କୋର୍ଟରୁ ହାର, ପୁଣି ଫୁଟିଲା ଟ୍ରମ୍ପଙ୍କ ଟାରିଫ୍ ଓ୍ୱାର: ସାରା ବିଶ୍ୱ ପାଇଁ ସତର୍କ ଘଣ୍ଟି

NEWS7
confirmed-alia-bhatt-to-star-opposite-with-salman-khan-in-sanjay-leela-bhansali-film-inshallah

ନୂଆଦିଲ୍ଲୀ ୨୧/୦୧: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ, ଭଡ଼କିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । କୋର୍ଟରୁ ଝଟ୍କା ମିଳିବା ପରେ ବିଶ୍ୱବ୍ୟାପୀ ଲାଗୁ କରିଛନ୍ତି ଅତିରିକ୍ତ ୧୦% ଶୁଳ୍କ । ଏହି ଶୁଳ୍କ ଫେବୃଆରୀ ୨୪ ତାରିଖରୁ କାର୍ଯ୍ୟକାରୀ ହେବ । ପାଞ୍ଚ ମାସ ପାଇଁ କାର୍ଯ୍ୟକାରୀ ହେବ । ଶୁଳ୍କ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଟ୍ରମ୍ପ୍ ନିଜର ନିରାଶା ପ୍ରକାଶ କରି ଏହାକୁ ଦେଶଦ୍ରୋହୀ ବୋଲି କହିଛନ୍ତି ଏବଂ ଅଭିଯୋଗ ଆଣିଛନ୍ତି । ଏଥିପାଇଁ ବିଦେଶୀ ସାମଗ୍ରୀ ଉପରେ ଟ୍ରମ୍ପ୍‌ଙ୍କ ୧୦% ନୂଆ ଟାରିଫ୍ ଘୋଷଣା ।

ସୁପ୍ରିମକୋର୍ଟରୁ ଝଟକା ପରେ ବି ବିଶ୍ବବ୍ୟାପୀ ୧୦% ଟାରିଫ୍ ଲଗାଇଲେ ଟ୍ରମ୍ପ୍ । ଭାରତ ଉପରେ ମଧ୍ୟ ଏହି ୧୦% ଟାରିଫ୍ ଲାଗୁ ରହିବ କହଛନ୍ତି ଟ୍ରମ୍ପ । ପୂର୍ବରୁ ଭାରତ ଆମେରିକା ଉପରେ ଅଧିକ ଲାଭ ନେଉଥିଲା ଟ୍ରମ୍ପ୍ । ଚୁକ୍ତିରେ ବୁଦ୍ଧିମାନ ଭାବେ ପଦକ୍ଷେପ ନେଇଛି ଆମେରିକା ।ସୂଚନା ଥାଉକି, ଆମେରିକା ସୁପ୍ରିମକୋର୍ଟ ଟାରିଫ ରଦ୍ଦ କରିବାର ମାତ୍ର ୩ ଘଣ୍ଟା ଭିତରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ଟାରିଫ ଘୋଷଣା କରିଛନ୍ତି। ବିଶ୍ୱବ୍ୟାପୀ ଅତିରିକ୍ତ ୧୦ ପ୍ରତିଶତ ଟାରିଫ ଲାଗୁ କରିବାକୁ ସେ ଘୋଷଣା କରିଛନ୍ତି।

ଧାରା ୧୨୨ର ଉଦାହରଣ ଦେଇ ଟ୍ରମ୍ପ ଏହି ଟାରିଫ ଲାଗୁ କରିବେ ବୋଲି କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି ସୁପ୍ରିମକୋର୍ଟଙ୍କ ଟାରିଫ୍ ରାୟ ଅତ୍ୟନ୍ତ ନିରାଶାଜନକ । କିଛି ବିଚାରପତିଙ୍କ ଯୋଗୁ ତାଙ୍କୁ ଲଜ୍ଜିତ ହେବାକୁ ପଡିଛି। ବିଦେଶୀ ରାଷ୍ଟ୍ରର ସ୍ବାର୍ଥ ଲାଗି ସେମାନେ କାମ କରିଛନ୍ତି। ଏଇକି ବିଚାରପତିମାନେ ଦେଶ ପାଇଁ କଳଙ୍କ। ତାଙ୍କ ପାଇଁ ଆହୁରି ଶକ୍ତିଶାଳୀ ବିକଳ୍ପ ବ୍ୟବସ୍ଥା ରହିଛି। ରାୟ ତାଙ୍କ ବିପକ୍ଷରେ ଯାଇଥିଲେ ମଧ୍ୟ ସେ ଅତିରିକ୍ତ ଟାରିଫ ଲାଗୁ କରିବେ।

also read..

