LIVE

ଇରାନ୍ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା; ସମୁଦ୍ରରେ ୩୦ ଘଣ୍ଟା ଧରି ଜଳିଲା ଆମେରିକାର ବାହୁବଳୀ, ସବୁ ଛାରଖାର !

NEWS7
congress-took-a-jibe-at-pm-modi-through-this-picture-asked-when-will-you-face-so-many-cameras

ନୂଆଦିଲ୍ଲୀ: ଇରାନ ଯୁଦ୍ଧରେ ମୁଖ୍ୟ ଭୂମିକା ନେଉଥିବା ଆମେରିକାର ସମୁଦ୍ର ଦୈତ୍ୟ USS ଜେରାଲ୍ଡ ଆର୍ ଫୋର୍ଡରେ ଭୟଙ୍କର ଅଗ୍ନିକାଣ୍ଡ । ଦୀର୍ଘ ୩୦ ଘଣ୍ଟା ଧରି ଜଳିଲା ବିଶ୍ବର ସବୁଠାରୁ ବଡ଼ ପରମାଣୁ ଶକ୍ତି ସମ୍ପନ୍ନ ଏୟାରକ୍ରାଫ୍ଟ କ୍ୟାରିୟର । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ପ୍ରାୟ ୬୦୦ ନାବିକଙ୍କ ବିଛଣା ଜଳିପୋଡ଼ି ପାଉଁଶ ହୋଇଯାଇଛି । ନ୍ୟୁୟର୍କ ଟାଇମ୍ସ, ଏନେଇ ଖବର ପ୍ରସାରଣ କରିଛି । କୁହାଯାଉଛି ଯେ, ଗତ ସପ୍ତାହରେ ଜାହାଜର ମୁଖ୍ୟ ଲଣ୍ଡ୍ରି ସେକ୍ସନରୁ ନିଆଁ ଲାଗିଥିଲା ଏବଂ ଏହା ଜାହାଜର ଅନ୍ୟ ଭାଗକୁ ବ୍ୟାପି ଯାଇଥିଲା ।

ନିଆଁ ଲିଭିଛି, ସମସ୍ୟା ବଢ଼ିଛି

ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ନିଆଁକୁ ଆୟତ୍ତ କରିବାକୁ ୩୦ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ନିଆଁ ଲଭିଯାଇଛି, ହେଲେ ଏଥିରେ ଥିବା କର୍ମଚାରୀଙ୍କ ଲାଗି ବହୁ ସମସ୍ୟା ସୃଷ୍ଟି କରିଛି । ନାବିକମାନେ ଧୂଆଁରେ ଅଣନିଶ୍ବାସୀ ହୋଇପଡ଼ୁଛନ୍ତି । କେତେକ ସୈନିକଙ୍କୁ ଚିକତ୍ସା କରାଯାଇଛି । ସୈନିକମାନେ ବାହାରେ ଥିବା ଟେବୁଲ୍ରେ ଶୋଇବାକୁ ବାଧ୍ୟ ହେଉଛନ୍ତି । ଲଣ୍ଡ୍ରି ସେକ୍ସନ ଜଳିପୋଡ଼ି ପାଉଁଶ ହୋଇଥିବାରୁ, ନାବିକମାନେ ନିଜର ପୋଷାକ ସଫା ମଧ୍ୟ କରିପାରୁ ନାହାନ୍ତି ।

Also Read: ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ମିଛ ଧରିଲେ ୪ ପୂର୍ବତନ ରାଷ୍ଟ୍ରପତି

