LIVE TV

ଅଷ୍ଟ୍ରେଲିଆ ବିପକ୍ଷରେ ବଡ ରେକର୍ଡ କରିବେ ବୁମରାହ, ପ୍ରଥମ ଭାରତୀୟ ଭାବେ ଛୁଇଁବେ ମାଇଲଷ୍ଟୋନ୍

NEWS7
congress-demand-to-ban-modi-akshay-kumar-interview

ବ୍ରିସବେନ୍, ୦୮|୧୧  :  ବଡ ରେକର୍ଡ କରିବେ ଜସପ୍ରିତ ବୁମାର । ଯାହା ଆଜି ଯାଏଁ ମାତ୍ର ଜଣେ ଭାରତୀୟ ବୋଲର ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟି୨୦ ମୁକାବିଲାରେ ବୁମରାହ ଏହି କୀର୍ତ୍ତିମାନ ହାସଲ କରିବେ ବୋଲି ଫ୍ୟାନ୍ ଆଶା କରୁଛନ୍ତି । ଯଦି ସେ ମାତ୍ର ଗୋଟିଏ ଓ୍ୱିକେଟ୍ ନେଉଛନ୍ତି ତାହାଲେ ଦ୍ୱିତୀୟ ଭାରତୀୟ ଭାବେ ଟି୨୦ରେ ୧୦୦ ଓ୍ୱିକେଟ୍ ନେବେ । ଏହାସହ ପ୍ରଥମ ଭାରତୀୟ ଭାବେ ସମସ୍ତ ଫର୍ମାଟରେ ୧୦୦ରୁ ଅଧିକ ଓ୍ୱିକେଟ୍ ହାସଲକାରୀ ବୋଲର ହୋଇଯିବେ । ଯାହା ଏକ ରେକର୍ଡ ।

ଶନିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ଟି୨୦ ମୁକାବିଲା ଖେଳାଯିବ  । ତେବେ ସିରିଜରେ ଭାରତ ୨-୧ରେ ଆଗୁଆ ଅଛି । ଯଦି ମୁକାବିଲାରେ ଦଳ ବିଜୟ ହୁଏ ତାହାଲେ ସିରିଜ୍ କବଜା କରିବ । ନହେଲେ ଡ୍ର ରହିବ । ସେପଟେ ଅଷ୍ଟ୍ରେଲିଆ ମଧ୍ୟ ଶେଷ ମ୍ୟାଚ୍ ଜିତି ସିରିଜ୍ ବରାବର କରିବାକୁ ପ୍ରୟାସ କରିବ ।

ଏବେସୁଦ୍ଧା ସିରିଜରେ ବୁମରା ତିନୋଟି ମ୍ୟାଚରେ ୩ଓ୍ୱିକେଟ୍ ନେଇଛନ୍ତି । ତାଙ୍କର ଆଭରେଜ୍ ରହିଛି ୨୬.୩୩ । ତାଙ୍କର ବେଷ୍ଟ୍ ୨୬-୨ ଥିବା ବେଳେ ଇକୋନୋମୀ ହାର ରହିଛି ୬.୫୮ ।

ମୋଟ୍ ଭାବେ ୭୯ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି ସେ । ଏହାସହ ୭୭ଟି ଇନିଂସରେ ୯୯ଟି ଓ୍ୱିକେଟ୍ ଅକ୍ତିଆର କରିଛନ୍ତି । ଯେଉଁଥିରେ ତାଙ୍କ ଆଭରେଜ୍ ରହିଛି ୧୮.୧୧ । ଏହି ଫର୍ମାଟରେ  ଏବେ ସେ ଭାରତର ଦ୍ୱିତୀୟ ସର୍ବାଧିକ ଓ୍ୱିକେଟ୍ ହାସଲକାରୀ ବୋଲର ଅଟନ୍ତି । ତାଙ୍କ ଆଗରେ କେବଳ ଅର୍ଶଦୀପ ସିଂ ରହିଛନ୍ତି । ଯିଏ ୬୭ଟି ମୁକାବିଲାରେ ୧୦୫ ଓ୍ୱିକେଟ୍ ହାସଲ କରିଛନ୍ତି ।

ଏତତ୍ ବ୍ୟତୀତ ବୁମରାହ ୫୦ଟି ଟେଷ୍ଟ ମ୍ୟାଚ୍ ଖେଳି ୨୨୬ଟି ଓ୍ୱିକେଟ୍ ନେଇଛନ୍ତି । ତାଙ୍କର ଆଭରେଜ୍ ରହିଛି ୧୯.୮୩ । ଏହାସହ ବେଷ୍ଟ୍ ଫିଗର ହେଲା  27-୬ । ଏପରିକି ୧୦ ଥର ୫ ଓ୍ୱିକେଟ୍ ସେ ହାସଲ କରିଛନ୍ତି । ଏହି ଫର୍ମାଟରେ ସେ ଭାରତର ଦ୍ୱାଦଶ ସର୍ବାଧିକ ଓ୍ୱିକେଟ୍ ହାସଲକାରୀ ବୋଲର ଅଟନ୍ତି ।

ଦିନିକିଆରେ ବୁମରା ଭାରତୀୟ ବୋଲରଙ୍କ ତାଲିକାରେ ୧୬ ନମ୍ବରରେ ରହିଛନ୍ତି । ୮୯ଟି ମୁକାବିଲାରେ ସେ ୧୪୯ଜଣଙ୍କୁ ଆଉଟ୍ କରିଥିବା ବେଳେ ଆଭରେଜ୍ ରହିଛି ୨୩.୫ । ଏହାସହ ତାଙ୍କର ଦିନିକିଆରେ ବେଷ୍ଟ୍ ଫିଗର ହେଉଛି ୧୯- । ଏପରିକି ଦୁଇ ଥର ସେ ୫ଟି ଓ୍ୱିକେଟ୍ ନେଇଛନ୍ତି ।