ଓଲଟିଲା ଯାତ୍ରା ପାର୍ଟିର ଟ୍ରକ, ଗାଡ଼ିରେ ଥିଲେ ଏକାଧିକ କଳାକାର, ମେଡିକାଲରେ ଆହତ

NEWS7
confirmed-alia-bhatt-to-star-opposite-with-salman-khan-in-sanjay-leela-bhansali-film-inshallah

ଯାଜପୁର ୨୯।୦୧ : ଓଲଟିଲା ରାଣୀ ପଣ୍ଡାଙ୍କ ଟ୍ରକ । ଯାଜପୁର ଗୋଲେଇପୁର ଠାରେ ରାଣୀ ପଣ୍ଡାଙ୍କ ଯାତ୍ରା ପାର୍ଟି ନାଟ୍ୟ ମଣ୍ଡପର ଟ୍ରକ ଓଲଟିପଡିଛି । ଯେଉଁଥିରେ ଏକାଧିକ ଯାତ୍ରା ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ରାଣୀ ପଣ୍ଡାଙ୍କ ଯାତ୍ରା ପାର୍ଟି ନାଟ୍ୟ ମଣ୍ଡପ । ବର୍ତ୍ତମାନ ପାର୍ଟି ଯାଜପୁରରେ ନିଜ ନାଟ୍ୟ ପ୍ରଦର୍ଶନ କରୁଥିଲା । ସେଠାରୁ ନିଜ ନାଟ୍ୟ ପ୍ରଦର୍ଶନ ଶେଷ ପରେ ପାର୍ଟି ଅନ୍ୟ ସ୍ଥାନକୁ ଯାଉଥିଲା । କୋରେଇରୁ ଯିବା ରାସ୍ତାରେ ଗୋଲେଇପୁର ନିକଟରେ ଟ୍ରକକୁ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା । ଯାହାଫଳରେ ଗାଡ଼ିରେ ଥିବା ୪ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

​​​​​​​

ସେପଟେ ଘଟଣାସ୍ଥଳରେ ଯାତ୍ରା ଅନୁଷ୍ଠାନର ସଦସ୍ୟମାନେ ପହଞ୍ଚି ସମସ୍ତ ଜିନିଷକୁ ଅନ୍ୟ ଏକ ଗାଡ଼ି ଯୋଗେ ସ୍ଥାନାନ୍ତର ପାଇଁ ଉଦ୍ୟମ ଜାରି ରଖିଛନ୍ତି ।