ସମୟ ବଢ଼ୁଛି, ତାକତ କମୁଛି

ପ୍ରାୟ ୧୧ ମାସ ଧରି ମିଶନରେ ଥିବା ଏହି ଜାହାଜରେ ୪୬୦୦ରୁ ଅଧିକ ସୈନିକ ଥିବା ବେଳେ ଅନେକ ଫାଇଟର ପାଇଲଟ୍ ଅଛନ୍ତି । ଯଦି ଆହୁରି ମିଶନ ଅବଧି ବୃଦ୍ଧି ପାଏ, ତେବେ ଭିଏତନାମ ଯୁଦ୍ଧ ପରେ ଏହା ସବୁଠାରୁ ବଡ଼ ରେକର୍ଡ ହେବ ।ଏପରି ଦୀର୍ଘ ସମୟ ଧରି ନିରନ୍ତର ମିଶନରେ ରହିବା ଦ୍ବାରା ଜାହାଜ ଏବଂ ଏହାର କର୍ମଚାରୀଙ୍କ ଉପରେ ଚାପ ବୃଦ୍ଧି ପାଇଥାଏ । ଫଳରେ ଉଭୟ ସୈନିକ ଏବଂ ଜାହାଜର କ୍ଷମତା ପ୍ରଭାବିତ ହୁଏ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ପୂର୍ବରୁ ଉପୁଜିଥିଲା ସମସ୍ୟା

ଗତମାସରେ ୟୁଏସଏସ ଜେରାଲ୍ଡ ଆର ଫୋର୍ଡରେ ଶୌଚାଳୟ ସମସ୍ୟା ଦେଖା ଦେଇଥିଲା । ଧାର୍ଯ୍ୟ ସମୟଠାରୁ ଅଧିକ ଦିନ ଗଭୀର ଜଳରେ ରହିବା ଦ୍ବାରା ଜାହାଜର ପ୍ରାୟ ସବୁ ଶୌଚାଳୟ ଅଚଳ ହୋଇପଡ଼ିଥିଲା । ୪୬୦୦ରୁ ଅଧିକ ସୈନିକଙ୍କ ପାଇଁ ଜାହାଜରେ ୬୦୦ରୁ ଅଧିକ ଟଏଲେଟ୍ ଥିବା ବେଳେ, ସେଗୁଡ଼ିକ ପ୍ରାୟତଃ ଅଚଳ ହୋଇଯିବାରୁ ସ୍ଥିତି ସଙ୍ଗୀନ ହୋଇପଡ଼ିଥିଲା । କିନ୍ତୁ ଏହା ଜାହାଜର କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିପାରି ନାହିଁ ବୋଲି ଆମେରିକା ନୌସେନା ସ୍ପଷ୍ଟ କରିଥିଲା ।

ଜେରାଲ୍ଡ ଫୋର୍ଡର ସ୍ଥିତି କେମିତି ଅଛି ?

ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ କହିଛି ଯେ, ଅଗ୍ନିକାଣ୍ଡରେ ଜାହାଜର ମୁଖ୍ୟ ପ୍ରଣାଳୀ କ୍ଷତିଗ୍ରସ୍ତ ହୋଇନାହିଁ । କିନ୍ତୁ କିଛି ମିଡିଆ ରିପୋର୍ଟ ଅନୁସାରେ, ଦୀର୍ଘ ସମୟ ଧରି ମିଶନରେ ରହିବା ଫଳରେ ଜାହାଜରେ ଅନେକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ କରିଛି ଯେ, ୟୁଏସଏସ ଜେରାଲ୍ଡ ଫୋର୍ଡରେ କ୍ରୁ ସଦସ୍ୟଙ୍କୁ ଶୌଚାଳୟ ଯିବାକୁ ୪୫ ମିନିଟରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ୁଛି । ଦୁନିଆର ସବୁଠାରୁ ମହଙ୍ଗା ଏୟାର କ୍ରାଫ୍ଟ କ୍ୟାରିୟରେ, କର୍ମଚାରୀଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ଭଲ ନାହିଁ । ଏହି ଜାହାଜ ଗତବର୍ଷ ଜୁନ୍ରୁ ଲଗାତାର ଗଭୀର ସମୁଦ୍ରରେ ରହିଆସିଛି । ଏବେ ଇରାନ୍ ଯୁଦ୍ଧ ଚାଲିଥିବା ବେଳେ ୟୁଏସଏସ୍ ଜେରାଲ୍ଡ ଫୋର୍ଡ ଆହୁରି ଅଧିକ ଦିନ କାର୍ଯ୍ୟ କରିପାରେ ।