ରବୀନ୍ଦ୍ର ମଣ୍ଡପରେ ବୃନ୍ଦାବନ ମହୋତ୍ସବ, ମନ ମୋହିଲା ପଦ୍ମଶ୍ରୀ ହରିହରନଙ୍କ ଜାଦୁଗରୀ କଣ୍ଠରୁ ଗଜଲ

NEWS7
congress-bjp-bjd-targeted-each-other-in-jiban-pradip-das-audio-viral-case

ଭୁବନେଶ୍ବର: ମ୍ୟୁଜିକଲ ଆଇକନ୍ ପଦ୍ମଶ୍ରୀ ହରିହରନଙ୍କ କଣ୍ଠରେ ରାଧା କୃଷ୍ଣଙ୍କ ହୋଲି ଖେଳର ଅଦ୍ଭୁତ ବର୍ଣ୍ଣନା। ହୋଲିର ବିଶେଷ ମୁହୂର୍ତ୍ତରେ ବିଶିଷ୍ଟ ମ୍ୟୁଜିସିଆନଙ୍କ କଣ୍ଠରୁ ସୁନ୍ଦର ଓ ଚମତ୍କାର ଗଜଲ୍ ସଙ୍ଗୀତରେ ମତୁଆଲା ହେଲେ ରବିନ୍ଦ୍ର ମଣ୍ଡପରେ ଉପସ୍ଥିତ ସବୁ ସଙ୍ଗୀତ ପ୍ରେମୀ । ପବିତ୍ର ହୋଲିର ଇଭିନିଂ ଶୋ ଆରମ୍ଭରୁ ‘ରସିଆ ତୁ ଆଜା କାହ୍ନା ନଦୀୟା କିନାରେ’ ଗଜଲ୍ରୁ ଆରମ୍ଭ କରିଥିଲେ ହରିହରନ। ସଙ୍ଗୀତ ପ୍ରେମୀଙ୍କ କରତାଳି ରେ ଫାଟି ପଡ଼ିଥିଲା ରବିନ୍ଦ୍ର ମଣ୍ଡପ।

ନଦୀୟା କିନାରେ ପର ‘ଐସି ହୋଲି ନା ଖେଲୋ କହ୍ନେୟାରେ’, ‘ଭରି ପିଚକାରୀ ମାରେ ମୁଖ ପର ମାରତ ହେ’ ଏବଂ ଲୋଗ କେହେତେ ହେଁ ଅଜନବି ଭଳି ଗୋଟିଏ ପରେ ଗୋଟିଏ ସର୍ବ ଆଦୃତ ଗଜଲ୍ ପରିବେଷଣ କରିଥିଲେ ହରିହରନ। କେବଳ ଏତିକି ନୁହେଁ ‘ମୋରେ ଅପନେ ହି ରଙ୍ଗ ମେ ରଙ୍ଗ ଦୋ’ ଏବଂ ‘କାସ୍ ଏସା କୋଇ ମଞ୍ଜର ହୋତା’, ‘ମେରେ କାନ୍ଧେ ପେ ତେରା ସର୍ ହୋତା’ ଗଜଲକୁ ଉପସ୍ଥିତ ସଙ୍ଗୀତ ପ୍ରେମୀଙ୍କ ସୁରେ ସୁରେ ହରିହରନ ଗାଇ ଭାରି ଆନନ୍ଦିତ ହୋଇଥିଲେ। ୮୦ ଦଶକରେ ହରି ପ୍ରସାଦ ଚୌରାଶିଆଙ୍କ ମୁଜିକ କମ୍ପୋଜରେ ସୁପରହିଟ ସଙ୍ଗୀତ ‘ୟେ ଲମହେ ୟେ ପଲ୍ ବର୍ଷୋ ୟାଦ୍ କରେଙ୍ଗେ ଗାଇଥିଲେ’। କାର୍ଯ୍ୟକ୍ରମ ଯେତିକି ବଢୁଥିଲା ସଙ୍ଗୀତ ପ୍ରେମୀ ଡିମାଣ୍ଡ ବି ସେତିକି ବଢୁଥିଲା। ଏହାପରେ ‘ରୋଜା ରୋଜା ସଙ୍ଗ’ ଆଉ ଶେଷରେ ୧୯୯୫ରେ ବମ୍ବେ ମୁଭିର ତୁହିରେ ସଙ୍ଗ ସମସ୍ତଙ୍କ ଫର୍ମାଇସରେ ଗାଇଥିଲେ ହରିହରନ। ୨୦୨୬ର ହୋଲିର ଏହି ଶୁଭସନ୍ଧ୍ୟାକୁ ନିଜ ଜାଦୁଗରୀ କଣ୍ଠରେ ଅବିସ୍ମରଣୀୟ କରିଦେଇଥିଲେ ପଦ୍ମଭୂଷଣ ହରିହରନ।

ହରିହରନଙ୍କ ସୁପର ଶୋ ପୂର୍ବରୁ ବୃନ୍ଦାବନ ଗୁରୁକୂଳର ଛାତ୍ରମାନେ ଚମତ୍କାର ସାମୁହିକ ବଂଶୀ ବାଦନ ପରିବେଷଣ କରିଥିଲେ। ଛାତ୍ରମାନେ ନିଜେ କମ୍ପୋଜ କରିଥିବା ମ୍ୟୁଜିକ୍ ସମସ୍ତଙ୍କୁ ଶୁଣାଇଥିଲେ। ଏହାପରେ ହରିପ୍ରସାଦ ଚୌରାଶିଆଙ୍କ ଦ୍ଵାରା ସର୍ବ ଭାରତୀୟ ସ୍ତରରେ ଅମିତାଭ ବଚନ ଗାଉଥିବା ପପୁଲାର ହୋଲି ସଙ୍ଗୀତ ରଙ୍ଗ ବରସେ ଭିଗେ ଚୁନେରିଆ ମ୍ୟୁଜକ ବଜେଇ ଥିଲେ ବଂଶୀ ବାଦକ ଛାତ୍ରମାନେ। ଏହାଛଡା ବହୁ ବିଦେଶୀ ସଙ୍ଗୀତ ପ୍ରେମୀ ବି ହରିହରନଙ୍କୁ ସାମ୍ନାସମ୍ନୀ ଶୁଣିବାର ସୁଯୋଗ ପାଇଥିଲେ।

ବୃନ୍ଦାବନ ଗୁରୁକୂଳ ପକ୍ଷରୁ ହରି ପ୍ରସାଦ ଚୌରାଶିଆ ହରିହରନଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ହରିହରନଙ୍କ ଟିମକୁ ସମ୍ବର୍ଦ୍ଧିତ କରିଥିଲେ ବିଶାଳ ଦେବ। ଆଇଟିଇଆର ନିର୍ଦ୍ଦେଶକ ମାନସ ମଲିକ୍ ଓ ପ୍ରତିଷ୍ଠିତ ବ୍ୟବସାୟୀ ଇଞ୍ଜିନିୟର ପ୍ରଶାନ୍ତ ଆଚାର୍ଯ୍ୟଙ୍କୁ ମଧ୍ୟ ବୃନ୍ଦାବନ ଗୁରୁକୂଳ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହ ମିଶି ବୃନ୍ଦାବନ ଗୁରୁକୂଳ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ।