Tarique Rahman: ଆଜି ଠାରୁ ଆମେ ସମ୍ପୂର୍ଣ୍ଣ ମୁକ୍ତ: ଗଣତନ୍ତ୍ର ପାଇଁ ପ୍ରାଣବଳି ଦେଇଥିବା ବାଂଲାବାସୀଙ୍କୁ ନିର୍ବାଚନ ବିଜୟ ଉତ୍ସର୍ଗ କଲେ ତାରିକ ରହମାନ

NEWS7
congress-7-mp-suspened-from-loksabha-by-speaker-om-birla

ନୂଆଦିଲ୍ଲୀନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ମିଡିଆରେ ନିଜର ପ୍ରତିକ୍ରିୟା ରଖିଲେ ବାଂଲାଦେଶ ଭାବୀ ପ୍ରଧାନମନ୍ତ୍ରୀ ତାରିଖ ରହମାନ। ପ୍ରଥମ ପ୍ରତିକ୍ରିୟାରେ ତାରିଖ କହିଛନ୍ତି ଆଜି ଠାରୁ ଆମେ ମୁକ୍ତ। ଏବଂ ଆମେ ଦେଶରେ ଗଣତନ୍ତ୍ର ପାଇଁ ପଥ ପ୍ରଶସ୍ତ କରିଛୁ।” ଏଥିସହିତ ସେ ଦେଶର ନେତା ଓ ଜନତାଙ୍କୁ ଏକଜୁଟ ହୋଇ ରହିବାକୁ ଆହ୍ୱାନ ଦେଇଛନ୍ତି। ଏବଂ କହିଛନ୍ତି, ଜାତୀୟ ଏକତା ଆମର ସାମୁହିକ ଶକ୍ତି ବୋଲି ମୁଁ ବିଶ୍ୱାସ କରେ।

ମିଡିଆରେ ଦେଶବାସୀଙ୍କୁ ସମ୍ବୋଧନ କରି ରହମାନ କହିଛନ୍ତି ଏହି ବିଜୟ ବାଂଲାଦେଶର,ଗଣତନ୍ତ୍ରର। ଏହି ବିଜୟ ସେହି ଲୋକମାନଙ୍କର ଯେଉଁମାନେ ଗଣତନ୍ତ୍ର ପାଇଁ ଆଶା କରିଥିଲେ ଏବଂ ବଳିଦାନ ଦେଇଥିଲେ।

ରହମାନଙ୍କ ନେତୃତ୍ୱାଧୀନ ବାଂଲାଦେଶ ନ୍ୟାସନାଲ ପାର୍ଟି (BNP) ବାଂଲାଦେଶର ୧୩ତମ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି। ବାଂଲାଦେଶର ସଂସଦର ମୋଟ ୩୦୦ ଆସନରୁ ୨୯୯ରେ ନିର୍ବାଚନ ହୋଇଥିଲା। ଯେଉଁଥିରେ ବିଏନ୍‌ପି ଜିତିଛି ୨୦୭ ଆସନ ଜିତିଥିଲା। ଅନ୍ୟପଟେ ପ୍ରତିଦ୍ୱନ୍ଦ୍ୱୀ ଇସଲାମିକ ଜମାତ-ଏ-ଇସଲାମି (BJI) ୬୯ଟି ଆସନ ହାତେଇ ପାରିଛି।

ଦିବଂଗତ ବିଏନପି ନେତା ଖାଲିଦା ଜିଆଙ୍କ ପୁଅ ତାରିକ ରହମାନ ୧୭ ବର୍ଷ ଧରି ବ୍ରିଟେନରେ ନିର୍ବାସିତ ହୋଇ ରହିବା ପରେ ୨୦୨୫ ଡିସେମ୍ବରରେ ବାଂଲାଦେଶ ଫେରିଥିଲେ। ୨୦୨୪ ମସିହାରେ ହିଂସାତ୍ମକ ଜନ ବିଦ୍ରୋହରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା କ୍ଷମତାଚ୍ୟୁତ ହେବା ପରେ ଭାରତ ଆସିଥିଲେ ରହମାନ। ହସିନା ସରକାର ପତ୍ତନ ପରେ ହୋଇଥିବା ପ୍ରଥମ ନିର୍ବାଚନରେ ବିଏନ୍‌ପି  ବିପୁଳ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ଶେଖ ହସିନାଙ୍କ ଆୱାମୀ ଲିଗ୍କୁ ବାସନ୍ଦ କରାଯାଇଥିଲା।ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ହାସିନାଙ୍କ ଆୱାମୀ ଲିଗକୁ ନିର୍ବାଚନରେ ଲଢ଼ିବା ଏବଂ ରାଜନୈତିକ କାର୍ଯ୍ୟକଳାପ ପରିଚାଳନା କରିବାରୁ ନିଷେଧ କରିଥିଲା।

ପଢ଼ନ୍ତୁ- ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିବେ ତାରିକ ରହମାନ: ହସିନାଙ୍କ ବିନା ଆରମ୍ଭ ହେବ ସମ୍ପର୍କର ନୂଆ ଅଧ୍ୟାୟ !