ଟ୍ରମ୍ପଙ୍କୁ ଝଟ୍‌କା, ଟାରିଫ୍‌କୁ ନେଇ ବଡ଼ ରାୟ ଶୁଣାଇଲେ ଆମେରିକା ସୁପ୍ରିମକୋର୍ଟ

ସେ ଧାରା ୧୨୨ ଅନୁସାରେ ବିଶ୍ବର ସବୁ ଦେଶ ଉପରେ ଅତିରିକ୍ତ ୧୦ ପ୍ରତିଶତ ଟାରିଫ ଲଗାଇବା ଆଦେଶରେ ଖୁବଶୀଘ୍ର ସ୍ବାକ୍ଷର କରିବେ। ବର୍ତ୍ତମାନ ଯେଉଁ ଦେଶ ଉପରେ ଯେତିକି ଟାରିଫ ଲାଗୁ ହେଉଛି ତାହା ଉପରେ ଅତିରିକ୍ତ ଭାବେ ଏହି ୧୦ ପ୍ରତିଶତ ଟାରିଫ ଲାଗୁ କରାଯିବ। ଅବୈଧ ଭାବେ ଚାଲିଥିବା ବାଣିଜ୍ୟ କାରବାରରୁ ଦେଶକୁ ସୁରକ୍ଷିତ ରଖିବାକୁ ସେ ସମସ୍ତ ପଦକ୍ଷେପ ଗ୍ରହଣ କରିବେ । ସେ ଯାହା ଚାହିଁବେ କରିପାରିବେ ବୋଲି କହିଛନ୍ତି ଟ୍ରମ୍ପ। ତେବେ ଟ୍ରମ୍ପ କହିଛନ୍ତି ଯେ ଭାରତ ସହ ହୋଇଥିବା ବାଣିଜ୍ୟ ବୁଝାମଣା ବଳବତ୍ତର ରହିବ। ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ I

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜଣେ ଭଲ ବନ୍ଧୁ। ସେହିଭଳି ଅଧିକ ଟାରିଫ ମାଧ୍ୟମରେ ଯେଉଁ ଦେଶଠାରୁ ଅଧିକ ଅର୍ଥ ଆଦାୟ ହୋଇଛି ତାକୁ ଫେରସ୍ତ କରାଯିବ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି ଏହା ଉପରେ କୌଣସି କଥାବାର୍ତ୍ତା ହୋଇନାହିଁ। ସୁପ୍ରିମକୋର୍ଟର ୯ ଜଣିଆ ବିଚାରପତି ତାଙ୍କର ରାୟରେ ଟ୍ରମ୍ପଙ୍କ ପକ୍ଷରୁ ବିଭିନ୍ନ ଦେଶ ଉପରେ ଲଗାଯାଇଥିବା ଟାରିଫକୁ ଅବୈଧ ବୋଲି ଦର୍ଶାଇବା ସହ ରବ୍ଦ କରିଥିଲେ । ପ୍ରଧାନ ବିଚାରପତି ଜନ୍ ରବର୍ଟସ କହିଁଥିଲେ ଯେ ସମ୍ବିଧାନା ନିର୍ମାତାମାନେ କର ଲଗାଇବା କ୍ଷମତା କାର୍ଯ୍ୟପାଳିକାକୁ ଦେଇନାହାନ୍ତି ।

୧୯୭୭ରେ ବନିଥିବା ଆଇନ ରାଷ୍ଟ୍ରପତିଙ୍କୁ ଜାତୀୟ ଜରୁରିକାଳୀନ ସ୍ଥିତିରେ ବାଣିଜ୍ୟ ପରିଚାଳନା ନିମନ୍ତେ ଅନୁମତି ଦେଇଛି । କିନ୍ତୁ ଏଥିରେ ଟାରିଫ୍ ନେଇ ସ୍ପଷ୍ଟ ଉଲ୍ଲେଖ କରାଯାଇନାହିଁ। ଯଦି ଅନ୍ୟ ଦେଶ ତରଫରୁ ଆମେରିକାକୁ ବିପଦ ରହିଛି ତେବେ ସରକାର ତୁରନ୍ତ ଏପରି ଆର୍ଥିକ ପଦକ୍ଷେପ ନେଇପାରିବେ। କିନ୍ତୁ ସେଭଳି ସ୍ଥିତି ଉପୁଜିନି। ଜରୁରି ଟାରିଫ ଲଗାଇବାର ଅଧିକାର କେବଳ ସଂସଦର ରହିଛି, ରାଷ୍ଟ୍ରପତିଙ୍କର ନାହିଁ। ...