ଦୁର୍ବଳ ହେଉଛି ମାଓ ସଂଗଠନ, ସୁରକ୍ଷାକର୍ମୀଙ୍କ ନିକଟରେ ତୁରନ୍ତ ଆତ୍ମସମର୍ପଣ କରନ୍ତୁ- DGP

NEWS7
congress-mlas-absconding-son-arrested-victim-demands-fair-investigation

ମାଲକାନଗିରି ୩୧।୦୧ : ମୁଁ ଓଡ଼ିଶା ପୋଲିସ ଡିଜିପି ଓ୍ୱାଇ ବି ଖୁରାନିଆ କହୁଛି । ସୁରକ୍ଷାକର୍ମୀଙ୍କ ନିକଟରେ ମାଓବାଦୀମାନେ ତୁରନ୍ତ ଆତ୍ମସମର୍ପଣ କରନ୍ତୁ । ଅଡ଼ିଓ ବାର୍ତ୍ତା ଜରିଆରେ ମାଓ ସଂଗଠନକୁ ଏପିରି କିଛି କହିଛନ୍ତି ଡିଜିପି ଓ୍ୱା.ବି ଖୁରାନିଆ ।

ଓଡ଼ିଶା ପୋଲିସ ଡିଜିପିଙ୍କ ପକ୍ଷରୁ ଏକ ଅଡିଓ ଟେପ୍ ଜାରି କରାଯାଇଛି । ଯେଉଁଥିରେ ଆତ୍ମସମର୍ପଣ ପାଇଁ ଆହ୍ୱାନ କରିଛନ୍ତି ଡିଜିପି । ସେ କହିଛନ୍ତି ଯେ, ହିଂସାକୁ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ । ରାଜ୍ୟ ସରକାର ଆପଣଙ୍କ ପାଇଁ ବହୁତ ଭଲ ଆତ୍ମସମର୍ପଣ ପଲିସି ଲାଗୁ କରିଛନ୍ତି । ଆପଣମାନେ ସରେଣ୍ଡର କରିବାକୁ ଚାହୁଛନ୍ତି ତା ହେଲେ ସମସ୍ତ ପ୍ରକାର ସୁବିଧା ଆଉ ସୁରକ୍ଷା ଯୋଗାଇ ଦେବାକୁ ମୁଁ ଆଶ୍ୱାସନା ଦେଉଛି। ଆପଣଙ୍କୁ ସମାଜର ମୁଖ୍ୟସ୍ରୋତରେ ସ୍ୱାଗତ କରୁଛି । ଯେଉଁମାନେ ସରେଣ୍ଡର ପାଇଁ ଆଗ୍ରହୀ, ସେମାନେ ୯୪୩୭୬୪୩୮୮୩୯ରେ ଯୋଗାଯୋଗ କରନ୍ତୁ । ତାପରେ ଆମେ ସମସ୍ତ ବ୍ୟବସ୍ଥା କରିଦେବୁ ।

 

ଅନ୍ୟପଟେ ମାଓ ସଂଗଠନର ନେତ୍ରୀ ନିତୁ ପରେ ଅନ୍ୟ ମାଓବାଦୀଙ୍କୁ ମଧ୍ୟ ଆତ୍ମସମର୍ପଣ ପାଇଁ ଆଓ୍ୱାନ ଦେଇଛନ୍ତି ।ଆତ୍ମସମର୍ପଣ ପରେ ସମସ୍ତ ପ୍ରକାର ସହାୟତା ଦିଆଯିବ । ଏବେ ଆଉ ପୂର୍ବ ଭଳି ମାଓ ସଂଗଠନ ଦୃଢ ନାହିଁ । ଅନେକ ସରଣ୍ଡେର କଲେଣି । ଆଉ କିଛି ସଂଗଠନରେ ନେତା ରହିଛନ୍ତି । ସେମାନେ ବି ଖୁବଶୀଘ୍ର ଆତ୍ମସମର୍ପଣ କରିବେ ।