ତାରିକ ରହମାନଙ୍କ ବାପାଜିଆଉର ରହମାନଙ୍କୁ ରାନଜୈତିକ ସ୍ୱାର୍ଥ କାରଣୁ ୧୯୮୧ ମସିହାରେ ହତ୍ୟା କରାଯାଇଥିଲା। ସେ ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଥିଲେ। ଅନ୍ୟପଟେ ତାଙ୍କ ମାଆ ଖାଲିଦା ଜିଆ ତିନି ଥର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଦଶନ୍ଧି ଧରି ଜାତୀୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିଲେ।

ତାଙ୍କ ଆଗାମୀ ସରକାରଙ୍କ ପାଇଁ ଚ୍ୟାଲେଞ୍ଜଗୁଡ଼ିକବିଷୟରେ ଆଲୋକପାତ କରି ରହମାନ କହିଛନ୍ତି, "ଆମେ ଏକ ସ୍ୱେଚ୍ଛାଚାରୀ ଶାସନ(ଶେଖ ହାସିନା ସରକାର)ଦ୍ୱାରା ଛାଡିଯାଇଥିବା ଏକ ଦୁର୍ବଳ ଅର୍ଥନୀତି,ଦୁର୍ବଳ ସାମ୍ବିଧାନିକ ଏବଂ ସାଂଗଠନିକ ପ୍ରତିଷ୍ଠାନ ଏବଂ ଭାଙ୍ଗିପଡ଼ିଥିବା ଆଇନ ଶୃଙ୍ଖଳାର ପରିସ୍ଥିତିରେ ଆମର ଯାତ୍ରା ଆରମ୍ଭ କରିବାକୁ ଯାଉଛୁ।"

ସେ ବିରୋଧୀ ରାଜନୈତିକ ଦଳଗୁଡ଼ିକ ପ୍ରତି ଏକ ସମାଧାନମୂଳକ ସ୍ୱରରେ କହିଥିଲେ, "ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଆପଣଙ୍କ ଚିନ୍ତାଧାରା ଏବଂ ଦୃଷ୍ଟିକୋଣ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ।"ସେ ଆହୁରି କହିଥିଲେ"ଆମର ପଥ ଏବଂ ମତ ଭିନ୍ନ ହୋଇପାରେ,କିନ୍ତୁ ଦେଶର ସ୍ୱାର୍ଥ ପାଇଁ,ଆମକୁ ଏକତାରେ ରହିବାକୁ ପଡିବ।"

ସମ୍ବାଦିକ ସମ୍ମିଳନୀରେ ବିଏନପି ନେତା ଉଲ୍ଲେଖ କରିଛନ୍ତି ଯେ "ଏହି ନିର୍ବାଚନରେ ଜମାତ-ଏ-ଇସଲାମି,ଏନସିପି,ଇସଲାମି ଆନ୍ଦୋଳନ ବାଂଲାଦେଶ,ଜମିଆତ ଉଲେମା-ଏ-ଇସଲାମ ଏବଂ ଗଣ ଅଧିକାର ପରିଷଦ ସମେତ ମୋଟ ୫୧ ଟି ରାଜନୈତିକ ଦଳ ଅଂଶଗ୍ରହଣ କରିଥିଲେ।"ସମାଲୋଚକମାନେ ଆୱାମୀ ଲିଗ ଉପରେ ନିର୍ବାଚନ ଲଢ଼ିବା ଉପରେ ନିଷେଧ ଲଗାଇବାକୁ ସନ୍ଦେହ କରି ସାମାଲୋଚନା କରୁଥିବାରୁ ନିର୍ବାଚନରେ ବ୍ୟାପକ ଅଂଶଗ୍ରହଣ ଏବଂ ନିର୍ବାଚନର ବୈଧତା ଉପରେ ଜୋର ଦେଇଥିଲେ ତାରିକ ରହମାନ।

ପଢନ୍ତୁ-ବାଂଲାଦେଶ ପ୍ରଧାନମନ୍ତ୍ରୀ ହେବେ ତାରିକ ରହମାନ: ଭାରତ ସହ ରହିଛି ତିକ୍ତ ଇତିହାସ, ଏବେ ବଦଳିବ କି ସମ୍ପର୍କ ?