କେବେ ଖେଳିନାହାଁନ୍ତି ବୃତ୍ତିଗତ କ୍ରିକେଟ, ଇନଷ୍ଟାରେ ରିଲ୍ କରି କରି ଖେଳିବେ ଆଇପିଏଲ୍

NEWS7
congress-mla-aditi-singh-s-big-statement-said-my-political-guru-is-cm-yogi

ନୂଆଦିଲ୍ଲୀ ୧୬/୧୨: କୁହାଯାଏ ଭାଗ୍ୟ କେତେବେଳେ, କେଉଁଠି ଓ କିପରି ଚମକିବ । ତାହା କେହି କହିପାରିବେ ନାହିଁ । ଇଜାଜ୍ ସାୱାରିଆ ଏହାର ବଳିଷ୍ଠ ଉଦାହରଣ। ୨୦ ବର୍ଷୀୟ ସାୱାରିଆ କେବେ ଖେଳିନାହିଁନ୍ତି ବୃତ୍ତିଗତ କ୍ରିକେଟ୍ । କିନ୍ତୁ ଏବେ ସେ ହେବାକୁ ଯାଉଛନ୍ତି ଆଇପିଏଲ୍ ଷ୍ଟାର । ୨୦୨୬ ମିନି ନିଲାମରେ ସ୍ଥାନ ପାଇଛନ୍ତି । ତାଙ୍କୁ ଚାନ୍ସି ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏବେ ଆପଣ ଭାବୁଥିବେ ଏହା କିପରି ସମ୍ଭବ ହେଲା ? ଆସନ୍ତୁ ଜାଣିବା ପୁରା ଘଟଣା ।

୨୦ ବର୍ଷୀୟ ଇଜାଜ୍ ସାୱାରିଆ । ତାଙ୍କ ସଫଳତାରେ ସୋସିଆଲ ମିଡିଆର ଥିଲା ବଡ଼ ଭୂମିକା । କାରଣ ସାୱାରିଆ ଇନଷ୍ଟାଗ୍ରାମରେ କରୁଥିଲେ ବୋଲିଂର ରିଲ୍ । ଏହାଛଡା ତାଙ୍କର ଆଉ କିଛି କାମ ନଥିଲା । ନିୟମିତ ରିଲ୍ ବୋଲିଂ କରନ୍ତି, ତାକୁ ରିଲ୍ସରେ ପକାନ୍ତି । ସେହି ରିଲ୍ କରୁ କରୁ ଏବେ ସେ IPL ନିଲାମରେ ପହଞ୍ଚି ସାରିଛନ୍ତି।

CSK ଓ PBKSକୁ ଆକର୍ଷିତ କରିଛି ରିଲ୍ସ:

ଇଜାଜ୍ ସାୱାରିଆଙ୍କ ବିଶେଷତ୍ୱ ହେଉଛି ତାଙ୍କର ଲେଗ୍ ସ୍ପିନ୍ । ଇନଷ୍ଟାଗ୍ରାମରେ ତାଙ୍କର ଲେଗ୍ ସ୍ପିନ୍ ରିଲ୍ ଦେଖିବା ପରେ IPL ଫ୍ରାଞ୍ଚାଇଜ୍ ତାଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଖାସ୍ କରି ଚେନ୍ନାଇ ସୁପର କିଙ୍ଗସ୍ ଓ ପଞ୍ଜାବ କିଙ୍ଗସ୍ ଭଳି ଫ୍ରାଞ୍ଚାଇଜ୍ ଗୁଡ଼ିକର ଦୃଷ୍ଟି ଆକର୍ଷଣ କରିଛନ୍ତି । ଯାହା ଫଳରେ ତାଙ୍କ ନାମ ଏବେ IPL ୨୦୨୬ ନିଲାମ ତାଲିକାରେ ତାଲିକାଭୁକ୍ତ ହୋଇଛି।

ସାୱାରିଆ ନିଲାମରେ ୨୬୫ ନମ୍ବର ଖେଳାଳି:

 
 
 
 
 
 
 
 
 
 
 
 
 
 
 

A post shared by Izaz Sawaria (@izazsawaria)

​​​​​​​ଇଜାଜ୍ ସାୱାରିଆ ରାଜସ୍ଥାନର ଓ ରାଜସ୍ଥାନ କ୍ରିକେଟ୍ ଆସୋସିଏସନ୍ ମାଧ୍ୟମରେ ନିଲାମ ପାଇଁ ତାଙ୍କ ନାମ ପଞ୍ଜିକୃତ କରିଛନ୍ତି । ସେ କେବେ କୌଣସି ସ୍ତରରେ ଭାରତ କିମ୍ବା ରାଜସ୍ଥାନକୁ ପ୍ରତିନିଧିତ୍ୱ କରିନାହାଁନ୍ତି ଏବଂ ତାଙ୍କର କୌଣସି ବୃତ୍ତିଗତ ଅଭିଜ୍ଞତା ନାହିଁ । ତଥାପି, ସେ ବର୍ତ୍ତମାନ IPL ୨୦୨୬ ନିଲାମରେ ୨୬୫ ନମ୍ବର ଖେଳାଳି ହେବେ। ତାଙ୍କ ନାମ ଚତୁର୍ଥ ସେଟ୍ ରେ ବିଡ୍ କରାଯିବ।ବିଶିଷ୍ଟ କ୍ରିକେଟରମାନେ ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି।

 

ଇଜାଜ୍ ସାୱାରିଆ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍ ରେ ତାଙ୍କ ଅଭ୍ୟାସ ସେସନ୍ ଏବଂ ବୋଲିଂର ଭିଡିଓ ବାରମ୍ବାର ପୋଷ୍ଟ କରନ୍ତି। ତାଙ୍କର ହଜାର ହଜାର ଫଲୋଅର୍ ମଧ୍ୟ ଅଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ଇଂଲଣ୍ଡର ରାଦିଲ୍ ରସିଦ୍ ସମେତ ଅନେକ ଭାରତୀୟ ଏବଂ ଅନ୍ତର୍ଜାତୀୟ କ୍ରିକେଟର ତାଙ୍କ ବୋଲିଂ ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି।

ଆୟରଲ୍ୟାଣ୍ଡର ସିମି ସିଂହ ଏବଂ ଭାରତର ବିପ୍ରରାଜ ନିଗମ ଭଳି ଅନ୍ୟ କ୍ରିକେଟରମାନେ ମଧ୍ୟ ସାୱାରିଆଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି।ଜୟପୁରର ସଂସ୍କାର ଏକାଡେମୀରେ ତାଲିମ ନେଇଥିଲେ ଇଜାଜ୍ ସାୱାରିଆ । ରିଲ୍ସ ଦେଖି ତାଙ୍କୁ IPL ନିଲାମରେ ମିଳିଛି ଚାନ୍ସ । ଆଶା କରାଯାଉଛି, ₹୩୦ ଲକ୍ଷ ବେସ୍ ପ୍ରାଇସ୍ ସହ ସାୱାରିଆ ଏବେ ଏକ ଏପରି ଦଳ ପାଇବେ ଯେଉଁଠାରେ ସେ ପ୍ରଥମ ଥର ପାଇଁ ବୃତ୍ତିଗତ କ୍ରିକେଟ୍ ଖେଳିପାରିବେ।