ବାଲିଯାତ୍ରା ୨୦୨୫
LIVE TV

ପରଲୋକରେ ବଲିଉଡର 'ହି-ମ୍ୟାନ୍', ୮୯ ବର୍ଷରେ ଆଖି ବୁଜିଲେ ଧର୍ମେନ୍ଦ୍ର

NEWS7
congress-strike-infront-of-anugul-sp-office

ନୂଆଦିଲ୍ଲୀ, ୧୧|୧୧: ଆଖି ବୁଜିଲେ ବଲିଉଡର ବର୍ଷୀୟାନ ଅଭିନେତା ଧର୍ମେନ୍ଦ୍ର । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ମଙ୍ଗଳବାର ସକାଳେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଯାହାକୁ ନେଇ ବଲିଉଡ୍ ଜଗତରେ ଶୋକର ଲହରୀ ଖେଳିଯାଇଛି ।

ରିପୋର୍ଟ ଅନୁସାରେ, ସୋଲେ ଫେମ୍ ତଥା ବର୍ଷିଆନ୍‌ ଅଭିନେତା ଧର୍ମେନ୍ଦ୍ରଙ୍କର ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡି ଯାଇଥିଲା । ତେଣୁ ସୋମବାର ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁ ତାଙ୍କୁ ସେଠାରେ ଆଇସିୟୁରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ଡାକ୍ତରଙ୍କ ଟିମ୍‌ ଲଗାତର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ । ଆଗାମୀ ୭୨ ଘଣ୍ଟା ତାଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

ତେବେ ମଙ୍ଗଳବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି। ପତ୍ନୀ ହେମାମାଳିନୀ ହସ୍ପିଟାଲରେ ଥିବା ବେଳେ ତାଙ୍କର ଦୁଇ ଝିଅଙ୍କୁ ଆମେରିକାରୁ ଡକାଯାଇଛି । ସୂଚନାଯୋଗ୍ୟ, ନିକଟରେ ଧର୍ମେନ୍ଦ୍ରଙ୍କର ଅପ୍‌କମିଂ ଫିଲ୍ମ ‘ଇକ୍କିସ୍‌’ର ଟ୍ରେଲର ରିଲିଜ୍‌ ହୋଇଥିଲା । ସେଥିରେ ସେ ଦମ୍‌ଦାର ଅଭିନୟ କରିଛନ୍ତିକିନ୍ତୁ ଫିଲ୍ମ ରିଲିଜ୍ ପୂର୍ବରୁ ତାଙ୍କ ବିୟୋଗ ବଲିଉଡ ଜଗତକୁ ସ୍ତବ୍ଧ କରିଛି ।